Odisha news

ଜଂକିଆ ପୋଲିସର ଚଢ଼ଉ : ଗୋରୁ ବୋଝେଇ ମିନିଟ୍ରକ ଜବତ

0
ନିରାକାରପୁର,୪/୧୦: ବର୍ତ୍ତମାନ ଖୋରଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗୋରୁ ମାଫିଆ ମାନେ ଅତି ଅମାନୁଷିକ ଭାବେ ଗୋରୁମାନଙ୍କୁ   ଗାଡ଼ିରେ ବୋଝେଇ କରି ରାଜ୍ୟ ବାହାର କଂସେଇ ଖାନାକୁ ଚାଲାଣ କରୁଥିବା ବେଳେ ଆଜି ଜଂକିଆ ପୋଲିସ ଗୋରୁ ଚାଲାଣ ହେଉଥିବା ଖବର ପାଇ ସିକୋ ଜଙ୍ଗଲ ନିକଟରୁ ୪ ଟି ଗୋରୁ  ଏକ ମିନିଟ୍ରକରେ ବୋଝେଇ ହୋଇଥିବାବେଳେ  ଜବତ  କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଜଂକିଆ ଥାନା ଅଞ୍ଚଳ ସରପାରୀ ଛଣଗିରି ଓ ସିକୋ ଅଞ୍ଚଳ ରୁ ଗୋରୁ ଚାଲାଣ କରାଯାଉଥିବାର ପ୍ରାୟ ସମୟରେ ଅଭିଯୋଗ ହେଉଛି। ଛୋଟ ଛୋଟ ଗାଡ଼ିରେ ବିଭିନ୍ନ ଅଂଚଳରୁ ଗୋରୁ ମାଫିଆ ମାନେ ଗୋରୁ ଆଣି ପୂର୍ବରୁ ଜଙ୍ଗଲ ନିକଟରେ ଛିଡ଼ା ହୋଇଥିଲା କଣ୍ଟେନର ରେ ଅମାନୁଷିକ ଭାବେ ଲୋଡ କରି ବାହାର ରାଜ୍ୟକୁ ପଠାଉଛନ୍ତି। ଆଜି ଜଂକିଆ ପୋଲିସ ଖବର ପାଇ ସିକୋ ଜଙ୍ଗଲ ନିକଟରୁ ଗୋରୁ ବୋଝେଇ ମିନିଟ୍ରକ ନଂ ଓ ଆର ୦୨ ବି ଏକ୍ସ ୩୯୦ କୁ ଜବତ କରିଥିଲେ। ୪ ଗାଈ ଙ୍କୁ ଅତି ନିଷ୍ଠୁର ଭାବେ ବନ୍ଧା ଯାଇ ଗାଡ଼ିରେ ଅଣାଯାଇଥିବା ଦେଖିବାକୁ ମିଳିଛି।
Nalco
Leave A Reply