Odisha news

ପ୍ରବାସୀ ଶ୍ରମିକଙ୍କୁ କର୍ମ ଯୋଗାଣ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସାଂସଦ

0

କେନ୍ଦ୍ରାପଡା : ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ପରେ ସେମାନଙ୍କୁ କର୍ମ ଯୋଗାଣ ପ୍ରଶାସନ ପାଇଁ ଏକ ସମସ୍ୟା ଭାବେ ମୁଣ୍ଡ ଟେକିଛି । ପ୍ରାୟ ୨୮ ହଜାର ରୁ ଉଦ୍ଧ୍ୱର୍ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଫେରିବା ପରେ ବିଭିନ୍ନ ସଂଗରୋଧ ଶିବିର ରେ ପର୍ଯ୍ୟବେକ୍ଷଣରେ ରହିଛନ୍ତି । ତେବେ ଏହି ୨୮ ହଜାର ଶ୍ରମିକ ମଧ୍ୟରୁ କେତେକଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତେ ସୁସ୍ଥା ଓ କର୍ମକ୍ଷମ ଥିବା ଜଣା ପଡିଛି । ଏମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବା ଲକ୍ଷ୍ୟରେ ମାନ୍ୟବର ରାଜ୍ୟସଭା ସାଂସଦ ସୁବାସ ସିଂହ ଶୁକ୍ରବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରିଥିଲେ ।

ଏହି ୨୮ ହଜାର ଶ୍ରମିକଙ୍କ ରୋଜଗାର ପାଇଁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାକୁ ଦ୍ୱିଗୁଣିତ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ବର୍ତମାନ ଜିଲ୍ଲାରେ ଏମ ନରେଗା କାର୍ଯ୍ୟରେ ୨୫ ହଜାର ନିଯୁକ୍ତ ଅଛନ୍ତି । ଏହାକୁ ୫୦ ହଜାର କରାଗଲେ ଗାଁକୁ ଫେରିଥିବା ପ୍ରବାସୀ ଶ୍ରମିକ ମାନେ ରୋଜଗାର କରିପାରିବେ । ଏହା ସହ ପ୍ରବାସରେ ଥିବା ଏହି ଶ୍ରମିକ ମାନେ ଯେଉଁ ଯେଉଁ ବିଭାଗରେ କୁଶଳୀ କାରିଗର ଭାବେ କାମ କରୁଥିଲେ ସେମାନଙ୍କ ସଂଖ୍ୟାକୁ ଆକଳନ କରାଯାଇ ଅଧିକ ତାଲିମ ଦେବା ଓ କାମରେ ଲଗାଇବା ବିଷୟରେ ଶ୍ରୀ ସିଂହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବାର ଜଣାପଡିଛି ।

Leave A Reply