ନୁଆଦିଲ୍ଲୀ: ଆଧ୍ୟାତ୍ମିକ ଜ୍ଞାନ ହାସଲ କରିବାର ଇଛା ଥିଲେ ଧର୍ମ ମଧ୍ୟ ଏପରି ସ୍ଥଳେ ବାଧା ରଖିବା ନାହିଁ l ମଧ୍ୟପ୍ରଦେଶର ଛିନ୍ଦବାଡା ଜିଲ୍ଲାରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀ ମୁସରିଫ ଖାନ ଗୋଟିଏ ଉଦାହରଣ ପାଲଟି ଛନ୍ତି l ଯାହା ଗୋଟିଏ ଅନ୍ୟ ଧର୍ମର ମଣିଷ ପାଇଁ ଅସମ୍ଭବ ତାହା ସିଏ କରି ଦେଖାଇଛନ୍ତି l ହିନ୍ଦୁ ମାନଙ୍କର ପବିତ୍ର ଶ୍ରୀମଦ ଭଗବତ ଗୀତାର ୫ ସହ ଶ୍ଳୋକକୁ ମୌଖିକ ଭାବରେ ମାନେ ରଖିଛନ୍ତି l ଏହି ଶ୍ଳୋକ ଗୁଡିକୁ ମଧ୍ୟ ଭଲ ଭାବରେ ଗାନ କରି ପାରୁଛନ୍ତି l ୧୨ ବର୍ଷୀୟା ଏହି ବାଳିକା ଜଣଙ୍କ ମେମୋରୀ ରୀଟେନ୍ସନ କୋର୍ସ ପାଇଁ ଭଗବତ ଗୀତକୁ ବାଛି ଥିଲେ l ସେ ଏହାକୁ ଶିକ୍ଷା କରିବା ପାଇଁ ବୈଦିକ ଗଣିତ ଶିକ୍ଷୟତ୍ରୀ ରୋହିଣୀ ନେନନଙ୍କର ସାହାଯ୍ୟ ନେଇଥିଲେ l
ଉକ୍ତ ଶିକ୍ଷୟତ୍ରୀ କହିଛନ୍ତି ଯେ ମୁସରିଫ ଷଷ୍ଠ ଶ୍ରେଣୀରୁ ଭଗବତ ଗୀତା ମନେ ରଖିବାକୁ ଆରମ୍ଭ କରି ଦେଇଥିଲେ l ମୁସରିଫ କହିଛନ୍ତି ଯେ ମୋର ମାତାପିତା ସବୁବେଳେ ମତେ ଶିକ୍ଷା ଦେଇ ଥାନ୍ତି ଆମର ହେଉଛି ମାନବିକତା ଗୋଟିଏ ଧର୍ମ l ଘର ବାହାରେ ଆମେ କେବଳ ସାଧାରଣ ମଣିଷ ଓ ସେମାନଙ୍କ ଅନୁମତି କ୍ରମେ ମୁଁ ଭଗବତ ଗୀତା ପଢି ଅନ୍ୟ ଧର୍ମ ବିଷୟରେ ମଧ୍ୟ କିଛି ଜ୍ଞାନ ଲାଭ କରେ l କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଗୀତା ,କୁରାନ୍ ଓ ବାଇବେଲ୍ ସବୁଥିରୁ ଗୋଟିଏ ଜିନିଷ ଆମେ ଶିଖିଥାଉ ତାହା ହେଉଛି ମାନବିକତା ,ପ୍ରତେକ ଧର୍ମ ଭାଇ ଚାରାରେ ରହିବା ପାଇଁ ଶିକ୍ଷା ଦେଇଥାଏ l ମୁସରିଫଙ୍କର ଉପଲବ୍ଧିକୁ ନେଇ ତାଙ୍କ ମାତାପିତା ଖୁସି ଜାହିର କରିଛନ୍ତି l ସେମାନେ କହିଛନ୍ତି ଆମେ ଚାହୁଁଛୁ ଆମ ଝିଅ ବଡ଼ ହୋଇ ଗୋଟିଏ ଭଲ ମଣିଷ ହେଉ ଓ ମାନବିକତାକୁ ବୁଝି ପାରୁ l