Odisha news

ଏହି ଝିଟିପିଟି ଭାଙ୍ଗିଲା ବିଶ୍ୱ ରେକର୍ଡ : ରହୁଛି ୫୪୦୦ ମିଟର ଉପରେ

0

ନୂଆଦିଲ୍ଲୀ : କିଏ କେତେବେଳେ କିପରି ବିଶ୍ୱ ରେକର୍ଡ ସୃଷ୍ଟି କରୁଛି ତାହା ହୋଇଯାଇଛି କୌତୁହଳ ପୂର୍ଣ୍ଣ l ନିକଟରେ ଗୋଟିଏ ଅଦ୍ଭୁତ ଖବର ହସ୍ତଗତ ହୋଇଛି l ଏହି ବିଶ୍ୱ ରେକର୍ଡ କୌଣସି ମଣିଷ ନୁହେଁ ,ଗୋଟିଏ ଝିଟିପିଟି ସୃଷ୍ଟି କରିଛି l ଏହି ଝିଟିପିଟିଟି ସମୁଦ୍ର ତଳୁ ପ୍ରାୟ ୫୪୦୦ ମିଟର ଉଚରେ ଦେଖିବାକୁ ମିଳିଥିଲା l ବର୍ତ୍ତମାନ ସୁଦ୍ଧା କୌଣସି ସରୀସୃପକୁ ଏତେ ଉଚରେ ଦେଖିବାକୁ ମିଳି ନଥିଲା l କାରଣ ସରୀସୃପ ମାନେ ଏତେ ଉଚାକୁ ଯାଇ ପାରନ୍ତି ନାହିଁ l ଏହି ଝିଟିପିଟିର ନାମ ହେଉଛି ଲିୟୋଲାଇମୂସ ଟେକ୍ନl l

ଏହା ବିଷୟରେ ନିକଟରେ ଗୋଟିଏ ପତ୍ରିକାରେ ବାହାରିଥିଲା l ପେରୁରେ ଆଣ୍ଡିଜ ପର୍ବତ ଉପରେ ଅତି ଉଚରେ ଝିଟିପିଟିକୁ ଦେଖିବାକୁ ମିଳିଥିଲା l ଏତେ ଅଧିକ ଉଚରେ ତାପମାତ୍ରାରେ ଅନ୍ତର ଓ କମ ଅମ୍ଳଜାନ ସମସ୍ୟା ରହିଥାଏ l ତଥାପି ଝିଟିପିଟିଟି ଏତେ ଉଚରେ ଜୀବନ୍ତ ଭାବରେ ରହିଛି l ଗୋଟିଏ ଗବେଷକ ଦଳ ଆଣ୍ଡିଜ ପର୍ବତକୁ ଯାଇଥିଲେ ଓ ସେମାନେ ଦୁଇଟି ପଥର ମଧ୍ୟରୁ କିଛି ଗୋଟିଏ ହଲୁ ଥିବାର ଦେଖିବାକୁ ପାଇଲେ l ଯେତେବେଳେ ସେହି ଗବେଷକ ଦଳ ନିକଟକୁ ଯାଇ ଦେଖିଲେ ତାହା ଏକ ଝିଟିପିଟି ଥିଲା l

ସେହି ଗବେଷକ ମାନେ ଉକ୍ତ ଝିଟିପିଟିକୁ ଭାବିଥିଲେ ଯେ ଏତେ ଉର୍ଦ୍ଧରେ କମ ଅମ୍ଳଜାନ ଦ୍ୱାରା ମଣିଷ ଅଥବା କୌଣସି ଜୀବ ବଞ୍ଚିବା ସହଜ ସାଧ୍ୟ ନୁହେଁ l କିନ୍ତୁ ଏହି ଝିଟିପିଟିଟି ସେଠାରେ ରହି ରେକର୍ଡ ସୃଷ୍ଟି କରିଛି l ୧୭୭୧୬ ଫୁଟ ଉଚରେ ବହୁ ବର୍ଷ ପୂର୍ବେ ଆଉ ଗୋଟିଏ ସରୀସୃପକୁ ଦେଖିବାକୁ ମିଳିଥିଲା ଯାହା ଗୋଟିଏ ଦୁର୍ଲଭ ପ୍ରଜାତିର ଥିଲା l ବର୍ତମାନ ସବୁଠୁ ଅଧିକ ଜୀବିତ ସରୀସୃପ ୫୩୦୦ମିଟର ଉଚରେ ତିବତୀ ପଠାର ନିକଟରେ ରହୁଥିବା ଟଡ ହେଡେଡ଼ ଅଗମା ଝିଟିପିଟି ଅଟେ l ଏଂଡିଂୟନ ଝିଟିପିଟି ପୁରୁଣା ରେକର୍ଡ ୧୦୦ ମିଟରର ଉଚତାକୁ ଅତିକ୍ରମ କରି ସାରିଛନ୍ତି l

Leave A Reply