Odisha news

ମଦ ମାଫିଆଙ୍କ ସହ ଆଠଗଡ଼ ଅବକାରୀ ନିରୀକ୍ଷକ ସମ୍ପୃକ୍ତ : ପ୍ରକୃତ ମଦ ମାଫିଆମାନେ ଖସିଯାଇ ନିର୍ଦୋଷ ଙ୍କ ନାମରେ ମାମଲା। ଏନେଇ ଖଣ୍ଡୁଆଳୀ ଗ୍ରାମ ବାସୀ ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ନିକଟରେ ଦାବିପତ୍ର।

0
ଆଠଗଡ  ତା ୨୯-୯-୨୩  ଆଠଗଡ଼ ଅବକାରୀ ବିଭାଗର ନିରକ୍ଷକ କେଶବ ଚନ୍ଦ୍ର ଦାସଙ୍କ ଜାଣତରେ ଖୁଣ୍ଟୁଣୀ ଥାନା ଅଧୀନରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଦେଶୀ ମଦ ଖୁଲମଖୁଲା ଚାଲିଛି ।ଆଉ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଧାକୃଷ୍ଣପୁର ପଞ୍ଚାୟତର  ଖଣ୍ଡୁଆଳି  ଏବଂ ସରସ୍ୱତୀ ପୁର ଗ୍ରାମର ଗ୍ରାମବାସୀମାନେ। ଘଟଣାରୁ ପ୍ରକାଶ ଗତ ଜୁଲାଇ 28 ତାରିଖରେ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଡ଼ାଳୁଆ ସଂରକ୍ଷିତ ଜଙ୍ଗଲ  ମଦ କାରଖାନା ଉପରେ ଚଢ଼ାଉ କରାଯାଉଥିଲା, ଆଉ ଏହି ସମୟରେ ଡ଼ାଳୁଆର ମଦ ମାଫିଆମନେ ମୁଖା ପିନ୍ଧି ଅବକାରୀ କର୍ମଚାରୀଙ୍କୁ  ଆକ୍ରମଣ କରିବା ସହ ବିଭାଗର  4 ଟି ଗାଡ଼ି  ଭଙ୍ଗାରୁଜା କରିଥିଲେ, ଏହି ଘଟଣାରେ ଆଠଗଡ ଅବକାରି ବିଭାଗ ନିରୀକ୍ଷକ କେଶବ ଚନ୍ଦ୍ର ଦାଶ ଡ଼ାଳୁଆ ମଦ ମାଫିଆଙ୍କ ସହ ଭିତିରି। ସମ୍ପର୍କ ଥିବା ଯୋଗୁ  ପ୍ରକୃତ ଆକ୍ରମଣ କାରି ଡ଼ାଳୁଆ ମଦ ମାଫିଆଙ୍କୁ  ଛାଡି  ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଓ ସରସ୍ୱତିପୁର  ଗ୍ରାମବାସୀଙ୍କ ନାମରେ ଖୁଣ୍ଟୁଣୀ ଥାନାରେ  ଏତଲା ଦେଲେ।, ଫଳରେ ଏତଲା ଆଧାରରେ ଖୁଣ୍ଟୁଣୀ ପୋଲିସର ତନାଘନାରେ  ଭୟରେ ଦୁଇ ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଥିଲା, ଆଉ ଘରେ ମହିଳାମାନେ ଭୟଭୀତ ହୋଇଯାଇଥିଲେ , ଦୋଷ ନ କରି ଦଣ୍ଡ ପୁଣି ନିରୀହ ଗ୍ରାମରେ ରହୁ ନ ଥିବା ଗ୍ରାମବାସୀଙ୍କ ନାମରେ  , ପାଠ ପଢୁଆଙ୍କ ଭବିଷ୍ୟତ ହୋଇଗଲା ଅନ୍ଧକାର , ଏହି ଭଳି ଘଟଣା ପରେ  ଆଜି ଗ୍ରାମର ସରପଞ୍ଚ ଙ୍କ ସହିତ ୫୦ ରୁ ଉର୍ଦ୍ଧ ମହିଳା ପୁରୁଷମାନେ କାନ୍ଦି କାନ୍ଦି ନିଜର ନିର୍ଦୋଶ ପିଲା ଓ ସ୍ୱାମୀ ପରିବାର ନାମରେ ଦିଆଯାଇଥିବା ମିଥ୍ୟା କେଶର ଉଚ୍ଚ ସ୍ଥରୀୟ ତଦନ୍ତ ହେବା ସହ ଏ ଭଳି ଅନ୍ୟାୟ  କାର୍ଯ୍ୟ କରିଥିବା ଅବକାରୀ ନିରୀକ୍ଷକ କେଶବ ଦାଶଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସଶପେଣ୍ଡ କରିବା  ପାଇଁ ଦାବୀ କରିଥିଲେ, ଆଉ ଏହି ଅଧିକାରୀ ରହିବା ଦିନ ଠାରୁ ଖୁଣ୍ଟୁଣୀ ଅଞ୍ଚଳରେ ବେଆଇନ ମଦ କାରବାର ବଢ଼ି ଚାଲିଥିବା ବେଳେ ମାସକୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଉତ୍କୋଚ ନେଉଛନ୍ତି ବୋଲି ପ୍ରକାଶ କରିଥିଲେ । , ଅବକାରୀ  କମିଶନ ନରସିଂହ ଭୋଳଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ଆଠଗଡ଼ କୁ ଚୋରା ଦେଶୀମଦ କାରବାର ବନ୍ଦ କରିବା ପାଇଁ ପ୍ରାୟାସ କରୁଥିବା ବେଳେ ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାଶ ଖୁଣ୍ଟୁଣୀ ଅଂଚଳର ମଦ ମାଫିଆଙ୍କ ସହିତ ସମ୍ପର୍କ ରଖି ଦେଶୀମଦ  କାରବାର କରିବା ସହ ଚୋରା ମଦ ମାଫିଆଙ୍କୁ  ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରି ଗ୍ରାମବାସୀମାନେ ଆଠଗଡ଼ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୋଦ କୁମାର ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଏହାର ନକଲ ଜିଲ୍ଲାପାଳ କଟକ,  ଜିଲ୍ଲା  ଅବକାରୀ ଅଧିକ୍ଷକ କଟକ ଓ ଆଠଗଡ ଉପଜିଲ୍ଲାପାଳଙ୍କୁ ଦିଆଜିବ ବୋଲି ପ୍ରକାଶ କରିଛନ୍ତି।

Leave A Reply