ନିରାକାରପୁର,୨୯/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍କୋଳ ପଞ୍ଚାୟତ ସର ସାହି ର ସ୍ଵର୍ଗତ ମଙ୍ଗୁଳି ନାୟକ ଙ୍କ ପୁତ୍ର ପ୍ରଫୁଲ୍ଲ ନାୟକ (୬୪) ମାଛ ଧରିବାକୁ ନିକଟସ୍ଥ କଲବଲିଆ ପୋଖରୀକୁ ଯାଇ ଗତ କାଲି ଦିନ ୧୦ଟା ରୁ ନିଖୋଜ ଥିଲେ। ଆଜି ତାଙ୍କ ଶବ କୁ ଗ୍ରାମବାସୀ ମାନେ ବହୁ ଖୋଜାଖୋଜି କରି ପୋଖରୀରୁ ଉଦ୍ଧାର କରିବା ପରେ ଏହା ଏକ ହାତୀ ଆକ୍ରମଣ ମୃତ୍ୟୁ ବୋଲି ଅଭିଯୋଗ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଗୁରୁବାର ଦିନ ୧୦ ଟା ରେ ଟାଙ୍କୋଳ ପଞ୍ଚାୟତ ସର ସାହି ର ମାଛ ଧରିବାକୁ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା କଲବଲିଆ ପୋଖରୀକୁ ପ୍ରଫୁଲ୍ଲ ଯାଇଥିଲେ । ପରେ ତାଙ୍କର ଖୋଜ ଖବର କିଛି ମିଳି ନ ଥିଲା। କେବଳ ତାଙ୍କ ସାଇକେଲ ଟି ପୋଖରୀ ନିକଟରେ ପଡିଥିବାର ଦେଖିବାକୁ ମିଳିଥିଲା। ଗତ କାଲି ଗ୍ରାମର ପ୍ରାୟେ ୨୦୦ ଲୋକ ବହୁ ଖୋଜାଖୋଜି କରିଥିଲେ ବି ପ୍ରଫୁଲଙ୍କ କୌଣସି ପତ୍ତା ପାଇ ନ ଥିଲେ। ଆଜି ସକାଳୁ ପୁନର୍ବାର ଉକ୍ତ କଲବଲିଆ ପୋଖରୀରେ ଖୋଜିବା ପରେ ପ୍ରଫୁଲଙ୍କ ଶବ ଉଦ୍ଧାର କରାଯାଇଥିଲା। ପ୍ରଫୁଲ୍ଲ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଓ ଏହି ଜଙ୍ଗଲରେ ହାତୀ ରହି ଥିବା କାରଣରୁ ଏହି କାଣ୍ଡ ହାତୀ କରିବା ପରେ ପ୍ରଫୁଲ୍ଲ ପାଣିରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳକୁ ଟାଙ୍ଗୀ ବାନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇ ଓ ସିକୋ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ସ୍ୱାଇଁ ତଦନ୍ତ ଜାରି ରଖିଥିବାବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ହସ୍ପିଟାଲ୍ ପଠାଇ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥିବା ଜଣାପଡିଛି। ମୃତ ପ୍ରଫୁଲଙ୍କ ମୁଁହ କ୍ଷତ ବିକ୍ଷତ ହୋଇଥିବା ରୁ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଥିବାବେଳେ ଶବ ବ୍ୟବଚ୍ଛଦ ରିପୋର୍ଟ ଆସିଲା ପରେ ଯାହା ସତ୍ୟତା ଜଣାପଡ଼ିବ ବୋଲି ଅଧିକାରୀଙ୍କ ମତ।