ବାରିପଦା : ଶାମାଖୁଣ୍ଟା ବ୍ଲକ୍ ସ୍ତରୀୟ ବିଜ୍ଞାନ କଂଗ୍ରେସ ସରକାରୀ ଉଚ୍ଚବିଦ୍ୟାଳୟ, କଣ୍ଟାପାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟକ୍ରମର ସାଂଗଠନିକ ସଂପାଦକ ଅମିତାଭ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଜ୍ଞାନ କଂଗ୍ରେସର ଉଦଘାଟନୀ ଉତ୍ସବରେ ବ୍ଳକ ଶିକ୍ଷାଧିକାରୀ ଜଗବନ୍ଧୁ ନାୟକ ସଭାପତିତ୍ତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନଳୀନ ଚୌଧୁରୀ, ସମ୍ମାନୀତ ଅତିଥିଭାବେ ଏବିଇଓ ସୁଭାଷ ମହାନ୍ତ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଚାରକ ଭାବେ ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ବେଣୁଧର ଚାନ୍ଦ, ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ଦତ୍ତ ଓ ନୟନ କୁମାର ଗିରି ଯୋଗ ଦେଇଥିଲେ । ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦିଗଦର୍ଶନରେ ଛାତ୍ରଛାତ୍ରୀମାନେ ପ୍ରକଳ୍ପ ଉପସ୍ଥାପନ କରିଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ଅତୋସୀ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆଶିଷ ରଞ୍ଜନ ବାସୂରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ମୃତୁ୍ୟଞ୍ଜୟ ପ୍ରଧାନ, ପ୍ରତାପ ଚନ୍ଦ୍ର ଧଡ଼ା, ମହେଶ ସେଠୀ, ଶିକ୍ଷୟିତ୍ରୀ ଲକ୍ଷ୍ମୀ କୁମାରୀ, ନିବେଦିତା ନାଏକ, ଦେବସ୍ମିତା ମହାନ୍ତ, ଅନିଶା ବେହେରା, ସୁମିତ୍ରା ତରେଇ ଓ ମିଲି ମହାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉଦ୍ୟାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି ମୁଖ୍ୟଅତିଥି ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ମୁଖ୍ୟବକ୍ତା ତଥା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ରାଜେଶ କୁମାର ବେଜ୍, ହରିପଦ ବେହେରା ଓ ପୂର୍ଣ୍ଣେନ୍ଦୁ ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।