Odisha news

ଚଳିତ ଥର ଶାରଦୀୟ ନବରାତ୍ରି ରେ ମା ଦୁର୍ଗା ଆସିବେ ହାତୀ ଉପରେ ସବାର ହୋଇ , ଯାହା ଦେଇଥାଏ ଏହି ସଂକେତ

0

ହିନ୍ଦୁ ଶାସ୍ତ୍ରରେ ଶାରଦୀୟ ନବରାତ୍ରୀ ର ଅନେକ ମହତ୍ୱ ରହିଛି l ହିନ୍ଦୁ ଧର୍ମରେ ବର୍ଷକୁ ୪ଥର ନବରାତ୍ରି ପାଳିତ ହୋଇଥାଏ l ୨ଥର ଗୁପ୍ତ ନବରାତ୍ରି ଓ ଅନ୍ୟ ୨ଟି ହେଲା ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି l ଆଶ୍ୱିନ ମାସ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରି ଅନୁଷ୍ଠିତ ହୋଇଥାଏ l ଯାହାକି ୧୫ ଅକ୍ଟୋବର ରୁ ଆରମ୍ଭ ହେବାକୁ ଯାଉଛି l ପ୍ରତ୍ୟେକ ବର୍ଷ ମା ଦୁର୍ଗତିନାଶିନୀ ଅଲଗା ଅଲଗା ବାହନ ରେ ଧରାବତରଣ କରି ଥାଆନ୍ତି l

ନବରାତ୍ରି ର ୯ ଦିନ ମାଙ୍କ ର ଅଲଗା ଅଲଗା ସ୍ୱରୂପର ପୂଜା କରାଯାଇ ଥାଏ l ଏହି ୯ ଦିନ ମା ଜଗତଜନନୀ ଏହି ଧରା ପୃଷ୍ଠ ରେ ନିଜ ଭକ୍ତ ମାନଙ୍କ ମଧ୍ୟରେ ରହି ଥାଆନ୍ତି l ଏହି ସମୟରେ ଧରାପୃଷ୍ଠ ସୁସଜ୍ଜିତ ହୋଇ ମାଙ୍କ ଆରାଧନା କରିଥାଏ l ଚଳିତ ବର୍ଷ ଶାରଦୀୟ ନବରାତ୍ରି ୨୪ ଅକ୍ଟୋବର ରେ ସମାପ୍ତ ହେବ l ମାନ୍ୟତା ରହିଛି ଯେ ଏହି ୯ ଦିନ ମା ଧରାପୃଷ୍ଠ ରେ ନିଜ ଭକ୍ତ ମାନଙ୍କ ମଧ୍ୟରେ ରହି ଥାଆନ୍ତି l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବର୍ଷ ମା ଦୁର୍ଗା ଙ୍କ ଆଗମନ ଓ ପ୍ରସ୍ଥାନ ରେ ବାହନ ର ଅନେକ ମହତ୍ୱ ରହିଛି l ମୄଦୁର୍ଗା ଙ୍କ ଅଲଗା ଅଲଗା ବାହନ ଶୁଭ ଓ ଅଶୁଭ ସଂକେତ ଦେଇଥାଏ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଶାରଦୀୟ ନବରାତ୍ରି ଆରମ୍ଭ ରେ ମା ଜଗତ୍ଜନନୀ ହାତୀ ଉପରେ ସବାର ହୋଇ ଭକ୍ତ ମାନଙ୍କ ମଧ୍ୟକୁ ଆସିବେ l ଶାସ୍ତ୍ର ଅନୁସାରେ ନବରାତ୍ରି ଆରମ୍ଭ ରେ ହିଁ ମାଙ୍କର ବାହାନ ଧାର୍ଯ୍ୟ ହୋଇଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବିବାର କିମ୍ବା ଷୋମବାର ଦିନ ନବରାତ୍ରି ଆରମ୍ଭ ହୋଇଥିଲେ ମା ହାତୀ ଉପରେ ସବାର ହୋଇ ଆସନ୍ତି l

* ଧର୍ମ ଗ୍ରଂଥ ଅନୁସାରେ ମା ଜଗତଜନନୀ ହାତୀ, ଘୋଡା, ଡଙ୍ଗା, ଇତ୍ୟାଦି ସାମିଲ ରହିଥାଏ l ମାନ୍ୟତା ରହିଛି ଯେ ଯେଉଁ ବର୍ଷ ମା ହାତୀ ଉପରେ ସବାର ହୋଇ ଆସନ୍ତି ସେହି ବର୍ଷ ଅଧିକ ବର୍ଷା ହୋଇଥାଏ l ଚାଷ କାର୍ଯ୍ୟ ପାଇଁ ଏହା ଶୁଭ ହୋଇଥାଏ l ଏହା ସମ୍ପନ୍ନତା ର ପ୍ରତୀକ ଅଟେ l

* ମା ହାତୀ ଉପରେ ଆବିର୍ଭାବ ହୋଇ ଆସିବେ କିନ୍ତୁ କୁକୁଡ଼ା ଉପରେ ବସି ପ୍ରସ୍ଥାନ କରିବେ l ଯଦି ନବରାତ୍ରି ମଙ୍ଗଳବାର ଓ ଶନିବାର ହୋଇଥାଏ ତେବେ ଶାସ୍ତ୍ର ଅନୁସାରେ ଏହା ସଂକେତ ଦେଇଥାଏ ଯେ ମା କୁକୁଡ଼ା ଉପରେ ବସି ପ୍ରସ୍ଥାନ କରିବେ l

* ଏହା ଦୁଃଖ ଓ କଷ୍ଟ ର ସଂକେତ ଦେଇଥାଏ l ଯଦି ରବିବାର ଓ ଷୋମବାର ପ୍ରସ୍ଥାନ କରିବେ ତେବେ ମଇଁଷି ଉପରେ ବସି ପ୍ରସ୍ଥାନ କରିବେ l ଯଦି ବୁଧବାର ଓ ଶୁକ୍ରବାର ସମାପନ ହୋଇଥାଏ ତେବେ ମା ହାତୀ ଉପରେ ପ୍ରସ୍ଥାନ କରନ୍ତି l ଗୁରୁବାର ରେ ଯଦି ନବରାତ୍ରି ସମାପନ ହୋଇଥାଏ ତେବେ ମନୁଷ୍ୟ ଉପରେ ବସି ପ୍ରସ୍ଥାନ କରନ୍ତି l ଯାହାକି ସୁଖ ସମୃଦ୍ଧିର ପ୍ରତୀକ ଅଟେ l

Leave A Reply