ହାଇଦ୍ରାବାଦରୁ ପ୍ରାୟ ୧୭୦ କିମି ଦୂର କରିମନଗର ସହରସ୍ଥିତ ମୋଲାଙ୍ଗୁର ଦୁର୍ଗରେ ଥିବା ‘ଦୁଧ୍ ବାୱଲି’ କୂଅ ପାଖରେ ସବୁବେଳେଗହଳି ଲାଗିଥାଏ । ପୂର୍ବେ ଐତିହାସିକ କୂଅ ପାଣିକୁ ହାଇଦ୍ରାବାଦର ତତ୍କାଳୀନ ଶାସକ ନିଜାମ୍ମାନେ ବ୍ୟବହାର କରୁଥିଲେ । ଶହ ଶହ ବର୍ଷ ପରେ ଏବେ ବି ଏହା ଔଷଧୀୟ ଗୁଣ ପାଇଁ ଜଣାଶୁଣା । ହାଇଦ୍ରାବାଦର ପୁରୁଣା ସହର ଦୁଧ ବାୱଲି ନାମରେ ଏହାର ନାମକରଣ କରାଯାଇଛି । ଏହି କୂଅର ପାଣି କ୍ଷୀର ଭଳି ଧଳା ଓ ଅନେକ ରୋଗ ଭଲ କରିପାରେ । ଗ୍ରାମବାସୀଙ୍କ ବିଶ୍ୱାସ ଯେ ଏହି କୂଅ ପାଣି ପିଉଥିବା ଲୋକେ ରୋଗରେ ପଡ଼ନ୍ତି ନାହିଁ । ଏହି ପାଣି କିଡନୀ ରୋଗ ପାଇଁ ମଧ୍ୟ ଉପକାରୀ । ସେଠାକୁ ଯାଉଥିବା ପର୍ଯ୍ୟଟକ କୂଅ ପାଣି ପିଇବାକୁ ଭୁଲନ୍ତି ନାହିଁ । ୨୪ ଫୁଟ ଗଭୀର ଏହି କୂଅ ଖରାଦିନେ ଶୁଖିଯାଏ । ହେଲେ ବର୍ଷର ଅନ୍ୟଦିନ ପାଣିରେ ଭରପୂର ଥାଏ ।
