Odisha news

ଯୁବପିଢି କ୍ରୀଡ଼ା ପ୍ରତି ଗୁରୁତ୍ବ ଦେଲେ ଏକ ସୁସ୍ଥ ସ୍ବାସ୍ଥ୍ୟ ର ଅଧିକାରୀ ହୋଇପାରିବେ : ରାଜ୍ୟ ଗୃହ, ରାଷ୍ଟ୍ରମନ୍ତ୍ରୀ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ  ଅଳତୀ ସ୍ପୋର୍ଟସ କ୍ଲବ ଆନୁକୁଲ୍ଯରେ ଡିଏନ ବିଦ୍ଯାପିଠ ମିନି ଷ୍ଟାଡିୟମରେ ୩ ଦିନ ଧରି ଅନୁଷ୍ଠିତ  ୨୭ ତମ ଗୋଲ୍ଡେନ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଫାଇନାଲ ମ୍ଯାଚରେ ବାଲେଶ୍ବର ୟୁଆଣ୍ତମିକୁ ହରାଇ ଆରସିସି ୟଙ୍ଗଷ୍ଟାର କଟକ ଚମ୍ପିଅନ ହୋଇଛି । ଆର୍ ସିସି ୟଙ୍ଗଷ୍ଟାର ,କଟକ ପ୍ରଥମେ ଟସ ଜିତି ବ୍ଯାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ ୩୦ ଓଭରରେ ୮ ଉଇକେଟ ହରାଇ ୩୩୬ ରନ ସଂଗ୍ରହ କରିଥିଲା ,ଜବାବରେ ୟୁଆଣ୍ତମି ବାଲେଶ୍ବର ୨୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୮୪ ରନରେ କରି  ପରାଜୟ ବରଣ କରିଥିଲା ।ଆଜିର ପୁରସ୍କାର ବିତରଣ ଉତ୍ସବରେ ମୂଖ୍ଯଅତିଥି ଭାବେ ରାଜ୍ଯ ଶିଳ୍ପ, ଶକ୍ତି, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ  ଦିବ୍ଯଶଙ୍କର  ମିଶ୍ର,ଯୋଗଦେଇ ଉପସ୍ଥିତ କ୍ରୀଡ଼ା ପ୍ରେମୀ ମାନଙ୍କୁ କହିଥିଲେ ଯେ ଯୁବପିଢି ଛାତ୍ରାବସ୍ଥାରୁ କ୍ରୀଡ଼ା ପ୍ରତି ଗୁରୁତ୍ବ ଦେଲେ ଏକ ସୁସ୍ଥ ସ୍ବାସ୍ଥ୍ୟ ର ଅଧିକାରୀ ହୋଇ ଜୀବନ ଯାପନ ବିତାଇବା ର ସୁଯୋଗ ପାଇବେ,କାରଣ ମାନବ ଜୀବନରେ ସ୍ବାସ୍ଥ୍ୟ ହିଁ ସଂପଦ। ସମ୍ମାନୀତ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପୂର୍ବତନ ଅଧ୍ୟକ୍ଷ ତଥା ଯୁବନେତା ଦେବାଶିଷ ପାତ୍ର, ଆନନ୍ଦପୁର ଓକିଲ ସଂଘ ସଭାପତି ସଂଜୟ ମିଶ୍ର,ଜିଲ୍ଲାପରିଷଦ ଉପାଧ୍ଯକ୍ଷ ଅକ୍ଷୟକୁମାର ସାହୁ , କେନ୍ଦୁଝର ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାକେଶ କୁମାର ରାମ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଅଞ୍ଜନ କୁମାର ବେଜ , ଘଷିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତ,  ଓଡ଼ିଶା ମୋ ପରିବାର ଜିବନ ବିନ୍ଦୁ ର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସାହୁ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ରାଉତ   ଙ୍କ ସହ  ଓଡିଆ ସିନେତାରକା ସୂର୍ୟମୟୀ ମହାପାତ୍ର ଯୋଗଦେଇ ବିଜେତା ଏବଂ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।  ଟୁର୍ଣ୍ଣାମେଣ୍ଟରେ ଆର ସିସି କଟକର ପ୍ରଶାନ୍ତ ସାହୁଙ୍କୁ ମ୍ଯାନ ଅଫ ଦି ମ୍ଯାଚ ସହ ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଆଜିର ଫାଇନାଲ  ମ୍ଯାଚରେ ୭୦ ବଲରୁ ୧୩୫ ରନ ସଂଗ୍ରହ କରି ଦଳକୁ ବିଜୟୀ କରିବାରେ ପ୍ରଶାନ୍ତ ପ୍ରମୂଖ ଭୂମିକା ଗ୍ରହଣ କରିବା ସହ ହାଟ୍ରିକ ଛକା ମାରି ପୁରସ୍କୃତ ହୋଇଥିଲେ । ଅତିଥି ପରିଚୟ ପ୍ରଦାନରେ  ବିଷ୍ଣୁନାରାୟଣ ସାମଲ କାର୍ଯ୍ଯ ସମ୍ପାଦନ କରିଥିଲେ । ମ୍ଯାଚରେ ପିଚ କ୍ଯୁରେଟର ଭାବେ ରଶ୍ମୀରଂଜନ ମହାରଣା,ଏବଂ ଅମ୍ପାୟାର ଭାବେ ଓସିଏ ପ୍ଯାନେଲ ଅମ୍ପାୟାର ପ୍ରାଣନାଥ ଜେନା ଏବଂ ବିଜୟ ଜେନା ଖେଳ ପରିଚାଳନା କରିଥିଲେ ।ସ୍କୋରର ପ୍ରିୟବ୍ରତ ମହାରଣା ,ଦିପକ ଭୂୟାଁ,ଧାରାବିବରଣୀରେ ତପନ ଖିଲାର,ତପନକୁମାର ନାୟକ ଦାୟିତ୍ବ ନିର୍ବାହ କରିଥିଲେ ।ମ୍ଯାଚ ଆୟୋଜନରେ  କ୍ଲବ ସଭାପତି ପ୍ରଭାତକୁମାର ବରାଳ , ,ନାରାୟଣ ଦାଶ,ଜିତେନ୍ଦ୍ର ଓଝା,ପ୍ରଶନ୍ନକୁମାର ନାୟକ,    ରାକେଶ ଭୂୟାଁ, ପ୍ରଭାତ ସାମଲ,ଆକାଶ ଦାସ,ଅନିଲ ସ୍ବାଇଁ, ମୋତିଲାଲ୍ ସେଠୀ,ଆଦିତ୍ଯ ନାୟକ ସିପକ ଦାସ,ସୁଦର୍ଶନ ସ୍ବାଇଁ,ପ୍ରକାଶ ଦାସ,ପ୍ରଶାନ୍ତ ବରାଳ,ତପନ ମଲ୍ଲିକ, ସମେତ କ୍ଲବର ସମସ୍ତ ସଦସ୍ଯ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
Govt

Comments are closed.