Odisha news

ଚୋରା ମଦ ବେପାରୀଙ୍କ ଦୈାରାତ୍ମ୍ୟ, ଜିଲ୍ଲାପାଳଙ୍କୁ ଭେଟିଲେ ଚାଟରାପାଟଣା ଗ୍ରାମବାସୀ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରଂଚଳର ଚାଟରାପାଟଣା ଗ୍ରାମବାସୀ ମାନେ ଚେରା ମଦ ବେପାରୀଙ୍କ ଦୈାରାତ୍ମ୍ୟ ରେ ଅତିଷ୍ଠ ହୋଇ ପ୍ରତିକାର ପାଇଁ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଶୁକ୍ରବାର ମହିଳା ଓ ପୁରୁଷ ଶତାଧିକ ଗ୍ରାମବାସୀ ଆରକ୍ଷୀ ଅଧିକ୍ଷକ ନୀତିଶେଖର ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ ।

ଅଭିଯୋଗ ମୁତାବକ ଏହି ଗ୍ରାମ ବାସିନ୍ଦା ଜଣେ ଚୋରା ମଦ ବ୍ୟବସାୟୀ ଅନ୍ୟ ୨ ସହଯୋଗୀଙ୍କ ସହ ନିୟମିତ ଭାବେ କିଛି ଗ୍ରାମବାସୀଙ୍କ ବାରିପଟେ ଚୋରା ମଦ ଲୁଚାଇ ରଖି ବ୍ୟବସାୟ କରି ଆସୁଛନ୍ତି । ମଦ ପିଇବା ପାଇଁ ବହୁ ଅସାମାଜିକ ବ୍ୟକ୍ତି  ସେଠାରେ ରୁଣ୍ଡ ହେଉ ଥିବାରୁ ଗ୍ରାମବାସୀ ମହିଲା ଓ ଝିଅ ବୋହୂ ମାନେ ଆତଙ୍କିତ ଅବସ୍ଥାରେ ରହିବା ସହ ମିଳିତ ଭାବେ ତାଙ୍କୁ ବିରୋଧ କରିଥିଲେ । ଏଥିରେ ଉକ୍ଷିପ୍ତ ହୋଇ ଏହି ଚୋରା ମଦ ବ୍ୟବସାୟୀ ମାନେ ସ୍ଥାନୀୟ ବାସିନ୍ଦାଙ୍କୁ ଗାଳି ଗୁଲଜ କରିବା ସହ ଖଣ୍ଡା ଦେଖାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ।

ଅପରପକ୍ଷରେ ମିଛ କେସ୍ କରି ସେମାନଙ୍କୁ ଫସାଇବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଚୋରା ମଦ ବେପାରୀଙ୍କ ଧମକଚମକ ଓ ଆକ୍ରମଣ ଭୟ ଥିବାରୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ନରହରୀ ସେଠୀ (ରାଜସ୍ୱ) ଓ  ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ରାଜେଶ ଦାସ, ଭୀମସେନ ଦାସ, ଉତମ ଚରଣ ସ୍ୱାଇଁ, ନିରଞ୍ଜନ ସାହୁ, ସୁରେନ୍ଦ୍ର ମାଝୀ, ଲତା ନାୟକ , ଝରଣା ସାହୁ, ରମାକାନ୍ତ ନାୟକ, ପାର୍ବତୀ ସ୍ୱାଇଁ, ମୋନାଲିସା ସ୍ୱାଇଁ, ଜାନକୀ ସ୍ୱାଇଁ, ସ୍ୱର୍ଣ୍ଣଲତା ସାହୁ ପ୍ରମୁଖ ପ୍ରତିକାର ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

Nalco

Leave A Reply