ତିହିଡି,୦୭/୦୭: ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ବୁଧବାର ତିହିଡି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦିଆଯିବା ସହ ପ୍ରତିବାଦ ସଭା କରାଯାଇଥିଲା । ତୈଳ ଦରର ଅହେତୁକ ମୂଲ୍ୟବୃଦ୍ଧି ଓ ବିଭିନ୍ନ ସରାକାରୀ ଯୋଜନାରେ ଅନିୟମିତତା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା ।
ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସଙ୍କ ନେତୃତ୍ୱରେ ସମିତିସଭ୍ୟ ଉଦ୍ଧବ ଚରଣ ନାୟକ, ସମିତିସଭ୍ୟଙ୍କ ପ୍ରତିନିଧି ସୁରେଶ ମହାପାତ୍ର, ଛାତ୍ର କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ବାରିକ, ସୁଦର୍ଶନ ସ୍ୱାଇଁ, ମୀନକେତନ ସେନାପତି ଦିଲ୍ଲୀପ ବିଶ୍ୱାଳ, ବେଣୁଧର ଦାସ, କରୁଣାକର ମହାରଣା, ଗୋରାବାବୁ ସାହ, ପୃଥୀରାଜ ନାୟକ, ଭାସ୍କର ନାଥ, ଗଣେଶ ମଲ୍ଲିକ, ବିକ୍ରମ ଜେନା, ସର୍ବେଶ୍ୱର ବେହେରା, ସୁବାଶ ସାହୁ, ଦୀପକ ଦାସ, ଦିବ୍ୟସିଂହ ବଳ, ବଳରାମ କବି, ରମେଶ ସାହୁ, ସନାତନ ଦାସ ପ୍ରମୁଖ ଗଣଧାରଣା ଦେଇଥିଲେ । ପରେ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ୪ ଦଫା ସମ୍ବଳିତ ସ୍ୱାରକ ପତ୍ର ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ପ୍ରଦାନ କରାଯାଇଥିଲା ।
Comments are closed.