Odisha news

ଉଠା ଜଳସେଚନ ବିଭାଗ ଛାଡ଼ିଲା  ପାଣି : ଚାଷୀ ଖୁସି ବ୍ୟକ୍ତ କଲେ 

0
ନିରାକାରପୁର,୧୫/୧୧ :  କେନାଲ ଜରିଆରେ ଜମିକୁ ପାଣି ଛାଡ଼ିବା ଓ ମରୁଡି ଘୋଷଣା ପାଇଁ ଗତ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଆଞ୍ଚଳିକ ଚାଷୀ କମିଟି ତରଫରୁ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରାଯିିବା ପରେ  ୧୪ ତାରିଖରେ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ।
 ଜିଲ୍ଲାପାଳ ରାମେଶ୍ବର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଠାରେ ୨୫ କେଭି ବଦଳରେ ତୁରନ୍ତ ୧୦୦କେଭି ବିଦ୍ୟୁତ୍ ଟ୍ରାନ୍ସଫରମର ବସାଇ ପମ୍ପ ଯୋଗେ କେନାଲରେ ପାଣି ଯୋଗାଇ ଚାଷ ବଞ୍ଚାଇବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଉଠା ଜଳସେଚନ ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ମାଝୀ ଙ୍କ ନେତୃତ୍ୱରେ ଆଜି ୫ ଟି ୧୦ ଏଚପି ପାଣି ପମ୍ପ  ଲାଗିବା ବ୍ୟବସ୍ଥା କରାଯାଇଥିଲା।ପରେ ଆଜି ଅପରାହ୍ନରେ ୪ ପାଣି ମଟର କାର୍ଯ୍ୟକ୍ଷମ କରାଯାଇ ନିରାକାରପୁର ପଟ କେନାଲ କୁ ପାଣି ଛାଡ଼ିବା ଆରମ୍ଭ ହୋଇଛି। ଏହି ସମୟର ଉଠା ଜଳସେଚନ ବିଭାଗ ର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟ ପାଇଁ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀମାନଙ୍କୁ ଆଞ୍ଚଳିକ ଚାଷୀ କମିଟି ତରଫରୁ କୃତଜ୍ଞତା ଜଣାଯାଇଛି।
Nalco
Leave A Reply