Odisha news

ରେକର୍ଡ ସଂଶୋଧନ ପାଇଁ ଭିଟାମାଟି ବଞ୍ଚାଓ ସଂଗ୍ରାମ ସମିତି ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଆଜି

0
ନିରାକାରପୁର,୧୦/୩: ଖୋର୍ଦ୍ଧା ଜିଲ୍ଲା ନରଣଗଡ , ଧଉଳିମୁଂହ ଓ ନିଜଗଡ ତାପଙ୍ଗ ର ୧୫ ରାଜସ୍ବ ମୌଜା ବାସିନ୍ଦା ମାନେ ଦୀର୍ଘ ବର୍ଷ ହେବ ଘରଦ୍ୱାର କରି ରହି ଆସୁଥିଲେ ବି ସେମାନଙ୍କ ପଟ୍ଟା ରେ ସେମାନେ ପ୍ରଜା ଥିବାବେଳେ ଶ୍ରୀ ଜଗନ୍ନାଥ ଙ୍କ ନାମ ଉଲ୍ଲେଖ ରହିଛି। ଫଳରେ ସେମାନଙ୍କୁ କୌଣସି ସରକାରୀ ସୁବିଧା ଉପଲବ୍ଧ ହେଉନାହିଁ। ପୂର୍ବରୁ ଉକ୍ତ ପଟ୍ଟା ମାଧ୍ୟମରେ ଲୋକେ ସରକାରଙ୍କ ଆବାସ ଯୋଜନାରେ ଗୃହ ନିର୍ମାଣର ସୁଯୋଗ ପାଇଥିଲେ। କିନ୍ତୁ ୨୦୧୬ ମସିହା ପରଠାରୁ ଶ୍ରୀ ଜଗନ୍ନାଥ ପ୍ରଶାସନର ବାରଣ ଯୋଗୁ ଏଥିରୁ ବି ହିତାଧୀକାରୀ ଏବେ ବଞ୍ଚିତ ହେଉଛନ୍ତି। ତେଣୁ ନରଣଗଡ ଭିଟାମାଟି ବଞ୍ଚାଓ ସଂଗ୍ରାମ ସମିତି ରେକର୍ଡ ସଂଶୋଧନ କରି ଓଡ଼ିଶା ସରକାରଙ୍କ ଅଧୀନ କୁ ଆଣିବାକୁ ବାରମ୍ବାର ଦାବି,ଧାରଣା ଦିଆଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ଯାହା ଫଳରେ ଆଜି ନରଣଗଡ ଭିଟାମାଟି ବଞ୍ଚାଓ ସଂଗ୍ରାମ ସମିତି ସଭାପତି ଗୋଦାବରୀଶ ଗୁମାନସିଂହଙ୍କ ସଭାପତିତ୍ବରେ ତୁରନ୍ତ ରେକର୍ଡ ସଂଶୋଧନ କରିବା ଦାବିରେ ସ୍ଥାନୀୟ କୁଣ୍ଡାକୁଣ୍ଡି ପାହାଡ଼ ଖନନ କାର୍ଯ୍ୟ କରୁଥିବା ଓଡ଼ିଶା ଖଣି ନିଗମ ରାସ୍ତା ସମ୍ମୁଖରେ ସୋମବାର ଦିନ ଠାରୁ ଶାନ୍ତି ପୂର୍ବ ଭାବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସି ରହିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ଅମରେନ୍ଦ୍ର ବାଲିଆସିଂହ,ପୂର୍ବତନ ସରପଂଚ ବୈକୁଣ୍ଠ ନାଥ ମାର୍ଥା, ପୂର୍ବତନ ସରପଂଚ କାଳୁ ଚରଣ ବଳିଆରସିଂହ , ଶରତ ଚନ୍ଦ୍ର ତ୍ରିପାଠୀ, ଦେବୀ ରଞ୍ଜନ ରାଉତରାୟ, କାର୍ତ୍ତିକ ପ୍ରଧାନ, ରଘୁନାଥ ଶ୍ରୀଚନ୍ଦନ, ବିଜୟ କୁମାର ପାଇକରାୟ, ସନ୍ତୋଷ ମିଶ୍ର, ଧନେଶ୍ଵର ଜେନା, ଝୁଲ ବଳବନ୍ତରାୟ,ବାଳକୃଷ୍ଣ ହରିଚନ୍ଦନ ଓ ସନ୍ତୋଷ ଜଗଦେବଙ୍କ ସମେତ ବହୁ ଗ୍ରାମବାସୀ ଏଠାରେ ଉପସ୍ଥିତ ରହିଥିଲେ। ସଭା ନିଷ୍ପତି ଅନୁଯାୟୀ ଆଜି ସକାଳ ୮ ଟାରେ ହାଡପଦା ଫୁଲଦୋଳ ପଡିଆରେ ଏକଜୁଟ ହୋଇ ଭୋଗପୁର ଓଏମସି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ରେ ଦିଆଯିବ। ମୁଖ୍ୟ ସମସ୍ୟା ରେକର୍ଡ ସଂଶୋଧନ କାର୍ଯ୍ୟ କରାଯିବା ପାଇଁ ଏହି ଧାରଣା କରାଯାଉଛି ବୋଲି ସମିତି ପକ୍ଷରୁ ଜଣାଯାଇଛି।
Leave A Reply