ଦୀର୍ଘଦିନ ର ପ୍ରତୀକ୍ଷା ପରେ ପୁରୁଷ ମାନଙ୍କ ପାଇଁ ଆସିଲା ଗର୍ଭନିରୋଧକ ଇଞ୍ଜେକ୍ସନ ଓ କୁହାଯାଉଛି ଯେ ୯୯ ପ୍ରତିଶତ ଗର୍ଭ ଧାରଣାକୁ ଅଟକାଇ ଯାଇପାରିବ l ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ୭ବର୍ଷର ଗଭୀର ରିସର୍ଚ୍ଚ ପରେ ଏହି ଇଞ୍ଜେକ୍ସନ କୁ ମଞ୍ଜୁରୀ ମିଳିଛି l ଏବଂ କୁହାଯାଇଛି ଯେ ଏହି ଇଞ୍ଜେକ୍ସନ ନେବା ଖୁବ ସହଜ ଏବଂ ଏହାର ସକ୍ସେସ ରେଟ ଖୁବ ପ୍ରଭାବୀ ଅଟେ l ICMR ପକ୍ଷରୁ ଏହି ମାମଲାରେ ସମସ୍ତ ତଥ୍ୟ ଦିଆଯାଇଛି l
– ୭ବର୍ଷ ପରେ ମିଳିଲା ମଞ୍ଜୁରୀ –
ଏହି ରିସର୍ଚ୍ଚ ରେ ICMR ର ଗବେଷକ ମାନେ ୩୦୩ ବିବାହିତ ଓ ସମ୍ପୂର୍ଣ ସୁସ୍ଥ ପୁରୁଷ ଙ୍କୁ ନେଇ ଅଧ୍ୟୟନ କରିଥିଲେ l ଏବଂ ସେମାନଙ୍କୁ ଏହି ଇଞ୍ଜେକ୍ସନ ଦିଆଯାଇଥିଲା l ଏହି ଇଞ୍ଜେକ୍ସନ ତୀର ନାମ RISUG ଅଟେ ଅର୍ଥାତ ରିଭରସିବୁଲ ଇନହାଭୀଷନ ଅଫ ସ୍ପର୍ମ l ଆଇସିଏମଆର ପକ୍ଷରୁ କୁହାଯାଇଛି ଏହି ଇଞ୍ଜେକ୍ସନ ଦ୍ୱାରା ଗର୍ଭନିରୋଧକ କୁ ରୋକ ଯାଇ ପାରିବ l
– ଗୋଟିଏ ଥର ଇଞ୍ଜେକ୍ସନ ନେଲେ କାମ କରିଥାଏ ୧୩ ବର୍ଷ –
ଏହି ଇଞ୍ଜେକ୍ସନ କୁ ନେଇ ବଡ଼ କଥାଟି ହେଲା ଗୋଟିଏ ଥର ଇଞ୍ଜେକ୍ସନ ନେଲେ ୧୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ l ଅର୍ଥାତ ୧୩ ବର୍ଷ ପର୍ଯ୍ୟନ୍ତ ମହିଳା ଙ୍କ ଗର୍ଭ ଧାରଣ କୁ ରୋକା ଯାଇପାରିବ l ୭ବର୍ଷ ର ରିସର୍ଚ୍ଚ ପରେ ICMR କୁ ୯୯ ପ୍ରତିଶତ ସକ୍ସେସ ରେଜଲ୍ଟ ମିଳିଲା l ବିଶେଷ କଥାଟି ହେଲା ଏହି ଇଞ୍ଜେକ୍ସନ ଟିକୁ ନେବା ପରେ କୌଣସି ପୁରୁଷ ଙ୍କ ଉପରେ କୌଣସି ସାଇଡ ଇଫେକ୍ଟ ଦେଖିବାକୁ ମିଳିନଥିଲା l ଏହି ଇଞ୍ଜେକ୍ସନ କୁ ସ୍ପର୍ମ ଡକ୍ଟ ରେ ଦିଆଯାଇ ଥାଏ l ଗୋଟିଏ ପରେ ଗୋଟିଏ କରି ୨ଟି କରି ସ୍ପର୍ମ ଡକ୍ଟ ରେ ଈଂଜେକ୍ଟ କରାଯାଇଥାଏ l
ଇଞ୍ଜେକ୍ସନ ଡକ୍ଟ ରେ ଦିଆଯିବ ପରେ ପଜିଟିଭ ସ୍ପର୍ମ ଡକ୍ଟ ରେ ଲାଗି ରହିଯାଏ ଓ ଅନ୍ୟ ପକ୍ଷରେ ନେଗେଟିଭ ସ୍ପର୍ମ ନଷ୍ଟ ହୋଇଯାଇଥାଏ l ଏହିଭଳି ଭାବରେ ସ୍ପର୍ମ କୁ ଫର୍ଟିଲାଇଜ କରିପାରେ ନାହିଁ, ଏବଂ ଗର୍ଭଧାରଣ ସମ୍ଭାବନା ମଧ୍ୟ ଦେଖାଯାଏ ନାହିଁ , ଏହି ମେଡିକାଲ ପ୍ରୋସେସ ପୂର୍ବରୁ ପୁରୁଷ ମାନଙ୍କୁ ଲୋକାଲ ଅନଶସ୍ଥେସିଆ ଦିଆଯାଇ ଥାଏ l