Odisha news

ମନୋବିଜ୍ଞାନୀ ଙ୍କ ମତ : ପିତାମାତା ନିଜ ପିଲାଙ୍କୁ ନିଜେ ବିଗାଡିବାରେ କରୁଛନ୍ତି ସହଯୋଗ

0

ପ୍ରତ୍ୟେକ ପିତାମାତା ନିଜ ସନ୍ତାନ ମାନଙ୍କୁ ଖୁସି ଦେଖିବାକୁ ଚାହିଁ ଥାଆନ୍ତି l ଯଦି ଆପଣ ଜଣେ ଅଭିଭାବକ ତେବେ ଆପଣଙ୍କ ପାଇଁ ନିଜ ସନ୍ତାନ ର କଷ୍ଟ ଦେଖିବା ଅତ୍ୟନ୍ତ କଷ୍ଟକର ହୋଇଯିବ l ଯଦି ଆପଣଙ୍କ ପିଲା କୁ ଆପଣ ଖୁବ ସ୍ନେହ ରେ ପାଳୁ ଛନ୍ତି ତେବେ ଏହା ଆପଣଙ୍କ ସନ୍ତାନ ର ବିଗିବାର ବିପଦ ବଢ଼ିଯାଇ ଥାଏ l ପରିସ୍ଥିତି ଏଭଳି ହୋଇଯାଏ ଯେ ଅନେକ ଆହ୍ୱାନ କୁ ଗ୍ରହଣ କରିବାକୁ ପଡିଥାଏ l

* ମନୋବିଜ୍ଞାନୀ ଙ୍କ ମତରେ ପିତାମାତା ମାନେ ଅନେକ ସମୟରେ ନିଜ ପିଲା ମାନଙ୍କୁ ଅଧିକ ଆଦର ଓ ସ୍ନେହ କରି ବିଗାଡି ଦେଇ ଥାଆନ୍ତି l ଯାହାକି ପିଲା ମାନଙ୍କୁ ଭବିଷ୍ୟତ ରେ ଗୋଟିଏ ଦୁଖୀ, ଅସନ୍ତୁଷ୍ଟ ଓ ସ୍ୱାର୍ଥୀ ମଣିଷ ଭାବରେ ଦେଖିବାକୁ ମିଳିଥାଏ l

* ଅନେକ ସମୟରେ ପିତାମାତା ଭାବି ଥାଆନ୍ତି ଯେ ଯଦି ପିଲା ଜିଦି କରୁଛି ଓ ତାକୁ ତାର ପସନ୍ଦ ଯୋଗ୍ୟ ଜିନିଷ ଦେଇ ଦିଆଯାଏ ଏବଂ ସେ ଗୋଟିଏ ସନ୍ତୁଳିତ ମନରେ ରହିଯାଏ ତେବେ ଏହା ପିତାମାତା ଙ୍କୁ ସନ୍ତୁଷ୍ଟି ଦେଇଥାଏ l କିନ୍ତୁ ଏହା ଥି ନୁହେଁ l

* ଏହା ପ୍ରଥମେ ଜାଣିବା ଉଚିତ ଯେ ଆପଣଙ୍କ ପିଲା କିଭଳି ବିଗୁଡୁଛି , ସେଥିପାଇଁ କିଛିଟା ସଂକେତ ଦେଖିବାକୁ ମିଳିଥାଏ l ଯାହାକୁ ଆପଣ ଅଣଦେଖା କରିବା ଠିକ ନୁହେଁ l
– ଅନେକ ସମୟ ରେ ଦେଖିଥିବେ ପିଲା ମାନେ ନିଜର ଦୁନିଆରେ ଏଭଳି ମଗ୍ନ ରହି ଯାଇଥାଆନ୍ତି ଯେ ତାଙ୍କୁ ତାଙ୍କ ଚାରି ପଟରେ କଣ ଘଟି ଥାଏ ତାହା ଜଣାପଡି ନଥାଏ କିମ୍ବା କୌଣସି ଫରକ ପଡେ ନାହିଁ l

– ଯଦି କୌଣସି ଜନିଷ ଦେବା ଦ୍ୱାରା ଆପଣଙ୍କ ପିଲା ସନ୍ତୁଷ୍ଟ ହୋଇ ନଥାଏ ତେବେ ଜାଣିବେ ଯେ ଆପଣଙ୍କ ପିଲା ର ଅସନ୍ତୋଷ ସ୍ଵଭାଵ ତାକୁ ଅବାଟ କୁ ନେଇ ଯାଉଛି l ତେଣୁ ସେଥିପ୍ରତି ଦୃଷ୍ଟି ଦେବେ l

– ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପିଲା ନବିଗିଡ଼ି ଯାଉ ତେବେ ତାକୁ ସବୁ କଥାରେ ହଁ କହିବା ବନ୍ଦ କରନ୍ତୁ, କାହିଁକି ନା ଆପଣଙ୍କ ର ଅତ୍ୟଧିକ ସ୍ନେହ ଆପଣଙ୍କ ପିଲାର ଭବିଷ୍ୟତ ପାଇଁ କାଳ ହୋଇଯିବ l

Leave A Reply