ଢ଼େଙ୍କିକୋଟ ତା ୮. ୧୦. ୨୩ : ଘଟଗାଁ ବ୍ଲକ୍ ଅନ୍ତର୍ଗତ ତୋରାଣୀ ପୋଖରୀ ସାପ୍ତାହିକ ହାଟରେ ଘଟଗାଁ ଅବକାରୀ ବିଭାଗ ଓ ଢ଼େଙ୍କିକୋଟ ଫାଣ୍ଡି ପୁଲିସ ମିଳିତ ଚଢାଉ କରିଛନ୍ତି l ଏହି ଚଢାଉ ରେ ଦେଶୀମଦ ୨୦ ଲିଟର ସହିତ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ବ୍ୟକ୍ତି ଜଣକଂ ହେଲେ ମୋହନ ମହାନ୍ତ. ଘର ନିକଟବର୍ତୀ ପୋଇପାଣି ଗ୍ରାମରେ ବୋଲି ଜଣାପଡିଛି l ଏହି ଚଢାଉ ରେ ମୋହନ ପାଖରୁ ମଦ ସହିତ ମଦବିକ୍ରି ସାମଗ୍ରୀ ଜବଦ ହୋଇଛି l ଘଟଗାଁ ଅବକାରୀ ଥାନା ଏ. ଏସ. ଆଈ. ସ୍ୱାଭିମାନ ବଡ଼ଜେନା ଓ ଢ଼େଙ୍କିକୋଟ ଫାଣ୍ଡି ଅଧୀକାରୀ ତରଣିସେନ ବାଗ୍, ଏ,ଏସ,ଆଈ, ସୁରଥ କୁମାର ଦେହୁରି କଂ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ l