ଭିଏତନାମ୍ ରାଜଧାନୀ ହାନୋଇରେ ଖୋଲିଛି ପୃଥିବୀର ପ୍ରଥମ ସୁନା ହୋଟେଲ୍ ‘ଡୋଲ୍ସେ ହାନୋଇ ଗୋଲଡେନ୍ ଲେକ୍’ । ହୋଟେଲର କାନ୍ଥ, କବାଟ,ବାସନ, ୱାଶ୍ରୁମ୍, କପ୍, ଟେବଲ୍, ନଳ ସବୁ କିଛି ସୁନାରେ ତିଆରି ହୋଇଛି । ହୋଟେଲରେ ଅଛି ୪୦୦ ରୁମ୍ । ଏହାର ବାହାର କାନ୍ଥରେ ପ୍ରାୟ ୫୪ ହଜାର ବର୍ଗଫୁଟ୍ର ସୁନା ଛାଉଁଣୀ ହୋଇଥିବା ଟାଇଲ୍ ଲଗାଯାଇଛି । ହୋଟେଲ୍ ସଦସ୍ୟଙ୍କ ଡ୍ରେସ୍ ରଙ୍ଗ ନାଲି ଓ ସୁନେଲି। ହୋଟେଲ୍ର ବିଭିନ୍ନ ଫର୍ଣ୍ଣିଚର ମଧ୍ୟ ସୁନା ରଙ୍ଗର । ବାଥରୁମ୍ର ବାଥ୍ଟବ୍, ଶାୱାର୍ ତଥା ଅନ୍ୟାନ୍ୟ ସରଞ୍ଜାମ୍ ମଧ୍ୟ ସୁନା ରଙ୍ଗର । ହୋଟେଲ୍ ଛାତରେ ଗୋଲ୍ଡ ପ୍ଲେଟେଡ୍ ଇଟା ଲାଗିଛି । ୨୪ ଘଣ୍ଟା ଖୋଲା ରହୁଥିବା ଗେମିଂ କ୍ଲବ୍ ମଧ୍ୟ ଅଛି । ହୋଟେଲ୍ ନିର୍ମାଣ କାର୍ଯ୍ୟ ୨୦୦୯ରେ ଆରମ୍ଭ ହୋଇଥିଲା । ଏହା ଦକ୍ଷିଣ ପୂର୍ବ ଏସିଆର ସବୁଠୁ ଲଗ୍ଜରି ହୋଟେଲ୍। ସୁନା ମାନସିକ ଚିନ୍ତା କମ୍ କରିବାରେ ସାହାଯ୍ୟ କରୁଥିବାରୁ ହୋଟେଲ୍ରେ ସୁନା ବ୍ୟବହାର କରାଯାଇଛି । ହୋଟେଲର ଭଡ଼ା ୨୦ ହଜାର ଟଙ୍କାରୁ ଆରମ୍ଭ ।