Odisha news

ସଙ୍କଟ ରେ ବନ୍ୟଜନ୍ତୁ।ଜବତ ମୃତ ବାରହା କୁ ବନବିଭାଗ ହାତରୁ ଛଡାଇ ନେଲେ ଶିକାରୀ।ଥାନାରେ ମାମଲା ରୁଜୁ ।

0
ଆଠଗଡ଼ ତା ୦୪-୧୦-୨୩ ଜଙ୍ଗଲ ଜାତ ଦ୍ରବ୍ଯ ର ବେଧଡକ ଲୁଟ୍ ପରେ ଏବେ ଆଠଗଡ଼ ରେ ଵନ୍ୟ ଜନ୍ତୁ ମଧ୍ୟ ସଙ୍କଟରେ। ଶିକାରୀ ମାନେ ଆଠଗଡ଼ ରେଞ୍ଜ ରେ ସକ୍ରିୟ ରହି ଜଙ୍ଗଲ ଭିତରେ ବେଧଡକ ଜନ୍ତୁ ଶିକାର କରିବା ଏବଂ ତାକୁ ନେଇ ଵଜାର ରେ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଆଜି ଆଠଗଡ଼ ରେଞ୍ଜ ର ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତ ସ୍ଥିତ ହରିଡାପଶି ଗ୍ରାମରେ ଶିକାର ହୋଇଥିବା ବାରହା କୁ ଜବତ କରିବା ପାଇଁ ଯାଇଥିବା ବନବିଭାଗ କର୍ମଚାରୀ  ମାନଙ୍କୁ ଶିକାରୀ ମାନେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇ ଉକ୍ତ ବାରହା କୁ ଛଡାଇ ନେଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଏ ନେଇ ବିଭାଗ ର ଜଣେ ବନରକ୍ଷୀ ଙ୍କ ଅଭିଯୋଗ କୁ ଆଧାର କରି ତିଗିରିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।ତିଗିରିଆ ବନବିଭାଗ ରେ କାର୍ଯ୍ୟରତ ବନରକ୍ଷୀ ପ୍ରମିଷ୍ଠା ପ୍ରିୟଦର୍ଶିନୀ ଙ୍କ ଲିଖିତ ଅଭିଯୋଗ ଅନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୯ ଟା ବେଳେ ବନରକ୍ଷୀ ପ୍ରମିଷ୍ଠା ନିଜର ଅନ୍ୟ ସହଯୋଗୀ ଙ୍କ ସହ ତିଗିରିଆ ଥାନା ଅନ୍ତର୍ଗତ  ଅଚଳକୋଟ ପଞ୍ଚାୟତ ସ୍ଥିତ ହରିଡାପଶି ଗ୍ରାମର ନିକଟରେ ଥିବା କାଳିଚା ବଲ୍ଲଭ ସଂରକ୍ଷିତ ଜଙ୍ଗଲ କୁ ପାଟ୍ରୋଲିଂ ପାଇଁ ଯାଇଥିଲେ।ଏହି ସମୟରେ ଉକ୍ତ ଗ୍ରାମ ନିକଟରେ ଥିବା ଜରିତଇଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ଗ୍ରାମର ବଣ୍ଟି ରାଉତ,ଅମୂଲ୍ୟ ରାଉତ,ସୋନୁ ରାଉତ ଫାଶ ଦ୍ଵାରା ପ୍ରାୟ ଏକ କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ଓଜନ ର ବାରହା କୁ ମାରି ଦେଇଥିଲେ।ଏ ସମ୍ପର୍କରେ ସୂଚନା ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଉକ୍ତ ଶିକାରୀ ମାନେ ବନ ବିଭାଗ ଗାଡିକୁ ଦେଖି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ପରେ ବନବିଭାଗ କର୍ମଚାରୀ ଙ୍କ ପକ୍ଷରୁ ଉକ୍ତ ମୃତ ବାର୍ହା କୁ ଜବତ କରି ବିଭାଗ ଗାଡ଼ିରେ ରଖି ବନବିଭାଗ କାର୍ଯ୍ୟାଳୟ କୁ ଆଣିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ସମୟରେ ଶିକାରୀ ମାନେ ବନବିଭାଗ କର୍ମଚାରୀ ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଠେଲା ପେଲା କରି ଜବତ ବାରହା କୁ ବନକର୍ମଚାରୀ ଙ୍କ ନିକଟରୁ ଛଡାଇ ନେଇଥିଲେ।ପରେ ବନରକ୍ଷୀ ପ୍ରମିଷ୍ଠା ତିଗିରିଆ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ।ତାଙ୍କ ଅଭିଯୋଗ କୁ ଆଧାର କରି ତିଗିରିଆ ଥାନା ଆଇଆଇସି ଜ୍ଞାନରଞ୍ଜନ ସାମଲ କେସ ନମ୍ବର ୨୦୪/୨୩ ,ଧାରା ୩୪୧,୨୯୪,୩୨୩,୩୫୪,୫୦୬,୧୮୬,୩୫୩,୩୩୨ ଓ ୩୪ ରେ ଆଇପିସି ରେ ଏକ ମାମଲା ରୁଜୁ କରାଯାଇଛି।ପରେ ଥାନା ଆଇଆଇସି ଶ୍ରୀ ସାମଲ ଘଟଣା ର ସମସ୍ତ ଅଭିଯୁକ୍ତ ଙ୍କ ଘରେ ଚଢ଼ାଉ କରିଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି।ସମସ୍ତ ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ସାମଲ ସୂଚନା ଦେଇଛନ୍ତି। ସୂଚନା ଥାଉ କି ସେହି ସମାନ ଜାଗା ରେ ପ୍ରାୟ ଚାରି ବର୍ଷ ତଳେ ବର୍ତମାନ ରେଞ୍ଜର ଥିବା ରବିନ୍ଦ୍ର କୁମାର ନାୟକ ଡେପୁଟି ରେଞ୍ଜର ଭାବରେ ଆଠଗଡ଼ ରେଞ୍ଜ ର ଦାଇତ୍ୱ ରେ ଥିଲେ। ସେହି ସମୟରେ ହାତୀ ଆକ୍ରମଣରେ ହରିଡାପଶି ଗ୍ରାମ ର ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରେ ରେଞ୍ଜର ଥିବା ଶ୍ରୀ ନାୟକ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରିବା ଯୋଗୁଁ ଆକ୍ରମଣ ର ଶିକାର ହୋଇ ଥିଲେ। ବର୍ତ୍ତମାନ ପୁଣି ଥରେ ବନବିଭାଗ କର୍ମଚାରୀ ମାନେ ସାଧାରଣ ଲୋକଙ୍କ ଆକ୍ରୋଶର ଶୀକାର ହେବା ସଂପୃକ୍ତ ଅଧିକାରୀ ଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply