Odisha news

ରାଧାଷ୍ଟମୀ ରେ ଘଟୁଛି ଶୁଭ ସଂଯୋଗ : କରନ୍ତୁ ଏହି ୪ଟି ଉପାୟ ଧନଧାନ୍ୟ ରେ ପୁରି ଉଠିବ ଘର ଓ ସମସ୍ତ ମନସ୍କାମନା ପୁର୍ଣ ହେବ

0

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀ ର ମଧ୍ୟ ଅନେକ ମହତ୍ୱ ରହିଛି l ଶ୍ରୀକୃଷ୍ନ ଙ୍କୁ ରାଧାରାଣୀ ଙ୍କ ବିନା ଅଧୁରା ବୋଲି କୁହାଯାଇ ଥାଏ l ପ୍ରତି ବର୍ଷ ଜନ୍ମାଷ୍ଟମୀ ର ୧୫ ଦିନ ପରେ ଭାଦ୍ରବ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ରାଧାଷ୍ଟମୀ ପାଳନ କରାଯାଇ ଥାଏ l ଚଳିତ ଥର ସମସ୍ତ ତିଥି ୨ଦିନ ଲେଖାଏଁ ରହୁଛି l ଚଳିତ ଥର ରାଧାଷ୍ଟମୀ ସେପ୍ଟେମ୍ବର ୨୨ ତାରିଖ ଶୁକ୍ରବାର ଓ ୨୩ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ, କିନ୍ତୁ କିଛି ସ୍ଥାନରେ ଅଷ୍ଟମୀ ତିଥି ଶୁକ୍ରବାର ଓ ଶନିବାର ମଧ୍ୟ କିଛି ମାତ୍ରାରେ ରହୁଛି l ମାନ୍ୟତା ରହିଛି ଯେ ରାଧାଷ୍ଟମୀ ବ୍ରତ କରିବା ଦ୍ୱାରା ପାପ ରୁ ମୁକ୍ତି ମିଳିଥାଏ l ଧନ ସମୃଧିରେ ବୃଦ୍ଧି ହୋଇଥାଏ l ରାଧାଷ୍ଟମୀ ର ହିନ୍ଦୁ ଧର୍ମରେ ଅନେକ ମହତ୍ୱ ରହିଛି l ଏହିଦିନ ରାଧାରାଣୀ ଜନ୍ମ ନେଇଥିଲେ l ଏହିଦିନ ରାଧାରାଣୀ ଙ୍କର ଭବ୍ୟ ଶୃଙ୍ଗାର କରାଯାଇଥାଏ l

ଚଳିତ ଥର ଘଟୁଛି ଏହି ୩ଟି ଶୁଭ ଯୋଗ –
ଚଳିତ ଥର ରାଧାଷ୍ଟମୀ ରେ ଘଟୁଛି ୩ଟି ଶୁଭ ଯୋଗ l ପ୍ରଥମ ଟି ହେଲା ସୌଭାଗ୍ୟ ଯୋଗ ଭୋର ସମୟରେ ଘଟୁଛି, ଦ୍ଵିତୀୟ ରେ ଶୋଭନ ଯୋଗ ଓ ତୃତୀୟ ରେ ରବି ଯୋଗ l ସେପ୍ଟେମ୍ବର ୨୨ ଶୁକ୍ରବାର ଦ୍ବିପ୍ରହର ୧ଟା ୩୫ମିନିଟ ରେ ଅଷ୍ଟମୀ ତିଥି ଆରମ୍ଭ ହେବ ଓ ଏହାର ସମାପନ ୨୩ ସେପ୍ଟେମ୍ବର ମଧ୍ୟାହ୍ନ ୧୨ଟା ୨୭ ମିନିଟ ରେ ସମାପ୍ତ ହେଉଛି l ତେଣୁ ଲୋକେ ଶୁକ୍ରବାର ଦିନ ରାଧାଷ୍ଟମୀ ପାଳନ କରୁଛନ୍ତି l

କରନ୍ତୁ ଏହି ଉପାୟ -:
* ଗୋଟିଏ ନାଲି ରଙ୍ଗର କପଡ଼ାରେ କିଛି ରୁପା ମୁଦ୍ରା ରଖି ରାଧାରାଣୀ ଙ୍କ ଚରଣ ରେ ଅର୍ପଣ କରନ୍ତୁ l ପୂଜା ପରେ ଏହାକୁ ନିଜ ଆଲମାରୀ ରେ ରଖି ଦିଅନ୍ତୁ l ଏଭଳି କରିବା ଦ୍ୱାରା ଧନଧାନ୍ୟ ର ବୃଦ୍ଧି ହୋଇଥାଏ l କ୍ୟାରିଅର ରେ ସଫଳତା ମିଳିଥାଏ ଓ ବ୍ୟବସାୟ ରେ ବୃଦ୍ଧି ହୋଇଥାଏ l

* ଗୋଟିଏ ଭୋଜ ପତ୍ର ରେ ହଳଦୀରେ ନିଜ ସ୍ୱାମୀଙ୍କ ନାମ ଲେଖି ରାଧାରାଣୀ ଙ୍କ ଚରଣ ରେ କାହାକୁ ନକହି ଅର୍ପଣ କରି ନିଅନ୍ତୁ l ଏଭଳି କରିବା ଦ୍ୱାରା ବୈବାହିକ ଜୀବନ ରେ ମଧୁରତା ଆସିବ ଓ ପ୍ରେମ ବନ୍ଧନ ମଜବୁତ ହୋଇଥାଏ l

* ଏହିଦିନ ରାଧାରାଣୀ ଙ୍କୁ ପ୍ରସାଦ ରେ ରାବିଡି ଅର୍ପଣ କରନ୍ତୁ , ଏଭଳି କରିବା ଦ୍ୱାରା ସମ୍ପର୍କ ମଧୁର ହୋଇଥାଏ ଓ ନିବିଡ଼ତା ବୃଦ୍ଧି ହୋଇଥାଏ l

* ରାଧାଷ୍ଟମୀ ଦିନ ୧୦୮ ଥର ‘ଓଂ ହ୍ରୁଙ୍ଗ ଶ୍ରୀ ରାଧୀକାୟେ ନମଃ’ ଜପ କରନ୍ତୁ l ଏଭଳି କରିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l

Leave A Reply