Odisha news

ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

ନବରଙ୍ଗପୁର (କେ.ସାକିଲି ଦୋରା)–  ସରକାରଙ୍କ  ନିର୍ଦ୍ଦେଶାବଳୀ  ଅନୁଯାୟୀ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେକ୍ରମେ  ଜିଲ୍ଲା ଶିଶୁ  ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ  ଙ୍କ  ପ୍ରତ୍ଯେକ୍ଷ  ତତ୍ତ୍ଵାବଧାନରେ  ଜିଲ୍ଲାର  ଦଶ ଗୋଟି ବ୍ଲକ ର ୧୮୯ ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୪୦ ଟି ଗ୍ରାମ ପଞ୍ଚାୟତର ଶିଶୁ  ସୁରକ୍ଷା କମିଟି ଓ ଟାସ୍କ ଫୋର୍ସ କମିଟି ର  ପ୍ରଶିକ୍ଷଣ  ଭରଚୁଆଲ ମାଧ୍ୟମ ରେ ଅନୁଷ୍ଟିତ ହୋଇଯାଇଛି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ  ବାଲ୍ୟ ବିବାହ ର  ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ  ଡଃ ମିଶ୍ର  ଆରମ୍ଭ କରିଛନ୍ତି  ଅନ୍ଵେଷା ଅଭିଯାନ ।  ସମସ୍ତ କିଶୋରୀ ମାନଙ୍କ  ମଧରେ ଅନେକ ପ୍ରତିଭା ଲୁଚି ରହିଛି । କମ ବୟସରେ ବିବାହ ବନ୍ଧନ ରେ ନବାନ୍ଧି ପିତା ମାତା ଓ ସଂପ୍ରଦାୟକୁ   ବୁଝାଇ  କିଶୋରୀ ମାନଙ୍କର  ପ୍ରତିଭାକୁ  ବିକଶିତ କରିବା  ହେଉଛି  ଅନ୍ଵେଷା ଅଭିଯାନ ର ମୂଳ ଉଦେଶ୍ୟ ।
ଜିଲ୍ଲାର ସମସ୍ତ ବିଭାଗ ଗୁଡିକରେ କିଶୋରୀ ମାନଙ୍କ ନିମନ୍ତେ  ଉଦ୍ଧିଷ୍ଟ କାର୍ଯ୍ୟ କ୍ରମ ଗୁଡିକୁ  ତ୍ବରାନିତ୍ଵ କରିବା  ବିଶେଷ କରି  କିଶୋର କିଶୋରୀ ମାନେ  ନିୟମିତ ସ୍କୁଲ କୁ ଯାଇ ପାଠ ପଢିବା , ବୈଷୟିକ ଶିକ୍ଷାରେ କିଶୋର କିଶୋରୀ ମାନଙ୍କୁ ସାମିଲ  କରିବା ,ଅଙ୍ଗନୱାଡି ସ୍ତରରେ  ଅଦ୍ଵବିକା ଯୋଜନାରେ କିଶୋର କିଶୋରୀ ମାନଙ୍କୁ ସାମିଲି କରି ସେମାଙ୍କୁ ଜୀବନ ଶୈଳି ର ଶିକ୍ଷା ଦେବା ସହିତ ତାଙ୍କର ନେତୃତ୍ଵ ବୃଦ୍ଧି ଆଦି ବିଷୟରେ  ଏହି ଅନ୍ଵେଷା ଅଭିଯାନ ର ମୁଖ୍ୟ ଲକ୍ଷ ବୋଲି  ପଞ୍ଚାୟତର ଶିଶୁ  ସୁରକ୍ଷା କମିଟି ଓ ଟାସ୍କ ଫୋର୍ସ କମିଟି ର ସଭ୍ୟସଭ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ପ୍ରଶିକ୍ଷଣ ଶିବିର ରେ କରୋନା ମହାମାରୀ ସମୟରେ ଶିଶୁଙ୍କ ସୁରକ୍ଷା ,ବିପଦ  ସଂଙ୍କୁଳ ପରିସ୍ଥିତିରେ ଥିବା ଶିଶୁଙ୍କର  ଥଇଥାନ,  “ଆଶୀର୍ବାଦ” ଯୋଜନର  କାର୍ଯ୍ୟକାରିତା , ଶିଶୁ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ସମସ୍ତ  ସରକାରୀ ଯୋଜନା , ଶିଶୁ  ସୁରକ୍ଷା କମିଟି ଓ ଟାସ୍କ ଫୋର୍ସ କମିଟି ର ସଭ୍ୟସଭ୍ୟା ମାନଙ୍କର  ଦାୟିତ୍ଵ ଓ କର୍ତ୍ତବ୍ୟ  ସଂପର୍କ ରେ ଆକୋକପାତ କରାଯିବା ସହିତ ପଞ୍ଚାୟତସ୍ତରୀୟ  ଶିଶୁ  ସୁରକ୍ଷା କମିଟି ମାନଙ୍କୁ କିପରି ଅଧିକ କ୍ରିଯାଶୀଳ କରାଯିବା ତାହା ଉପରେ ବିଷାଦ ଭାବରେ ଆଲୋଚନା କରାଯାଇ ଥିଲା ।
ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ , ପୂର୍ବତନ ସିଡିପିଓ ମନୋରମା ମାଝି  ତଲିମି ଦାତା ହିସାହରେ  ଏହି ପ୍ରଶିକ୍ଷଣକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଜିଲ୍ଲା ପରିଷଦ ସଭ୍ୟସଭ୍ୟା , ବ୍ଲକ ଅଧ୍ୟକ୍ଷ , ସମ୍ପୃକ୍ତ  ବ୍ଲକ ର ବିଡିଓ , ସିଡିପିଓ , ସରପଞ୍ଚ  , ଆଇସିଡିସେ ର ସମସ୍ତ ମହିଳା ସୁପରଭାଇଜର , ଅଙ୍ଗନୱାଡି କର୍ମୀ  ପ୍ରମୁଖ୍ୟ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ  ଶିଶୁ ସୁରକ୍ଷା , ବାଲ୍ୟବିବାହ କୁ ରୋକିବା , ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଓ “ଆଶୀର୍ବାଦ” ଯୋଜନର  କାର୍ଯ୍ୟକାରିତା ଉପରେ ନିଜ ନିଜର  ମତାମତ ପ୍ରଦାନ କରିଥିଲେ ।
Govt

Comments are closed.