Odisha news

ପଚିଶ ବର୍ଷ ଧରି ପଞ୍ଚାୟତର ନିଜସ୍ୱ କୋଠରୀ ନାହିଁ ସ୍କୁଲ ଘରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ।

0
#ନିଜସ୍ଵ ଗୃହ ନ ଥିବାରୁ ଗଛ ତଳେ ବସି ସଭା କରୁଛନ୍ତି।
# ବିଭାଗୀୟ ଅଧିକାରୀ ସ୍କୁଲ କାର୍ଯ୍ୟଳୟରେ ବସିଲେ ସ୍କୁଲରେ ପାଠ ପଢ଼ାରେ ବାଧାପ୍ରାପ୍ତ ହେଉଛି।
# ପିଡିସ ଚାଉଳ ରହୁଛି ଗୋଟିଏ ସ୍ଥାନରେ ବଣ୍ଟନ ହେଉଛି ଅନ୍ୟତ୍ର।
ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଗାଡେବନ୍ଧ ପଂଚାୟତରେ ନିଜସ୍ଵ ପଞ୍ଚାୟତ ଗୃହ ନାହିଁ। ଯାହା ଫଳରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ସ୍କୁଲ ଗୃହରେ କାର୍ଯ୍ୟାଳୟ ହେଉଥିବା ନୂତନ ଭାବେ ସରପଂଚ ହୋଇଥିବା କବିତା ବାଗ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଆଜକୁ ପ୍ରାୟ ୨୫ ବର୍ଷ ହେବ ରାଣିପଟା ପ୍ରାଥମିକ ବିଦ୍ୟାଳୟ ଠାରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁଅଛି। ଗୋଟିଏ ପଟେ ସ୍କୁଲ ଚାଲିଥିବା ବେଳେ ଅନ୍ୟ ପଟେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ। ପୁଣି ଚାଉଳ ଗୋଦାମ ନ ଥିବାରୁ ସେଠାରୁ ପୁଣି ଦୁଇ କିଲୋମିଟର ଖମନପଡାକୁ ଚାଉଳ ଆଣିବା ପାଇଁ ଲୋକମାନେ  ଯାଇଥାନ୍ତି। ସରପଂଚଙ୍କ କହିବା ଅନୁଯାୟୀ ଯେତେ ଶୀଘ୍ର ସମ୍ଭବ ସରକାର ଜାଗା ଚିହ୍ନଟ କରିଦେଲେ ମୁଁ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିବି ବୋଲି ଗଣମାଧ୍ୟମକୁ ଜଣାଇଥିଲେ। ପଞ୍ଚାୟତ ନିର୍ମାଣକୁ ନେଇ ଗାଡେବନ୍ଧ ଓ ରାଣୀପଟା ଗ୍ରାମ ମଧ୍ୟରେ ବଚସା ହୋଇ ହାଇକୋର୍ଟରେ ଫାଇଲ ପଡ଼ିଥିବା ଶୁଣିବାକୁ ମିଳୁଛି। ବିଭିନ୍ନ ସମସ୍ୟାରେ ଗତି କରୁଥିବା ପଞ୍ଚାୟତ , ପଞ୍ଚାୟତ ଗୃହ,  ଗୋଦାମ ଗୃହ, ପାଣି ସମସ୍ୟା, ଭତ୍ତା ସମସ୍ୟା, ଇନ୍ଦିରା ଆବାସ ଗୃହ ବଣ୍ଟନରେ ପାତର ଅନ୍ତର  ଏସବୁ ସମସ୍ୟା କିପରି ଦୂର ହୋଇପାରିବ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସରପଂଚ ତଥା ସରପଂଚ ସଂଘର କୋଷାଧ୍ୟକ୍ଷ କବିତା ବାଗ ପ୍ରକାଶ କରିଛନ୍ତି।
Leave A Reply