Odisha news

ଚାଣକ୍ୟ ନୀତି : ହାପି ମ୍ୟlରେଡ ଲାଇଫ ପାଇଁ ୩ଟି ଗୋଲଡେନ ରୁଲ : ଯାହା ଦାମ୍ପତ୍ୟ ଜୀବନ କୁ ଭରି ଦେଇଥାଏ ଖୁସିରେ

0

ଉଭୟ ପୁରୁଷ ଓ ନାରୀ ବିବାହ ପରେ ଗୋଟିଏ ସୁଖୀ ଜୀବନ ଚାହିଁ ଥାଆନ୍ତି l ବିବାହ ପରେ ତେଣୁ ଉଭୟ ଆପ୍ରାଣ ଚେଷ୍ଟା କରି ଥାଆନ୍ତି କିପରି ତାଙ୍କର ବୈବାହିକ ଜୀବନ ହସ ଖୁସିରେ ଅତିବାହିତ ହେବ l କାହିଁକି ନା ବିବାହ ପରେ ଉଭୟ ଗୋଟିଏ ଅଲଗା ଜୀବନ ଅତିବାହିତ କରିଥାଆନ୍ତି l ତେଣୁ ଉଭୟଙ୍କୁ ଖୁବ ଛୋଟ ଛୋଟ କଥାର ଧ୍ୟାନ ରଖିବାକୁ ପଡିଥାଏ l କାରଣ ସାମାନ୍ୟ ଭୁଲ ସମ୍ପର୍କ କୁ ବିଗାଡି ଦେଇଥାଏ l ତେଣୁ ଗୋଟିଏ ସୁନ୍ଦର ବୈବାହିକ ଜୀବନ ପାଇଁ ହାପି ମ୍ୟରେଡ ଲାଇଫ ର ୩ଟି ଗୋଲଡେନ ରୁଲ ଜାଣିବା ଜରୁରୀ l

– ଯେତେବେଳେ ଦୁଇଟି ଲୋକ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥାଆନ୍ତି ସେତେବେଳେ ୨ ପରିବାର ଙ୍କ ମଧ୍ୟରେ ମିଳାମିଶା ବଢିଥାଏ l ତେଣୁ ଉଭୟଙ୍କୁ ପରିବାର କୁ ନେଇ କିଛି ଟିପ୍ପଣୀ ଦେବା ପୂର୍ବରୁ ଚିନ୍ତା କରିବା ଜରୁରୀ l ପ୍ରତ୍ୟେକ ପରିବାରର ରହଣୀ ସହଣୀ ଆଉ ଗୋଟିଏ ଠାରୁ ପୃଥକ ଅଟେ l ତେଣୁ ତାହାକୁ ନେଇ କୌଣସି କଟୁ ମନ୍ତବ୍ୟ ଦେବା ଆବଶ୍ୟକ ନୁହେଁ l

– ବିବାହ ବନ୍ଧନକୁ ଖୁବ ଯତ୍ନ ସହକାରେ ଧ୍ୟାନ ଦେବା ଜରୁରୀ l ତେଣୁ ଧ୍ୟାନ ରଖନ୍ତୁ ଯେ ଝଗଡା ଯେବେବି ହେଉଛି ତାହା କିଭଳି ଶୀଘ୍ର ସମାଧାନ ହୋଇଯାଉ l ସେଥିପାଇଁ ସ୍ୱାମୀ ସ୍ତ୍ରୀ ଉଭୟ ଙ୍କୁ ଧ୍ୟାନ ଦେବା ଜରୁରୀ l ନିଜ ମଧ୍ୟରେ ସମସ୍ତ ଅସୁବିଧାର ସମାଧାନ କରନ୍ତୁ l ଏବଂ ଉଭୟ ଉଭୟ ଙ୍କର ପରିସ୍ଥିତି କୁ ଧ୍ୟାନ ଦେବା ଜରୁରୀ l

-ଯଦି ଗୋଟିଏ ସୁଖୀ ଓ ଦୀର୍ଘ ସ୍ଥାୟୀ ବୈବାହିକ ଜୀବନ ଚାହୁଁଛନ୍ତି ତେବେ ଉଭୟ ସ୍ୱାମୀ ସ୍ତ୍ରୀ ପରସ୍ପର ର ଭାବନାକୁ ସମ୍ମାନ ଦେବା ଜରୁରୀ l ଏବଂ ଉଭୟ ଉଭୟଙ୍କ ପ୍ରେମ ର ଭାବନାକୁ ମଧ୍ୟ ବୁଝିବା ଜରୁରୀ l ପ୍ରେମ ର ସମ୍ବନ୍ଧ ଯେତେ ଅଧିକ ମଜବୁତ ହୋଇଥାଏ, ବୈବାହିକ ଜୀବନ ସେତେ ସୁନ୍ଦର ହୋଇଥାଏ l

Leave A Reply