ନୂଆପଡ଼ା -୨୩/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଯେଠୁପାଲି ଗ୍ରାମ ନିକଟ ଜଙ୍ଗଲ ରେ କୋମନା ପୋଲିସ ଗତ ରାତି ରେ ଏକ ଜୁଆ ଅଡ୍ଡା ରେ ଚଢ଼ାଉ କରି ୨୩ ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ଦ୍ୱାରା ବ୍ୟବହୃତ ୧୩୮ଟି ଖୋଲା ତାସ କାର୍ଡ, ଦୁଇଟି ନୁଆ ତାସ ପାକେଟ ଓ ନଗଦ ୪୮ ହଜାର ୨୨୫ ଟଙ୍କା ସହ ଦୁଇଟି ଚାରିଚକିଆ ଯାନ, ଦଶଟି ମୋଟର ସାଇକେଲ, ୧୬ ଟି ମୋବାଇଲ ଫୋନ ଓ ଗୋଟିଏ ଚାର୍ଜର ଲାଇଟ ଜବତ କରାଯାଇଥିବା ନେଇ ନୂଆପଡା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ନୂଆପଡା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଟିକ୍ରାପଡ଼ା ସରପଞ୍ଚ ଙ୍କ ସ୍ୱାମୀ ତଥା ସମଗ୍ର ଶିକ୍ଷା ଯୋଜନାରେ ନିଯୁକ୍ତ ବି. ଆର. ଟି ତଥା ଏହି ଜୁଆ ଆଡ୍ଡା ଚଳାଇ କିଙ୍ଗ ପିନ କୁହାଯାଉଥିବା ପ୍ରସନ୍ନ ତାଣ୍ଡି ଙ୍କ ସମେତ ୬ ଜଣ ଜୁଆଡ଼ି ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅବଶିଷ୍ଟ ସତର ଜଣଙ୍କୁ ପୋଲିସ ନୋଟିସ ରେ ଛାଡ଼ିଥିବା ଜଣାପଡିଛି।ଏହି ସଂଗଠିତ ଜୁଆ ଆଡ୍ଡା ରେ ଧରା ପଡ଼ିଥିବା ଜୁଆଡ଼ିମାନେ ହେଲେ (୧) ପବିତ୍ର ନାଏକ, ବୟସ ୩୩, ପିତା-ପ୍ରମୋଦ ନାଏକ, କୋମନା (୨) ପରମେଶ୍ବର ତାଣ୍ଡି ,ବୟସ ୨୭ ପିତା- ସ୍ୱର୍ଗୀୟ ମନ୍ଧର ତାଣ୍ଡି, ଯେଠୁପାଲି (୩) ନୀଳମଣି ଶବର,ବୟସ ୩୬,ପିତା- ଅଲେଖ ଶବର, ଗଣ୍ଡାମେର (୪) ପ୍ରସନ୍ନ କୁମାର ତାଣ୍ଡି, ବୟସ ୪୪, ପିତା – ସ୍ୱର୍ଗତ ଗଜାନନ ତାଣ୍ଡି, ଗ୍ରାମ ଯେଠୁପାଲି ( ଟିକ୍ରାପଡା ସରପଞ୍ଚ ଙ୍କ ସ୍ଵାମୀ) (୫) କୁଞ୍ଜ ରାଉତ, ବୟସ ୫୮,ପିତା- ସ୍ୱର୍ଗତ ବାହାଦୁର ରାଉତ,କୋମନା (୬) ଲେଗଡା ସତନାମୀ, ବୟସ ୬୬, ପିତା- ରାମଦୟାଲ ସତନାମୀ, କାଣ୍ଡେତରା (୭) ନେମିଚନ୍ଦ ଅହିର,ବୟସ ୩୭ ,ପିତା ଗଜାନନ ଅହିର , କୁରୁମପୁରୀ ଥାନା ଲଖନା (୮) ବଳବନ୍ତ ଖମାରୀ, ୩୩ ବର୍ଷ, ପିତା- ବିଷ୍ଣୁ ରଞ୍ଜନ ଖମାରୀ ପଏଁର (୯) ଅଲେଖ ସଗରିଆ ବୟସ ୪୫ ପିତା- ସ୍ଵର୍ଗତ ପଶ୍ଚିମ ସଗରିଆ, ବଡଦୁହେଲ (୧୦) ଧବଳେଶ୍ଵର କୁଲଦୀପ, ବୟସ ୪୪ ସ୍ଵର୍ଗତ ତ୍ରିଲୋଚନ କୁଲଦୀପ , ଯେଠୁପାଲି (୧୧) ସଦାନନ୍ଦ ହଂସ, ବୟସ ୫୪ ପିତା- ରଘୁନାଥ ହଂସ, କଟାପାଲି (୧୨) ତୁକେ ରାମ ଶବର ବୟସ ୫୨, ପିତା – ବିଦୁର ଶବର, କଟାପାଲି (୧୩) ମାନସ ମହାନନ୍ଦ ବୟସ ୨୪, ପିତା- ନରସିଂହ ମହାନନ୍ଦ , ଯେଠୁପାଲି (୧୪ ) କୁମର ସିଂ ଖମାରୀ ବୟସ ୨୪ ପିତା- ବିଷ୍ଣୁ ଚରଣ ଖମାରୀ, ପଏଁର, (୧୫) ପ୍ରେମାନନ୍ଦ ତାଣ୍ଡି ବୟସ ୩୭, ପିତା- ପରଲାଲ ତାଣ୍ଡି, ଯେଠୁପାଲି (୧୬) ହରବେନ୍ଦ୍ର ଶବର ବୟସ ୨୫ ପିତା- ମୋତି ଲାଲ ଶବର, ପଏଁର (୧୭) ରିତେଶ ବାଗ ବୟସ ୪୩, ପିତା- ବାବୁ ଲାଲବାଗ, ଥାନା ଖଡିଆଲ , ଉପରୋକ୍ତ ୧୭ ଜଣ ଜୁଆଡି ନୂଆପଡ଼ା ଜିଲ୍ଲା ଖଡ଼ିଆଳ କୋମନା ଓ ଲଖନା ଥାନା ଅଞ୍ଚଳ ର ହୋଇ ଥିବା ବେଳେ ଆଉ ୫ ଜଣ ବଲାଙ୍ଗିର ଜିଲ୍ଲାର ଓ ଜଣେ ଛତିଶଗଡ଼ ରାଜ୍ୟ ରାୟପୁର ର ଅଟନ୍ତି (୧୮) ଅଲେଖ ଜୈନ ବୟସ ୪୯ ପିତା ନେମିଚନ୍ଦ ଜୈନ, ଲାଠୋର, ବଲାଙ୍ଗିର (୧୯) ଜଗନ୍ନାଥ୍ ମେହେର ବୟସ ୩୦ ପିତା- ସ୍ଵର୍ଗତ ପିତାମ୍ବର ମେହେର, ଲାଠୋର, ବଲାଙ୍ଗିର (୨୦) ପୀତବାସ ମେହେର ବୟସ ୩୭ ପିତା- ରାମ ମେହେର, ଗ୍ରାମ ଖୋର୍ଲି, ତୁରେକେଲା , ବଲାଙ୍ଗିର (୨୧) ସୁଦାମ ମେହେର ବୟସ ୪୬ ପିତା – ସ୍ଵର୍ଗତ ମାନ ମେହେର , ଲାଠୋର, ବଲାଙ୍ଗିର (୨୨) ଗୌରୀ ଶଙ୍କର ଥାନାପତି ବୟସ ୪୦ ପିତା ଭକ୍ତ ଚରଣ ଥନାପତି, ଲାଠୋର, ବଲାଙ୍ଗିର (୨୩) କେଶର ସତନାମୀ ବୟସ ୫୨, ପିତା – ଯୁଧିଷ୍ଟିର ସତନାମୀ, ମୋତି ନଗର, ଥାନା ତିକ୍ରାପାଡ଼ା, ଜିଲ୍ଲା ରାୟପୁର, ଛତିଶଗଡ଼ ରାଜ୍ୟ ର ବୋଲି ଚିହ୍ନଟ ହୋଇଥିବା ପୋଲିସ ସୂତ୍ର ରୁ ପ୍ରକାଶ।