Odisha news

ନୀତିଶାସ୍ତ୍ର : ପିତାମାତା ନିଜ ସନ୍ତାନ ମାନଙ୍କୁ ଯଦି ସଂସ୍କାରି ଓ ସଫଳ କରିବାକୁ ଚାହୁଁଛନ୍ତି,ତେବେ ଏହି ୩ଟି କଥାକୁ ଧ୍ୟାନ ଦେବା ଆବଶ୍ୟକ

0

ସମସ୍ତ ପିତାମାତା ଚାହିଁ ଥାଆନ୍ତି ଯେ ତାଙ୍କ ସନ୍ତାନ ମାନେ ସଂସ୍କାରି ଓ ସଫଳ ହୁଅନ୍ତୁ l ତେଣୁ ସେଥିପାଇଁ ପିତାମାତା ଏପରି ଗଢି ତୋଳିବା ପାଇଁ ନିଜ ସନ୍ତାନ କୁ ଠିକ ଭୁଲ ର ଶିକ୍ଷା ଦେବା ନିହାତି ଆବଶ୍ୟକ l ନୀତିଶାସ୍ତ୍ର ଅନୁସାରେ ବିଶେଷ ଭାବରେ ନୀତି ନିୟମ ଅନୁସାରେ ପାଳନ କରିବା ଆବଶ୍ୟକ l ଯେପରି ପାଣି ଯଦି ଥରେ ବୋହି ଯାଇଥାଏ ତାକୁ ଆଉ ଫେରାଇ ଆଣୀହୁଏ ନାହିଁ, ସେହିଭଳି ସନ୍ତାନ ଯଦି ଥରେ ସଂସ୍କାର ବାହାରକୁ ଚାଲିଯାଏ ତେବେ ତାକୁ ସଜାଡି ହୁଏନାହିଁ l

୧) ନୀତିଶାସ୍ତ୍ର କହୁଛି ଯେ ଛୋଟ ବେଳରୁ ପିଲାମାନେ କଞ୍ଚା ମାଟି ଭଳି ହୋଇ ଥାଆନ୍ତି l ସେଥିପାଇଁ ପିତାମାତା ଙ୍କ ୫ବର୍ଷ ଆୟୁ ପର୍ଯ୍ୟନ୍ତ ସ୍ନେହ ଓ ମମତାରେ ପାଳନ କରିବା ଉଚିତ l ସନ୍ତାନ ମାନଙ୍କୁ ପିଲାଟି ଦିନରୁ ଯଦି ଆକଟ ନକରିବେ ତେବେ ସେମାନେ ଛୋଟ ବେଳରୁ କିଛିଟା ଖରାପ ଅଭ୍ୟାସ କୁ ସାଙ୍ଗରେ ନେଇ ଆଗକୁ ବଢି ଥାଆନ୍ତି l ପିତାମାତା ଉଭୟ ନିଜ ସନ୍ତାନ କୁ ଦୃଷ୍ଟିରେ ରଖିବା ଆବଶ୍ୟକ l

୨) ଶାସ୍ତ୍ର ଅନୁସାରେ ପିତାମାତା ୫ବର୍ଷ ପରେ ଭଲ ମନ୍ଦ ବିଷୟରେ ବୁଝେଇବା ପାଇଁ ସାମାନ୍ୟ କ୍ରୋଧ କରିବା ଉଚିତ l କାରଣ ସନ୍ତାନ ଏହି ସମୟ ରେ ଭଲ ମନ୍ଦ କୁ ବୁଝିବା ପାଇଁ ବେଶ ସକ୍ଷମ ହୋଇ ଯାଇଥାଏ l ଯେପରି ସେ ପରିବାର ରେ ଗୁରୁଜନ ମାନଙ୍କୁ ସମ୍ମାନ ଓ ଆଦର କରିବ, ସମ୍ପର୍କୀୟ ମାନଙ୍କ ସହିତ ଭଲ ସମ୍ପର୍କ ରଖିବ ଓ ନିଜର ବନ୍ଧୁ ମାନଙ୍କୁ ନେଇ ପିତାମାତା ସଚେତନ କରାଇବା ଉଚିତ l

୩) ନୀତିଶାସ୍ତ୍ର ଅନୁସାରେ ପିତାମାତା ସର୍ବଦା ନିଜ ସନ୍ତାନ କୁ ସମସ୍ତ ପରିସ୍ଥିତି ଓ ସମସ୍ତ ସମୟ ସହିତ କିପରି ଚଳି ପାରିବ ସେ ବିଷୟରେ ଠିକ ଭାବରେ ଜ୍ଞାନ ଦେବା ଉଚିତ l ସନ୍ତାନ ଯେପରି ନିଜର ସମସ୍ତ ଭୁଲ ଠିକ କୁ ନିଜ ପିତାମାତା ଙ୍କ ନିକଟରେ ଠିକ ଭାବରେ କହିବ ସେଥିପାଇଁ ପିତାମାତା ଗୋଟିଏ ଭଲ ବନ୍ଧୁ ଭଳି ନିଜ ସନ୍ତାନ ସହିତ ବ୍ୟବହାର କରିବା ଉଚିତ l କାହିଁକି ନା ଏହି ସମୟରେ ପିଲା ମାନଙ୍କ ମଧ୍ୟରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଦେଇ ଥାଏ , ଯାହାକୁ ବିଜ୍ଞାନ ମଧ୍ୟ ସଠିକ ଦର୍ଶାଉଛି l ଜୀବନ ରେ ଆଗକୁ ବଢିବା ପାଇଁ ମଧ୍ୟ ପ୍ରୋତ୍ସାହନ ଦେବା ଆବଶ୍ୟକ, ଠିକ କଣ ଓ ଭୁଲ କଣ ସେ ବିଷୟରେ ଯେପରି ସନ୍ତାନ ତାଙ୍କର ଠିକ ଭାବରେ ଜାଣିପାରେ l

Leave A Reply