Odisha news

ପିପିଲି ପୌରାଞ୍ଚଳରୁ ପ୍ରଥମ ସଂକ୍ରମିତ ଚିହ୍ନଟ : ନୀଳକଣ୍ଠନଗର ଆବଦ୍ଧ କ୍ଷେତ୍ର ଘୋଷିତ

0

ପିପିଲି :  ପିପିଲି ପୌରାଂଚଳ ମଧ୍ୟରୁ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳ ସମେତ ପୌରାଚଳ ମଧ୍ୟରେ ଲୋକେ ଚିନ୍ତିତ ହୋଇ ପଡିଛନ୍ତି ।  ଏହି ଆକ୍ରାନ୍ତ ଜଣକ ହେଉଛନ୍ତି ଜଣେ ୨୮ବର୍ଷର ପୁରୁଷ । ସେ ମୁମ୍ବାଇ ରୁ ଫେରି ଗତ ୨୯ତାରିଖରୁ ହୋମ କ୍ୱାରେଂଟାଇନରେ ରହିଥିଲେ ।  ଗତ ୫ତାରିଖରେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିବାବେଳେ ୭ତାରିଖରେ ପୋଜିଟିଭ୍ ରିପୋର୍ଟ ଆସିଥିଲା ।  ତାଙ୍କୁ ମଧ୍ୟ ସ୍ୱାସ୍ଥ୍ୟବିଭାଗ ଭୁବନେଶ୍ୱରର ଏକ କୋଭିଡ ହସପିଟାଲକୁ ଅଧିକ ଚିକିସôା ପାଇଁ ସ୍ଥାନାନ୍ତର କରିଛି ।  ଆକ୍ରାନ୍ତଙ୍କ ବାସସ୍ଥାନ ପୌରାଂଚଳର ୧୩ନଂ ଓାର୍ଡର ନୀଳକଣ୍ଠ ନଗରକୁ ପୌର କର୍ତୃପକ୍ଷ ଆବଦ୍ଧ କ୍ଷେତ୍ର ଘୋଷଣା କରିବା ସହ ସ୍ଥାନୀୟ ବ୍ଲକଛକ ନିକଟରୁ ନୀଳକଣ୍ଠ ନଗର ଫେଜ-୧କୁ ସଂଯୋଗ କରୁଥିବା ରାସ୍ତାକୁ ଗୁରୁବାର ସଂଧ୍ୟାରେ ବାଉଁଶ ବନ୍ଧି ସିଲ କରିଛନ୍ତି । ଆବଦ୍ଧ କ୍ଷେତ୍ର ଅଂଚଳର ଲୋକେ ବାହାରକୁ ଯିବା ଓ ବାହାର ଲୋକେ ଏହି ଗାଁକୁ ଆସିବା ଉପରେ କଟକଣା ଲାଗୁ କରାଯାଇଛି ।ଆବଦ୍ଧ କ୍ଷେତ୍ର ଅଂଚଳର ଲୋକେ ବାହାରକୁ ଯିବା ଓ ବାହାର ଲୋକେ ଏହି ଗାଁକୁ ଆସିବା ଉପରେ କଟକଣା ଲାଗୁ କରାଯାଇଛି ।

ରାସ୍ତା ସିଲ କରାଯିବା ପୂର୍ବରୁ ସ୍ଥାନୀୟ ଦମକଳ ବାହିନୀ ସେହି ଅଂଚଳକୁ ରାସାୟନିକ ଦ୍ରବଣରେ ସାନିଟାଇଜ କରିଥିଲେ । ଏନଏସିର ନିର୍ବାହୀ ଅଧିକାରୀ ପୂଜା ରାଉତଙ୍କ ସହିତ ଅଧିକାରୀ ଅଶୋକ ଦାଶ, ବିଜୟ କୁମାର କୋଦ୍ଦମାସିଂ ପ୍ରମୁଖ ଉପସ୍ଥିତ ରହି ରାସ୍ତା ସିଲ କରିଥିଲେ । ଏହି ଆବଦ୍ଧ କ୍ଷେତ୍ର ଅଂଚଳରେ ପୌର କର୍ତୃପକ୍ଷ ଅତ୍ୟାବଶ୍ୟକୀୟ ସେବା ଯୋଗାଇବେ ।    ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ହୋମ କ୍ୱାରେଂଟାଇନ ସମୟରେ ବଜାର ଘାଟରେ ବୁଲାବୁଲି କରିବାକୁ ନେଇ ଚର୍ଚ୍ଚାରେ ଜୋର ଧରିଛି ।  ଆକ୍ରାନ୍ତ ଜଣକ ନିଜର ଜଣେ ସଂପର୍କୀୟଙ୍କ ସହିତ ସେହି ଅଂଚଳର ଏକ ଜିମ୍ କୁ ଆସିଛନ୍ତି ବୋଲି ଆଲୋଚନା ହେଉଛି । କରୋନା କଟକଣାର ନିଦେ୍ର୍ଦଶ ନାମା ଅନୁସାରେ ସମସ୍ତ ଜିମକୁ ବନ୍ଦ ରଖିବାକୁ ସରକାରୀ ନିଦେ୍ର୍ଦଶ ରହିଥିବା ବେଳେ ଆକ୍ରାନ୍ତ କିପରି ସଂପର୍କୀୟଙ୍କ ସହ କେଉଁ ଜିମକୁ ଆସୁଥିଲେ ତାହା ଏବେ ସମସ୍ତଙ୍କ ଚିନ୍ତାର କାରଣ ହୋଇଛି । ଯାହାକି ଏବେ ଅନୁସନ୍ଧାନ ସାପେକ୍ଷ ହୋଇ ପଡିଛି । ଏବଂ ଆକ୍ରାନ୍ତ ଜଣକ ସଙ୍ଗରୋଧ ସମୟରେ ବଜାର ହାଟରେ ବୁଲାବୁଲି କରି କାହା କାହା ସହିତ ମିଶିଛନ୍ତି ତାହା ମଧ୍ୟ ଅନେକଙ୍କ ଚିନ୍ତା ବଢାଇଦେଇଥିବାର ଆଲୋଚନା ହେଉଛି । ଆକ୍ରାନ୍ତଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କ କଂଟାକ୍ଟ ଟ୍ରେସିଂ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ସ୍ୱାବ ପରୀକ୍ଷା ହେବ ବୋଲି ଜଣାପଡିଛି ।

Leave A Reply