ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଏହି ବେଆଇନ କାମରେ ସଂଶ୍ଳିଷ୍ଟ ୨ ଜଣଙ୍କୁ ଗିରଫ କରିଛନ୍ତି । ତତ୍ ସହିତ ଏକ କାରକୁ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି । ଶନିବାର ପୂର୍ବାହ୍ନରେ ଅନୁଗୁଳ ଅବକାରୀ ବିଭାଗ ଅଧିକାରୀ ମାନେ କୋ÷ଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତୁରଙ୍ଗ ଦୁର୍ଗା ବିହାର ଅଚଂଳରେ ଚଢ଼ାଉ କରି ସେଠାରୁ ବିଦେଶୀ ମଦ ଭର୍ତି ଏକ ଓଡି୧୯ଇ-୦୦୫୬ ନମ୍ବର ବିଶିଷ୍ଟ ଏକ ମାରୁତି ସ୍ୱିଫ୍ଟ କାରକୁ ଜବତ କରିଥିଲେ ।
ଅବକାରୀ ଅଧିକାରୀ ମାନେ ଉକ୍ତ କାରକୁ ଜବତ କରି ସେଥିରୁ ୭୨୦ ବୋତଲ ତଥା ୧୨୯.୬୦୦ ଲିଟର ବିଦେଶୀ ମଦ ଜବତ କରିବା ସହ ଏହି ଚୋରା କାରବାରରେ ସଂଶ୍ଳିଷ୍ଟ ଥିବା ଜରାସିଂହା ଗ୍ରାମର ଗଜେନ୍ଦ୍ର ସାହୁ ଏବଂ କୁମଣ୍ଡ ଚଣ୍ଡି ବଜାରର ଅଜୟ କୁମାର ବେହେରାଙ୍କୁ ଗିରଫ କରିଥିଲେ । ତେବେ ଜବତ ବିଦେଶୀ ମଦ ଗୁଡିକ ଅରୁଣାଚଳ ପ୍ରଦେଶରେ ବିକ୍ରି ପାଇଁ ଲେଖା ଥିବା ବେଳେ ଓଡିଶାରେ ଏହାର ଲିଙ୍କ ଥିବା ଜଣାପଡିଛି । ଅନେକ ଦିନରୁ ଏମାନେ ଏହି ମଦକୁ ମାତ୍ର ୫୦ଟଙ୍କାରେ ଆଣି ଏଠାରେ ତାର ଦୁଇଗୁଣ ଅଧିକା ଦାମରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ କରୁଥିବା ଅବକାରୀ ଅଧକାରୀ ମାନେ ପ୍ରକାଶ କରିଥିଲେ ।