Odisha news

ଏହିଦିନ ପଡୁଛି ଗୁରୁ ପୂର୍ଣିମା : ଗୁରୁ ଦୋଷ ରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହିସବୁ ଉପାୟ 

0
ସନାତନ ଧର୍ମରେ ଗୁରୁଙ୍କ ର ମହତ୍ୱ ରହିଛି l ଗୁରୁ ଙ୍କ ର ମହିମା , ମହତ୍ୱ ଓ ତାଙ୍କ ପ୍ରତି ସମ୍ମାନ ପ୍ରକଟ କରିବା ପାଇଁ ଗୁରୁ ପୂର୍ଣିମା ର ଅନେକ ମହତ୍ୱ ରହିଛି l ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ପୂର୍ଣିମା ଦିନ ଟିକୁ ଗୁରୁ ପୂର୍ଣିମା ଭାବରେ ପାଳନ କରାଯାଇ ଥାଏ l ଚଳିତ ବର୍ଷ ଜୁଲାଇ ୧୦ ତାରିଖ ଦିନ ଆଷାଢ଼ ପୂର୍ଣିମା ପାଳିତ ହେଉଛି l ପୌରାଣିକ ମାନ୍ୟତା ଅନୁସାରେ ମହାଭାରତ ର ରଚୟିତା ବେଦ ବ୍ୟାସ ଙ୍କ ର ଏହିଦିନ ଜନ୍ମ ଉତ୍ସବ ଅଟେ l ତେଣୁ ଏହିଦିନ କୁ ବ୍ୟାସ ପୂର୍ଣିମା ମଧ୍ୟ କୁହାଯାଇ ଥାଏ l
* ମାନ୍ୟତା ରହିଛି ଯେ ଏହିଦିନ ଗୁରୁ ଦୋଷ ନିଜ ଜାତକ ରୁ ଦୂର କରିବା ପାଇଁ କିଛିଟା ଉପାୟ କରାଯାଇ ଥାଏ l
* ଗୁରୁ ଦୋଷ ରହିଥିଲେ ଚାକିରୀ କ୍ଷେତ୍ର ରେ ବାଧା  , ଧନ ରୋଜଗାର ରେ ବାଧା , ସନ୍ତାନ ସୁଖ ଓ ବିବାହ କାର୍ଯ୍ୟ ରେ ବିଭିନ୍ନ ଅସୁବିଧା ଦେଖା ଦେଇଥାଏ l
* ଗୁରୁ ବେଦ ବ୍ୟାସ ଙ୍କୁ ଭଗବାନ ବିଷ୍ଣୁ ଙ୍କ ଅଂଶ ବୋଲି କୁହାଯାଇ ଥାଏ l ତେଣୁ ଏହିଦିନ ସତ୍ୟନାରାୟଣ ପ୍ରଭୁ ଙ୍କ କଥା ଶୁଣାଇବା ବା ପୂଜା କରାଗଲେ ଜୀବନ ରେ ସୁଖ ର ଆଗମନ ହୋଇଥାଏ l ଆର୍ଥିକ ଅସୁବିଧା ମଧ୍ୟ ଦୂର ହୋଇଥାଏ l
* ଗୁରୁ ପୂର୍ଣିମା ଦିନ ଗୁରୁ ବୃହସ୍ପତି ହଳଦିଆ ବସ୍ତୁ ଅର୍ପଣ କରନ୍ତୁ l ଏହିଦିନ ୧୦୮ ଥର ‘ଓଂ ବୃ ବୃହସ୍ପତୟେ ନମଃ ଜପ କରିବା ଦ୍ୱାରା ଜାତକ ରେ ଗୁରୁ ମଜବୁତ ହୋଇ ଥାଆନ୍ତି ଓ ବ୍ୟବସାୟ ରେ ଉନ୍ନତି ହୋଇଥାଏ l
* ଜାତକ ରେ ଗୁରୁ ଙ୍କ ଦୁଷ୍ପ୍ରଭାବ କାରଣରୁ ଶିକ୍ଷା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ l ତେଣୁ ଗୁରୁ ପୂର୍ଣିମା ଦିନ ଛାତ୍ର ମାନେ ହଳଦୀ ରେ ପ୍ରସ୍ତୁତ ମାଳ   ଦ୍ୱାରା ” ଓଂ ହ୍ରିଙ୍ଗ ହ୍ରିଙ୍ଗ ଶ୍ରୀଙ୍ଗ ଶ୍ରୀଙ୍ଗ ଲକ୍ଷ୍ମୀ ବାସୁଦେବାୟ ନମଃ ” ମନ୍ତ୍ର ଜପ କରନ୍ତୁ l ଏହାଦ୍ୱାରା ଛାତ୍ର ମାନଙ୍କ ଭବିଷ୍ୟତ ରେ ବିଭିନ୍ନ ଅସୁବିଧା ଦୂର ହୋଇଥାଏ l
* ଜାତକ ରେ ଗୁରୁ ବଳ ହୀନ ହେବା ଦ୍ୱାରା ସନ୍ତାନ ପ୍ରାପ୍ତି ରେ ଅସୁବିଧା ହୋଇଥାଏ l ନିଃସନ୍ତାନ ଦମ୍ପତି ଏହିଦିନ ବିଷ୍ଣୁ ଙ୍କୁ କେଶର , ହଳଦୀ , ଚନ୍ଦନ ଅର୍ପଣ କରିବା ଉଚିତ l ଏହିଦିନ ଗୁଡ଼ ଦାନ କରିବା ଶୁଭ ହୋଇଥାଏ l
Nalco
Leave A Reply