Odisha news

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ୩ ନଂ ଜୋନରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

0
ନିରାକାରପୁର,୮/୧୦:  ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ୩ ନମ୍ୱର ଜୋନ ର ଗୋଡିପଡା ଗ୍ରାମପଞ୍ଚାୟତ ମୋଟା ଗ୍ରାମ ଭଗବତୀ ଠାକୁରାଣୀଙ୍କ ପୀଠ ରୁ ବାହାରି ମୋଟା ଓ ଗୋଡ଼ିପଡ଼ା ଗ୍ରାମ ପରିକ୍ରମା କରି ଗୋଡ଼ିପଡ଼ା ଦୋଳ ପଡିଆ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।  ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର   ଓ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂହଙ୍କ ନେତୃତ୍ବରେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ  ୩ନମ୍ବର ଜୋନ୍ ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ଖୋର୍ଦ୍ଧା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ମିଶ୍ର, ଟାଙ୍ଗି ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିସ୍ନା ମାନ୍ଧାତା,ଖୋର୍ଦ୍ଧା ବ୍ଲକ ଅଧକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ,ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ସାମନ୍ତରାୟ,ବିଜୁ ମହିଳା ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସଭାପତି ଗୀତାଞ୍ଜଳି ପାଟଶାଣୀ,ବିଜୁ ମହିଳା ଜନତା ଦଳ ଖୋରଧା ଜିଲ୍ଲା ଉପସଭାପତି ରଶ୍ମି ମିଶ୍ର,ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ଉପସଭାପତି କାଳୁ ବଳିୟାରସିଂହ, ବିଜୁ ଯୁବ ଜନତା ଦଳ ଖୋର୍ଦ୍ଧା ବ୍ଲକ ସଭାପତି ସୁଶାନ୍ତ ଗୁମାନସିଂହ,ଜଙ୍କିଆ ପଞ୍ଚାୟତ ସଭାପତି ମହେଶ ରାଉତରାୟ,ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ରାଜ କିଶୋର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଦଳାଇ,ବିଜୁ ଛାତ୍ର ଜନତା ଦଳ ଖୋରଧା ଜିଲ୍ଲା ସଭାପତି ବିଶ୍ଵଦୀପ ପ୍ରଧାନ,ଖୋର୍ଦ୍ଧା ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ପରିଡ଼ା, ଓଳସିଂହ ପୂର୍ବତନ ସରପଂଚ ପ୍ରେମାନନ୍ଦ ପରିଡ଼ା, ଜଂକିଆ ସରପଂଚ ପଙ୍କଜିନୀ ବଳବନ୍ତରାୟ, ସମିତି ସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା, ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ନରେନ୍ଦ୍ର, ଅମରେନ୍ଦ୍ର ବଳିଆରସିଂହ, ବୈକୁଣ୍ଠ ମାର୍ଥା ଓ ସମିତି ସଭ୍ୟ ଅଶୋକ ବେହେରା, ପୂର୍ବତନ ସରପଂଚ ପ୍ରସନ୍ନ କୁମାର ଖଣ୍ଡାୟତରାୟ ଓ ପୂର୍ବତନ ସମିତି ସଭ୍ୟ ସଂଜୀପ ପାହାଡ଼ସିଂହ ପ୍ରମୁଖଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟାରେ କର୍ମୀ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
Nalco
Leave A Reply