Odisha news

ଗଡ଼ଦେଉଳିଆ ରେ ୨୫  ତମ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

0
ବେତନଟୀ : ବୈଶିଙ୍ଗା ଥାନା ଗଡ଼ଦେଉଳିଆ ପଞ୍ଚାୟତ ହାଇସ୍କୁଲ ପଡିଆ ରେ  ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମବାର ଉଦଘାଟିତ ହୋଇଥିବାବେଳେ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବିର ବୀର୍ଷା କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ୨୫ ତମ ଟୁର୍ଣ୍ଣାମେଣ୍ଟ ରେ  ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ଖେଳ ଏସ ବି ଆଇ ଗଡ଼ଦେଉଳିଆ ଏଫ ସି ଓ ସାନ ଡାକୟ ସାଗେନ ସାକାମ ଏଫ ସି ମଧ୍ୟ ରେ ହେଇଥିଲା। ଶେଷରେ ଏସ ବି ଆଇ ଗଡ଼ଦେଉଳିଆ ଏଫ ସି  ଚମ୍ପିୟାନ ହୋଇଥିଲା । ପ୍ରଥମ ପୁରସ୍କାର ତିରିଶ ହଜାର, ଦ୍ଵିତୀୟ ପୁରସ୍କାର କୋଡିଏ ହଜାର, ତୃତୀୟ ପୁରସ୍କାର ପାଞ୍ଚ ହଜାର, ଏବଂ ଚତୁର୍ଥ ପୁରସ୍କାର ପାଞ୍ଚ ହଜାର  ଟଙ୍କା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ବାଲେଶ୍ୱର ବ୍ୟାଙ୍କ ଅଫ ବରଦା ର ଶାଖା ପରିଚାଳକ ସୌରଭ ସିଂ , ଅତିଥି ଭାବରେ ଗଡ଼ଦେଉଳିଆ ଏସ ବି ଆଇ ବ୍ୟାଙ୍କ ର ଶାଖା ପରିଚାଳକ ପଙ୍କଜିନୀ ସେଠୀ , ଗଡ଼ଦେଉଳିଆ ସରପଞ୍ଚ ପ୍ରମୁଖ ଯୋଗଦାନ କରିଥିଲେ।ମୁଖ୍ୟ ବକ୍ତା ଭାବରେ ଉମାକାନ୍ତ ବେହେରା, ମୁରଲୀଧର ମହାନ୍ତ ଉପସ୍ଥିତ ଥିଲେ lଗଡ଼ଦେଉଳିଆ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ କ୍ରୀଡା ଶିକ୍ଷକ ବିଜୟ କୁମାର ବେହେରା ଖେଳ ପରିଚାଳନା କରିଥିଲେ କ୍ଲବ ରସଭାପତି ଲଷ୍ମୀଧର ମାଝୀ, ସମ୍ପାଦକଶଙ୍କର ଚପେୟାରା଼, ସହସମ୍ପାଦକ  ବନମାଳୀ ସିଂ,ଏବଂ କ୍ଲବ ର ସମସ୍ତ ସଦଶ୍ୟ  ସହଯୋଗ କରିଥିଲେ।
Ad2
Leave A Reply