ନୂଆଦିଲ୍ଲୀ : ଯଦି ଆପଣ ପ୍ରକୃତି ରୂପରେ ଈଶ୍ୱର ଙ୍କ ପ୍ରେମ କୁ ଦେଖିବାକୁ ଚାହୁଁଛନ୍ତି, ତେବେ ସୂର୍ଯ୍ୟୋଦୟ ଦେଖନ୍ତୁ l ଯେତେବେଳେ ସୂର୍ଯ୍ୟଙ୍କର ପ୍ରଥମ କୀରଣ ପୃଥିବୀ ପୃଷ୍ଠକୁ ଛୁଇଁଥାଏ ସେତେବେଳେ ଚାରିଆଡ ଗୋଟିଏ ଅଲଗା ସୌନ୍ଦର୍ଯ୍ୟ ରେ ଭରି ଉଠିଥାଏ l ରାତିର ଅନ୍ଧକାର କୁ ଏଡାଇ ସୂର୍ଯ୍ୟଙ୍କ କୀରଣ ପୃଥିବୀକୁ ସ୍ପର୍ଶ କରିଥାଏ l କିନ୍ତୁ କଣ ଆପଣ ଜାଣିଛନ୍ତି ଭାରତର କେଉଁ ଗାଁ ରେ ସର୍ବପ୍ରଥମେ ସୂର୍ଯ୍ୟ ଉଦୟ ହୋଇ ଥାଆନ୍ତି l ଆପଣ ଭାବି ପାରନ୍ତି ସୂର୍ଯ୍ୟ ଉଦୟ ସକାଳ ହେବା ମାତ୍ରକେ ସମସ୍ତ ସ୍ଥାନରେ ତ ହୋଇ ଥାଆନ୍ତି, କିନ୍ତୁ କେଉଁଠି ପ୍ରଥମେ କଣ ଉଦୟ ହେବେ ସୂର୍ଯ୍ୟ l କିନ୍ତୁ ଏଭଳି ପ୍ରକୃତରେ ଘଟିଥାଏ l
ଭାରତର ଅରୁଣାଚଳ ପ୍ରଦେଶ ରାଜ୍ୟରେ ସର୍ବ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ l ଅରୁଣାଚଳ ପ୍ରଦେଶ କୁ ମଧ୍ୟ ସୂର୍ଯ୍ୟୋଦୟ ର ପ୍ରତୀକ ଭାବରେ ଗ୍ରହଣ କରାଯାଏ l କାହିଁକି ନା ଅରୁଣ ର ଅର୍ଥ ସୂର୍ଯ୍ୟ ଓ ଚଳ ର ଅର୍ଥ ଉଦୟ l ଅରୁଣାଂଚଳପ୍ରଦେଶ ର ଡୋଙ୍ଗ ଭାଲି ର ଵେଦାଙ୍ଗ ଭାଲି ରେ ସର୍ବପ୍ରଥମେ ସୂର୍ଯ୍ୟଙ୍କ କିରଣ ପଡିଥାଏ l ଖୁବ କମ ଲୋକ ଅରୁଣାଚଳ ପ୍ରଦେଶ ର ସେହି ସ୍ଥାନଟିକୁ ଜାଣିଛନ୍ତି l ସୂଚନା ଯୋଗ୍ୟ ଯେ ଡୋଙ୍ଗ ଭାଲି ରେ ସକାଳ ୩ଟା ସମୟରେ ସୂର୍ଯ୍ୟ ଦେବଙ୍କ ପ୍ରଥମ କୀରଣ ପଡିଥାଏ l କିନ୍ତୁ ସନ୍ଧ୍ୟା ୪ଟା ବାଜିବା ମାତ୍ରକେ ଏଠାରେ ଅନ୍ଧାର ହୋଇଯାଇଥାଏ l ଡୋଙ୍ଗ ଭାଲି ଭାରତ, ଚୀନ, ଓ ମିଆଁମାର ଦେଶର ତ୍ରୀକୋଣୀୟ ଜଂଗସନ ରେ ଥିବା ଗୋଟିଏ ଛୋଟିଆ ଗାଁ ଅଟେ l
ଏହାକୁ ପୂର୍ବୋତ୍ତର ଭାରତର ପ୍ରଥମ ଗ୍ରାମ ବୋଲି ମଧ୍ୟ କୁହାଯାଇ ଥାଏ l ଏହି ଗାଁ ଟି ୧୯୯୯ ରେ ପ୍ରଥମ କରି ଲୋକଲୋଚନ କୁ ଆସିଥିଲା l ଏହା ପୂର୍ବରୁ କୁହାଯାଉଥିଲା ଯେ ସୂର୍ଯ୍ୟଙ୍କ ର ପ୍ରଥମ କୀରଣ ଆଣ୍ଡାମାନ ର କଟଚଲ ଟାପୁ ଉପରେ ପଡିଥାଏ l ନୂଆ ବର୍ଷରେ ଏଠାକୁ ଅନେକ ପର୍ଯ୍ୟଟକ ଆସି ଥାଆନ୍ତି ସୂର୍ଯ୍ୟଙ୍କ ପ୍ରଥମ କିରଣ ଦେଖିବା ପାଇଁ l ଏହି ଗାଁ ରେ ଦିନର ଆଲୋକ ପ୍ରାୟ ୧୨ ଘଣ୍ଟା ରହିଥାଏ l ଏହି ଗାଁ ଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅଟେ l ଏହି ଗାଁ ର ଜନସଂଖ୍ୟା ପ୍ରାୟ ୩୫ ରୁ ୫୦ ଜଣଙ୍କ ମଧ୍ୟରେ ସୀମିତ ଅଟେ l