ନବରାତ୍ରି ର ଆଜି ହେଉଛି ମହାସପ୍ତମୀ : ମା କାଳରାତ୍ରିଙ୍କୁ ଏହି ମନ୍ତ୍ର ଦ୍ୱାରା କରନ୍ତୁ ସନ୍ତୁଷ୍ଟ, ଦୂର ହେବ ଜୀବନ ରୁ ସମସ୍ତ ଦୁଃଖକଷ୍ଟ
ନାବରାତ୍ରୀର ସପ୍ତମ ଦିନ ମହାସପ୍ତମୀ ଭାବରେ ଜଣାଶୁଣା , ଏହିଦିନ ଦେବୀ ଦୁର୍ଗା ମାଙ୍କର ସପ୍ତମ ରୂପ ମା କାଳରାତ୍ରି ଙ୍କୁ ଉପାସନା କରାଯାଇ ଥାଏ l ପୌରାଣିକ ମାନ୍ୟତା ଅନୁସାରେ ମା କାଳରାତ୍ରି ଅସୁରି ଶକ୍ତି ଙ୍କ ବିନାଶ କରୁଥିବା ଦେବୀ ଅଟନ୍ତି l ମାକାଳୀ ଙ୍କ ଭଳି ମା କାଳରାତ୍ରି ମଧ୍ୟ ଅସୁର ଶକ୍ତିର ଧ୍ବଂସ କରିବା ପାଇଁ ଅବତାର ନେଇଥିଲେ l ଯେଉଁ ଲୋକମାନେ ଶନି ମହାଦେଶରେ ପୀଡିତ ଅଛନ୍ତି ସେମାନେ ୨୧ ଅକ୍ଟୋବର ଶନିବାର ଦିନ ମା କାଳରାତ୍ରି ଙ୍କୁ ଉପାସନା କରିବା ଜରୁରୀ l ଏହାଦ୍ୱାରା ଶନି ଙ୍କ ଅଶୁଭ ଦୃଷ୍ଟିରୁ ରକ୍ଷା ମିଳିଥାଏ l
* ମା କାଳରାତ୍ରି ଙ୍କ ସ୍ୱରୂପ ଵିକରାଳ ଅଟେ, ଏବଂ ମାଙ୍କ ରଙ୍ଗ ମଧ୍ୟ ତାଙ୍କ ନାମ ଭଳି ଘନ ଅନ୍ଧକାର ଅଟେ l ମା କାଳରାତ୍ରି ତ୍ରିନେତ୍ରଧାରୀ ଓ ତାଙ୍କ କେଶ ସର୍ବଦା ଖୋଲା ରହିଥାଏ l ମାଙ୍କ ଅସ୍ତ୍ର ଖଡ୍ଗ ଅଟେ l ମା କାଳରାତ୍ରି ଙ୍କ ବାହନ ଗଧ ଅଟେ ଓ ମାଙ୍କୁ ଶୁଭଙ୍କରୀ ମଧ୍ୟ କୁହାଯାଇ ଥାଏ l
* ମା କାଳରାତ୍ରି ଙ୍କ ପୂଜା ରାତ୍ରି ସମୟ ଅର୍ଥାତ ନିସ୍ତବ୍ଦ ସମୟରେ ହେବା ଶୁଭ ହୋଇଥାଏ l ମାଙ୍କୁ କୁଙ୍କୁମ ତିଳକ ଲଗାଯାଇ ଥାଏ l ମାଙ୍କର ପ୍ରିୟ ଫୁଲ ନାଲି ମନ୍ଦାର ଓ ପ୍ରିୟ ପ୍ରସାଦ ଗୁଡ଼ ଅଟେ l
* ମା କାଳରାତ୍ରି ଙ୍କ ନିକଟରେ ‘ଓଂ ଫଟ ଶତୃଣ ସାଧୟ ଘାତାୟ ଓଂ ‘ ମନ୍ତ୍ରକୁ ଯଥା ଶକ୍ତି ଜପ କରନ୍ତୁ l ମାନ୍ୟତା ରହିଛି ଯେ ଏହି ବିଧି ଅନୁସାରେ ମା କାଳରାତ୍ରି ଙ୍କୁ ପୂଜା କରିବା ଦ୍ୱାରା ଭକ୍ତ ଙ୍କର ଅକାଳ ମୃତ୍ୟୁ ରୁ ତ୍ରାହି ମିଳିଥାଏ l
* ନଚେତ ଆପଣ ‘ଓଂ କାଳରାତ୍ରୌ ନମଃ ‘ ମନ୍ତ୍ର ୧୦୮ ଥର ଜପ କରନ୍ତୁ l ଏବଂ ଜପ କରିବା ସମୟରେ ମାଙ୍କ ନିକଟରେ ଧ୍ୟାନ ରଖନ୍ତୁ l ଏଭଳି କରିବା ଦ୍ୱାରା ଜୀବନ ର ସମସ୍ତ କଷ୍ଟ , ବିପଦ , ଶତ୍ରୁ ନାଶ, ହୋଇଥାଏ l