Odisha news

ଉନ୍ନତ କପା ଚାଷ ପ୍ରଣାଳୀ

0

ବିଭିନ୍ନ ଅର୍ଥକାରୀ ଫସଲଗୁଡ଼ିକ ମଧ୍ୟରେ କପା ଅନ୍ୟତମ । ଖରିଫ କପା ଚାଷକୁ ଲାଭଦାୟକ କରିବାକୁ ହେଲେ କେତେଗୁଡ଼ିଏ ବିଷୟ ପ୍ରତି ଧ୍ୟାନ ଦେବା ଦରକାର ।
ବିହନ କିସମ – MUଈ-୫, ବନ୍ନି, ତୁଳସୀ, ସବିତା, ଏଲ୍‍.କେ ୪୪, ଏଚ୍‍-୭୭୭ ।

ପରିମାଣ – ଉନ୍ନତ କିସମ ପାଇଁ ୬ କେ.ଜି. ବିହନ ଓ ଶଙ୍କର କିସମ ପାଇଁ ୪୫୦ ଗ୍ରାମ୍‍ ବିହନ ଦରକାର ହୋଇଥାଏ । (ଏକର ପିଛା)
ବୁଣିବା ସମୟ – ମୌସୁମୀ ବାୟୁ ପ୍ରବାହର ୮-୧୦ ଦିନ ପୂର୍ବରୁ ବୁଣିଲେ ଅଧିକ ଆଦାୟ ମିଳିଥାଏ, ମାଟିରେ ବତର ଥିବା ଅବସ୍ଥାରେ ମଧ୍ୟ ବିହନ ଲଗାଇଲେ ଭଲ ଗଜା ହୁଏ ତେଣୁ ଜୁନ୍‍ ମାସ ମଧ୍ୟରେ ପାଗ ଶୁଖିଲା ଥିବା ଅବସ୍ଥାରେ କିମ୍ବା ପ୍ରଥମ ମୌସୁମୀ ବର୍ଷା ପରେ କପା ବିହନ ବୁଣି ଦେବା ଆବଶ୍ୟକ । ଜମି ଚାଷ ବେଳେ ଏକର ପିଛା ୧୦ ଗାଡ଼ି ଗୋବର ମିଶାଇ ଦେବା ଉଚିତ୍‍ ।

ବିହନ ବିଶୋଧନ – ପ୍ରତି କିଲୋ ଓଦା ବିହନକୁ ୨ ଗ୍ରାମ ହିସାବରେ ଟ୍ରଫି ସହିତ ଭଲଭାବେ ଗୋଳାଇ ଦେବା ଦରକାର । ଏହା ବ୍ୟତୀତ ୨ ଗ୍ରାମ କାର୍ବେଣ୍ଡିଜିମ୍‍ ଣ୍ଟ ୩ ଗ୍ରାମ ଥିରାମ ଔଷଧ ମିଶାଇ ୧ କିଗ୍ରା ବିହନ ସହିତ ଗୋଳାଇ ଦେଇ ବିଶୋଧନ କଲେ ଭବିଷ୍ୟତରେ ଫସଲକୁ ବିଭିନ୍ନ ରୋଗ ଆକ୍ରମଣ କରିବା ସମ୍ଭାବନା କମିଥାଏ ।
ବିହନ ଲଗାଇବା ପ୍ରଣାଳୀ – ଉନ୍ନତ କିସମ ପାଇଁ ଧାଡ଼ିକୁ ଧାଡ଼ି ୭୫ ସେ.ମି. ରୁ ୯୦ ସେ.ମି. ଓ ଗଛକୁ ଗଛ ୪୫-୬୦ ସେ.ମି. ବ୍ୟବଧାନରେ ତଥା ଶଙ୍କର କିସମ ପାଇଁ ଧାଡ଼ିକୁ ଧାଡ଼ି ୧୨୦ ସେ.ମି ଓ ଗଛକୁ ଗଛ ୬୦ ସେ.ମି. ବ୍ୟବଧାନରେ ଲଗାଇବା ଉଚିତ୍‍, କିମ୍ବା ଫସଲ ପାଇଁ ଜାଉଁଳି ଧାଡ଼ି ମଞ୍ଜିବୁଣା ପଦ୍ଧତି ଫଳପ୍ରଦ ହୋଇଥିବା ଜଣାଯାଇଛି (ଦୁଇ ଧାଡ଼ି ପାଖାପାଖି ଲଗାଇ କିଛି ଦୂରରେ ଆଉ ଦୁଇଧାଡ଼ି ଲଗାଇବା) କପା ଫସଲ ପାଇଁ ବିହନକୁ ୪-୫ ସେ.ମି. ଗଭୀରରେ ଧାଡ଼ିରେ ଲଗାଇବା ଉଚିତ୍‍ ।
(ଗଛର ବୃଦ୍ଧିକୁ ଲକ୍ଷ୍ୟ ରଖିୟୁରିଆର ମାତ୍ରା ବଢ଼ାଇ ପାରିବେ କିମ୍ବା କମାଇ ପାରିବେ)

ଏହାଛଡ଼ା ନବରତ୍ନା ଡ଼ି.ଏ.ପି. କିମ୍ବା ନବରତ୍ନା ୧୨:୩୨:୧୬ ସାରକୁ ବିହନ ଲଗାଇବା ସମୟରେ ପ୍ରତି ଧାଡ଼ିରେ ମଞ୍ଜି ବୁଣିବା ଛକ ଜାଗାମାନଙ୍କରେ ପ୍ରୟୋଗ କରି ଭଲରୂପେ ମାଟିରେ ମିଶାଇ ମଞ୍ଜି ପୋତିଦେବା ଦରକାର । ଶେଷ ଦଫା ଯବକ୍ଷାରଜାନ ସାର ଦେବା ବେଳେ ମାଟି ଓଦା ନଥିଲେ କିଛିୟୁରିଆ ପାଣିରେ ମିଶାଇ ଦ୍ରବଣ ଆକାରରେ ଦେବା ବିଧେୟ ଓ ପରେ କୋଡ଼ାଖୁସା କରି ମାଟି ଟେକି ଦେଲେ ସାର ମାଟିରେ ମିଶିଯାଏ ଓ ଫସଲକୁ ଶୀଘ୍ର ମିଳିଥାଏ ।

କପା ର ରୋଗପୋକ ନିୟନ୍ତ୍ରଣ : (ଏକର ପିଛା, ୨୦୦ ଲିଟର ପାଣି ବ୍ୟବହାର କରନ୍ତୁ ।)

ପୋକ : ୧- ଦିଆଲି ପୋକ, ଧଳାମାଛି, ଜଉପୋକର ଦମନ ପାଇଁ ଏକର ପିଛା ୪୦ରୁ ୫୦ ମି.ଲି. ପାରମିଡା ବ୍ୟବହାର କରନ୍ତୁ ।
୨- ପତ୍ରଡିଆଁ ପୋକ ଓ ଧୂସର ଘୂଣିପୋକ ର ଦମନ ପାଇଁ ଏକର ପିଛା ୫୦୦-୬୦୦ ମି.ଲି. କ୍ଲୋରୋସାନ୍‍ ବ୍ୟବହାର କରନ୍ତୁ ।
୩- ଆମେରିକୀୟ ବକରା ପୋକର ଦମନ ପାଇଁ ଏକର ପିଛା ୫୦୦-୬୦୦ ମି.ଲି. ପ୍ରୋସିପ୍‍୍‍ ବ୍ୟବହାର କରନ୍ତୁ ।

ରୋଗ : କଳଙ୍କି ରୋଗ ବା ପତ୍ରଦାଗ ପାଇଁ ଏକର ପିଛା ୫୦୦ ମି.ଲି. ହେକ୍‍ସାନ୍‍ ବ୍ୟବହାର କରନ୍ତୁ ।

ମକା ଅମଳ : ଏକ ଏକର ହାଇବି୍ରଡ୍‍୍‍ କପା ଚାଷରୁ ୧୨-୧୫ କ୍ୱିଣ୍ଟାଲ୍‍୍‍ ପର୍ଯ୍ୟନ୍ତ କପା ବୋଲ୍‍୍‍ ଅମଳ ହୋଇଥାଏ । ବୋଲ୍‍୍‍ରୁ ତୁଳାର ପରିମାଣ ୩୫% ମିଳିଥାଏ ଓ ତନ୍ତୁର ଲମ୍ବ ୩୦-୩୨ ମି.ମି ହୋଇଥାଏ ।

Leave A Reply

Your email address will not be published.