ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବସଷ୍ଟାଣ୍ଡ ନିକଟସ୍ଥ ହନୁମାନ ଏଣ୍ଟରପ୍ରାଇଜେସ ଇଲେକ୍ଟ୍ରୋନିକ ଓ ହାର୍ଡୱେର ଦୋକାନରେ ଗତକାଲି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି।ଦୋକାନଟି ରୋହନ ଖେତାନଙ୍କର ବୋଲି ଜଣାଯାଏ। ଏଥିରେ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ସଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଦୋକାନ ମାଲିକ ଜଣାଇଛନ୍ତି। ନିଆଁ ଲାଗିବା ସମୟରେ ଉପସ୍ଥିତ ଗ୍ରାହକ ଭଗବାନ ଗଉଡ ଓ ଦୋକାନ ମାଲିକ ଅଳ୍ପକେ ବର୍ତ୍ତିଛନ୍ତି। ନର୍ଲା ଓ ମ.ରାମପୁର ଦମକଳ ବାହିନୀର କର୍ମଚାରୀ ୨ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିବା ନର୍ଲା ଅଗ୍ନିଶମ ନିର୍ବାହୀ ଅଧିକାରୀ ତରଣୀସେନ ମିର୍ଦ୍ଧା ଜଣାଇଛନ୍ତି। ଦୁର୍ଘଟଣା ସ୍ଥଳରେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ ଓ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ।

Comments are closed.