Odisha news

ଏନଟିିପିସି କଣିହାଁକୁ‘ଜାତୀୟ ସ୍ୱର୍ଣ୍ଣ ମୟୁର ପୁରସ୍କାର’

0

କଣିହାଁ : ଅନୁଗୋଳ ଜିଲା କଣିହାଁସ୍ଥ ଏନଟିପିସିକୁ ସମ୍ମାନଜନକ ‘ ଜାତୀୟ ତାଲିମ ସ୍ୱର୍ଣ୍ଣ ମୟୁର ପୁରସ୍କାର’ (ଗୋଲେଡନ ପିକକ ନେସନାଲ ଟ୍ରେନିଂ ଆୱାର୍ଡ) ମିଳିଛି । ଉତ୍ତମ ବାଣିଜି୍ୟକ ସଫଳତା, ନୁତନ ଉତ୍ପାଦନ, ସେବା ଓ ଗୁଣାବତ୍ତା ପାଇଁ ଉକ୍ତ ଷ୍ଟେସନକୁ ଗତ ୧୫ ତାରିଖ ଦିନ ଇନଷ୍ଟିଚ୍ୟୁଟ ଅଫ ଡାଇରେକ୍ଟର୍ସ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରର ଭର୍ଚୁଆଲ କାର୍ଯ୍ୟକ୍ରମରେ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା । ଇନିଷ୍ଟିଚ୍ୟୁଟ ଅଫ ଡାଇରେକ୍ଟର୍ସର ଅଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଜେ.ଏସ.ଆହ୍ଲୁୱାଲିଆଙ୍କ ଠାରୁ ଏନଟିପିସି କଣିହାଁ ସିଜିଏମ ସୁଦିପ ନାଗ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପୁରସ୍କାର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଏନଟିପିସିର ଏଜିଏମ(ଏଚଆର) କେ. ଏସ.ଶର୍ମା , ଏଜିଏମ ପି.ଏମ.ଜି.ଭି ଶ୍ରିନିବାସ ଉପସ୍ଥିତ ଥିଲେ ।

ପୁରସ୍କାର ପ୍ରଦାନ ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରାଳୟ ସଚିବ ଦୁର୍ଗାଶଙ୍କର ମିଶ୍ର, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଡ. ପି.ଭି.ରମେଶ, କର୍ପୋରେଟ ଆଫାୟର୍ସ ମନ୍ତ୍ରାଳୟର ଯୁଗ୍ମସଚିବ କେ.ଭେଙ୍କଟରମନ ମୁର୍ତୀ, ଇନଷ୍ଟିଚ୍ୟୁଟ ଅଫ ଡାଇରେକ୍ଟର୍ସର ଡାଇରେକ୍ଟର ଜେନେରାଲ ଅଶୋକ କପୁର ଉପସ୍ଥିତ ଥିଲେ । କର୍ପୋରେଟ ସ୍ତରରେ ବିଶ୍ୱ ସ୍ତରରେ ଉଲ୍ଲେଖନୀୟ ସଫଳତା ପାଇଁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି । ଉକ୍ତ ପୁରସ୍କାର ପ୍ରଦାନ ଉଦେ୍ଦଶ୍ୟ ବିଭିନ୍ନ ସରକାରୀ ବେସରକାରୀ ଉଦ୍ୟୋଗ ମାନଙ୍କ ମଧ୍ୟରେ ପ୍ରତିଯୋଗିତ୍ମାକ ମନୋଭାବ ରଖି ସଫଳତା ହାସଲ କରିଥିବା ୧୭ବିଭାଗକୁ ପୁରସ୍କାର ପ୍ରଦାନ ବ୍ୟବସ୍ଥା ହୋଇଛି । ଉକ୍ତ ପୁରସ୍କାର ପାଇଁ ଆବେଦନ କରିଥିବା ୩୪୪ ଅନୁଷ୍ଠାନଙ୍କ ମଧ୍ୟରୁ ଆସେସ୍ମେଂଟ ଗ୍ରୁପ କମ୍ପରମାଇଜିଂ ଅଫ ବିଜିନେସ ଏକ୍ସଲାନସ୍, କ୍ୱାଲିଟ ମ୍ୟାନେଜମେଂଟ, ଲାଣ୍ଣିଂ ଓ ଡେଭଲପମେଂଟ ଏକ୍ସପର୍ଟସଙ୍କ ଦ୍ୱାରା ବଛାଯାଇ ୧୫୧ଟି ଅନୁଷ୍ଠାନକୁ ଚୟନ କରାଯାଇଥିଲା ।

Har Ghar Tiranga

Leave A Reply