Odisha news

ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ପୀଠରେ ଦେବସ୍ନାନ ଉତ୍ସବ ୧୪୪ ଧାରା ଜାରୀ : ସର୍ବସାଧାରଣଙ୍କୁ ପୀଠକୁ ପ୍ରବେଶ ନିଷେଧ

0

ନେମା ୫/୬ (ସବୁ୍ୟ) :   ଆଜି ନେମାଳ ମହାପୁରୁଷ ଅଚୁ୍ୟତାନନ୍ଦଙ୍କର ପବିତ୍ର ନିର୍ବିକଳ୍ପ ଶୂନ୍ୟ ସମାଧି ଦିବସ ଓ ଦେବସ୍ନାନ ଉତ୍ସବ ପାଳିତ ହୋଇଯାଇଛି ।  ପ୍ରଭାତରୁ ବରିଷ୍ଠ ସେବାୟତମାନେ ଚୁଆ ,ଚନ୍ଦନ, ଅଗୁରୁ, କର୍ପୂର ଆଦି ସୁବାଶିତ ଜଳରେ ପ୍ରଭୁଙ୍କର ସ୍ନାନ ମାର୍ଜନା ସମାପନ କରିବା ପରେ ଚନ୍ଦନ ତୁଳସୀ ଲାଗି କରିଥିଲେ । ପରେ ପ୍ରଭୁଙ୍କୁ ନୂତନ ବସ୍ତ୍ର ପରିଧାନ କରିବା ସହ ମସ୍ତକରେ ସ୍ୱର୍ଣ୍ଣ ଓ ରୂପା ମିଶି୍ରତ ମୁକୁଟକୁ ଲାଗି କରିଥିଲେ ।

ପ୍ରଭୁଙ୍କର ଏହି ବଡ ସିଂହାର ବେଶ ପରେ ମଙ୍ଗଳ ଆଳତୀ, ନୀତି ଭୋଗ, ଯଥାରୀତି ଅନୁଷ୍ଠିତ ହୋଇଥିଲା ମଧ୍ୟାହ୍ନରେ ବିଭିନ୍ନ ଫଳମୂଳ ସହିତ ପିଠାପଣା ଆଦି ସମର୍ପଣ କରାଯାଇ କୋଠ ଭୋଗ ଅନୁଷ୍ଠିତ ହୋଇଥିଲା ।ଏହିସମୟରେ ଇଷ୍ଟଦେବ ଗୋପୀନାଥ ଜୀଉ ସ୍ନାନ ମଣ୍ଡପକୁ ଅଣାଯାଇ ଯଥାରୀତି ପୂଜାର୍ଚ୍ଚନା କରାଯାଇଛି ।  ସଂଧ୍ୟାରେ ପ୍ରଭୁଙ୍କ ସଂଧ୍ୟା ଆଳତୀ ଅନୁଷ୍ଠିତ ହୋଇଥିଲା ।  ପୀଠରେ ପ୍ରଭୁଙ୍କ ଶୃଙ୍ଖଳିତ ପୂଜାନିର୍ଘଣ୍ଟକୁ ତ୍ୱରାନ୍ୱିତ କରିବା ପାଇଁ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ସାଲେପୁର ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଦିବ୍ୟରଂଜନ ସିଂ ,ଆଡିସନାଲ ଏସ୍ ପି ପ୍ରଦୁ୍ୟମ୍ନ ଜେନା,  ନିଶ୍ଚିନ୍ତକୋଇଲି ତହସିଲଦାର ଜିତେନ୍ଦ୍ର କୁମାର ପାତ୍ର, ବିଡିଓ କର୍ଣ୍ଣଦେବ ସମାଦ୍ଦାର,ନେମାଳ ଥାନା ଅଧିକାରୀ ନିହାର ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଥିଲେ ।

ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା –

କରୋନା ସଂକ୍ରମଣ ଯୋଗୁ ପଦ୍ମବନ ପୀଠରେ ସର୍ବସାଧରଣଙ୍କ ସମାଗମକୁ ବାତି କରାଯାଇ ୧୪୪ ଜାରୀ କରାଯାଇଛି । ଯାହା ଫଳରେ ପୀଠକୁ କୌଣସି ଭକ୍ତ ଓ ସାଧୁ ସନ୍ଥଙ୍କ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା । ପୀଠ ଚତୁଃପାଶ୍ୱର୍ରେ ବାଉଁଶ ବ୍ୟାରିକେଟ୍ କରାଯାଇ ସୁରକ୍ଷାକର୍ମୀଙ୍କ ଦ୍ୱାରା ସଂପୂର୍ଣ୍ଣ ସିଲ୍ କରାଯାଇଥିଲା ।

ଗଣମାଧ୍ୟମର ପ୍ରତିନିଧିଙ୍କୁୁ ପୀଠକୁ ଅନୁମତି ମିଳିଲା ନାହିଁ

ମହାପୁରୁଷଙ୍କ ପୀଠରେ ଦେବସ୍ନାନ ଉତ୍ସବ ପାଳନ ହେଉଥିଲା ବେଳେ ୧୪୪ ଧାରା ଯୋଗୁ ନିଶ୍ଚିନ୍ତକୋଇଲି,ନେମାଳ ଅଂଚଳରେ କାର୍ଯ୍ୟକରୁଥିବା କୌଣସି ପ୍ରିଣ୍ଟ୍  ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପୀଠକୁ ଅନୁମତି ମିଳିନଥିଲା । ପୀଠର ମହାପ୍ରଭୁଙ୍କ ନିତିକ୍ରାନ୍ତୀ ସଂପର୍କରେ ଖବର ସଂଗ୍ରହ ପାଇଁ ପ୍ରଶାସନିକ ଅନୁମତି ନମିଳିବାରୁ ସାଧାରଣରେ ପ୍ରତିନିଧିମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।  ବହୁ ଗଣମାଧ୍ୟମର ପ୍ରତିନିଧିମାନେ ବ୍ୟାରିକେଟ୍ ବାହାରେ ରହି ପ୍ରଭୁଙ୍କ ନିତିକ୍ରାନ୍ତି ସଂପର୍କରେ ଖବର ସଂଗ୍ରହ କରୁଥିବା ଦେଖାଯାଇଥିଲା ।

Leave A Reply

Your email address will not be published.