ବାରିପଦା : ନେସ୍କୋ ପାୱାର୍ ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ ରାଇରଙ୍ଗପୁର ଡିଭିଜନ ଅଧିନରେ ଥିବା କାର୍ଯ୍ୟରତ ଶ୍ରମିକ, କର୍ମଚାରୀ ମାନଙ୍କୁ ନେଇ ମୁ୍ୟନିସିପାଲଟି କଲ୍ୟାଣ ମଣ୍ଡପ ଠାରେ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସଙ୍ଘର ସ୍ଥାଇ ସଭାପତି ଜଗଦୀଶ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ସଙ୍ଘର ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶ୍ରମିକ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ବାବଦରେ ଆଲୋକପାତ କରିଥିଲେ । ବାରିପଦା ଡିଭିଜନର ଚନ୍ଦନ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେବାଶିଷ ବେହେରା, ଦିପ୍ତିକାନ୍ତ ଭୂୟାଁ, ସତ୍ୟରଞ୍ଜନ ପାଣିଗ୍ରାହୀ, ଜ୍ୟୋତିଲାଲ ବିଶ୍ୱାଳ ପ୍ରମୁଖ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ତାଙ୍କର ମୂଲ୍ୟବାନ ବକ୍ତବ୍ୟରେ ଶ୍ରମିକ, କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ୨୦୨୧ ମସିହା ଠାରୁ ଟିପିଏନଓଡିଏଲ୍-ଟାଟା ପାୱାର୍ ହାତକୁ ଯିବାଠାରୁ କାର୍ଯ୍ୟରତ ବିଦୁ୍ୟତ୍ କର୍ମଚାରୀ ଓ ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟାଟା ପାୱାର୍ କାର୍ଯ୍ୟଧାରାରେ ଏଜେନ୍ସି ମାନଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଠିକା କର୍ମଚାରୀ ମାନେ ଦିନକୁ ୮ ଘଣ୍ଟା ପରିବର୍ତ୍ତେ ୧୨ ରୁ ୧୬ ଘଣ୍ଟା କାର୍ଯ୍ୟ କରିବା ସହିତ ସାପ୍ତାହିକ ଛୁଟି ମଧ୍ୟ ପାଇବାରେ ସକ୍ଷମ ହେଉ ନାହାଁନ୍ତି । ଶ୍ରମିକ କର୍ମଚାରୀ ମାନଙ୍କୁ ଏଜେନ୍ସି ମାଧ୍ୟମରେ ଛଟେଇ କରିବାର ଧମକ ଦିଆଯାଉଥିବା ବେଳେ ମନଇଚ୍ଛା ବଦଳି କରାଯାଉଛି । ସଠିକ ସମୟରେ ଇପିଏଫ ଓ ଇଏସଆଇ ସଠିକ ଭାବରେ ପୈଠ କରାଯାଉ ନାହିଁ । ଦରମାର ଅସଂଗତି ବିଳମ୍ବରେ ଦରମା ଦିଆଯାଉଛି । ଯାହାଦ୍ୱାରା ଉପସ୍ଥିତ ବିଦୁ୍ୟତ୍ ଶ୍ରମିକ କର୍ମଚାରୀ ମାନଙ୍କ ମନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବା ସହିତ ଆଗତ ଭବିଷ୍ୟତରେ ତୃଣମୂଳ ସ୍ତରରେ ଏକ ବିରାଟକାୟ ଆନେ୍ଦାଳନର ରୂପରେଖ ନେଉଛି ବୋଲି ସଙ୍ଘର ସାଧାରଣ ସମ୍ପାଦକ ପ୍ରକାଶ କରିଛନ୍ତି । ତୁରନ୍ତ ବିଦୁ୍ୟତ୍ ଠିକା କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ହଜାର ଟଙ୍କା ଓ ସର୍ବନିମ୍ନ ମଜୁରୀକୁ ବୃଦ୍ଧି କରିବା ପାଇଁ ସଙ୍ଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି । ରାଇରଙ୍ଗପୁରର ସମସ୍ତ ବିଦୁ୍ୟତ୍ କର୍ମଚାରୀ ମାନଙ୍କୁ ନେଇ ନେସ୍କୋ ପାୱାର୍ ଏମ୍ପ୍ଲୋଇଜ୍ ୟୁନିୟନ ମଙ୍ଗ ଧରି ସଙ୍ଘକୁ ସୁଦୃଢ କରିବା ସହିତ ଉତ୍ତରତ୍ୱର ଉନ୍ନତି ପାଇଁ ସଭାପତି ବୈଠକରେ ଆହ୍ୱାନ କରିଛନ୍ତି । ଏହି ଅବସରରେ ସର୍ବସମ୍ମତି କ୍ରମେ ରାଇରଙ୍ଗପୁର ଡିଭିଜନର ସମ୍ପାଦକ ରୂପେ ଦୀପକ କୁମାର ମହାନ୍ତଙ୍କୁ ଚୟନ କରାଯିବା ସହିତ ପୁଷ୍ପଗୁଚ୍ଛ ଓ ଉଫୋରିଅ ପ୍ରଦାନ କରି ସମ୍ମାନିତ କରାଯାଇଛି । ଉକ୍ତ ସମାବେଶରେ ୫୦୦ରୁ ଉର୍ଦ୍ଧ କର୍ମଚାରୀଙ୍କ ସହିତ ଦିନେଶ କୁମାର ଗୁପ୍ତା, ଉଦୟଭାନୁ ବେହେରା, ଅମୀୟ କୁମାର ସ୍ୱାଇଁ, ଲମ୍ବୋଦର ମହାନ୍ତ, ଚନ୍ଦନ ରାଉତ୍, ବୀରସିଂ ମାରାଣ୍ଡି, ମହେନ୍ଦ୍ର ମହାନ୍ତ, ଗୋପିନାଥ ଗିରି, ଇନ୍ଦ୍ରଜିତ ସାହୁ, ଜୟ ନାରାୟଣ ପରିଡା, ରଞ୍ଜନ ସେଠୀ, ସରୋଜ ମହାନ୍ତ, ଶ୍ୟାମସୁନ୍ଦର ପାତ୍ର ଓ ଦିଗବିଜୟ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ ।