Odisha news

କରୋନା କଟକଣା ମଧ୍ୟରେ ଶ୍ରୀ ବଳଦେବଜୀୟୁଙ୍କ ସ୍ନାନ ଯାତ୍ରା

0

କେନ୍ଦ୍ରାପଡା : କେନ୍ଦ୍ରାପଡାର ଆରାଧ୍ୟ ଦେବ ଶ୍ରୀ ବଳଦେବଜୀୟୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ଯାତ୍ରା କରୋନା କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳନ କରାଯାଇଥିବା ଜଣା ପଡିଛି । ଭୂତାଣୁ ସଂକ୍ରମଣ ଜନିତ ଲକ ଡାଉନ କଟକଣା ଓ କୋଭିଡ-୧୯ର ନିୟମ ଅନୁପାଳନ ମୁତାବକ ମନ୍ଦିର ସମ୍ମୁଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳନ କରାଯାଉଥିବା ଏହି ଯାତ୍ରାରେ ପ୍ରତିବର୍ଷ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସ୍ନାନ ମଣ୍ଡପରେ ଦିଅଁ ମାନଙ୍କର ଗଜାନନ ବେଶ ଦର୍ଶନ କରି ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଭିତରେ ଏହି ପରମ୍ପରା କୁ ବାଧା ପହଁଚାଇଛି ।

ବିନା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସୀମିତ ସଂଖ୍ୟକ ସେବାୟତ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସେବାୟତଙ୍କ ମଧ୍ୟରେ ସମନ୍ୱୟ ନଥିବାରୁ ସାମଜିକ ଦୂରତା ପାଳନ କରାଯାଇ ନଥିବା ଅଭିଯୋଗ ହୋଇଛି । ବହୁ ସଂଖ୍ୟକ ସେବାୟତ ସ୍ନାନ ମଣ୍ଡପରେ ଏକାଠି ହୋଇ ସାମାଜିକ ଦୂରତା ନିୟମକୁ ଉଲଙ୍ଘନ କରିଥିଲେ । କେତେକ ଅନୁମତି ପାଇ ନଥିବା ସେବକ ଯୋର ଜବରଦସ୍ତ ମନ୍ଦିର ରେ ପ୍ରବେଶ କରି ଦିଅଁ ମାନଙ୍କୁ ଘେରି ରହିଥିବା ଦେଖିବାକୁ ମିଳିଥିଲା ତେବେ ମନ୍ଦିରରେ ଦିଅଁ ମାନଙ୍କ ସେବା ପୂଜାରେ ବାହାର ପୋଲିସର କୈାଣସି ଭୂମିକା ନଥିବାରୁ ସାମାଜିକ ଦୂରତା ନିୟମକୁ ବାଏଁ ବାଏଁ ଉଡାଇ ଦେଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସକାଳ ୬ଟା ସମୟରେ ରତ୍ନବେଦୀରୁ ଦିଅଁ ମାନଙ୍କୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇ ଜୟ ମଙ୍ଗଳା ଆଳତୀ, ନୀତି ସ୍ନାନ, ବଲ୍ଲଭ, ମଙ୍ଗଳା ଅର୍ପଣ, ଗଜାନନ ବେଶ, ଖେଚୁଡି ଧୂପ ଲାଗୁ କରାଯାଇଥିଲା । ଦିଅଁ ମାନଙ୍କୁ ସ୍ନାନ ମଣ୍ଡପରେ ନୀତିକାନ୍ତି ଅର୍ପଣ କରାଯାଇ ରାତ୍ରିରେ ପୁଣି ଅନବସର ଗୃହକୁ ପହଣ୍ଡି ବିଜେ କରାଯାଇ ଥିଲା ।

 

 

 

Govt
Leave A Reply