ଭାରତ-ଚୀନ ସୀମା ସଂଘର୍ଷକୁ ଦୃଷ୍ଟିରେ ରଖି ବିଜେପି ବିଧାୟକ ଅନୁପମା ଜାୟସୱାଲ ଲୋକଙ୍କୁ ମୋବାଇଲ୍ ଫୋନ୍ରୁ ଚୀନ୍ର ତମାମ୍ ଆପ୍ ଡିଲିଟି କରିବା ଅଭିଯାନ ଆରମ୍ଭ କରିଛନ୍ତି । ଏହାର ପ୍ରତିବଦଳରେ ଡିଲିଟ୍ କରାଯାଇଥିବା ପ୍ରତି ଆପ୍ ବଦଳରେ ମିଳିବ ମାଗଣା ମାସ୍କ । ମହିଳା ମୋର୍ଚ୍ଚା ସହ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି । ମୋର୍ଚ୍ଚାର ସଦସ୍ୟଙ୍କ ସହ ଅନୁପମା ଘର ଘର ବୁଲି ଚୀନ୍ ଆପ୍ ହଟାଇବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି । ଅନୁପମା କହନ୍ତି ଯୁବପିଢ଼ିମାନେ ଏ ଆପ୍ ଯୋଗୁ ଅଧିକ ସମୟ ନଷ୍ଟ କରୁଛନ୍ତି ।
