ନେମାଳ : ନେମାଳ ଥାନା ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀ ବନ୍ଧରଅଲେଖ ମଠ ନିକଟରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଯାହାଦ୍ୱାରା ଦୁଇ ଜଣ ଗୁରୁତର ଆହତ ହୋଇଥିଲା ବେଳେ ଜଣଙ୍କର ମୃତୁ୍ୟ ହୋଇଯାଇଛି । ମୃତ ଯୁବକ ଝାଡେଶ୍ୱରପୁର ପଂଚାୟତର ଦୁଲ୍ଲଣୀ ବାରିକ (୪୫) ବୋଲି ଜଣାପଡିଛି । ଖବରନେବାରେ ଜଣାପଡିଛି ଦୁଲ୍ଲଣୀ ନିଜ ପତ୍ନୀଙ୍କ ସହିତ ହୁଣ୍ଡା ସାଇନ୍ ବାଇକ ନଂ – ଓଡି ୦୫ ଡବ୍ଲୁ୍ୟ ୩୨୨୩ ଯୋଗେ ନେମାଳ ଅଚୁ୍ୟତାନନ୍ଦ ପୀଠ ନିକଟ ସେତୁଠାରୁ ନିଜ ଘର ଝାଡେଶ୍ୱରପୁରକୁ ଫେରୁଥିଲେ ।
ବିପରୀତ ଦିଗରୁ ବାବୁଜଙ୍ଗ ପଂଚାୟତର ଜିତନ ନାମକ ଜନୈକ ଯୁବକଙ୍କ ହୀରୋ ଗ୍ଲାମର ବାଇକ ନଂ – ଓଡି ୦୨ ଏଲ୍ ୪୩୭୬ ଯୋଗେ ଆସୁଥିôବା ବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଦୁଲ୍ଲଣୀ ଗୁରୁତର ଆହତ ହୋଇଥିôଲା ବେଳେ ତାଙ୍କ ପତ୍ନୀ ଓ ଜିତନ୍ ସାମାନ୍ୟ ଆହତ ହୋଇଥିଲେ । ଦୁଲ୍ଲଣୀକୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରିବା ସହିତ ଘଟଣାସ୍ଥଳରୁ ଦୁଇଟି ବାଇକ୍କୁୁ ଜବତ କରିଛି । ଜିତନଙ୍କ ବାଇକରୁ ବ୍ୟାପକ ଚୋରା ମଦ ଜବତ କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।