ଇଣ୍ଡୋନେସିଆ : ବାଦୁଡ଼ି ମାଂସ ଖାଉଥିବା ଲୋକ ଏବେ ସେଥିରୁ ଭୂତାଣୁ ଥିବା ଜାଣିବା ପରେ ଖାଇବା ଛାଡ଼ି ଦେଇଛନ୍ତି । ସେହିପରି ଚୀନ୍ର ଉହାନ୍ରେ ଏପ୍ରିଲ୍ ମାସରେ କୁìକର ମାଂସ ଉପରେ ରୋକ୍ ଲାଗିଛି । ତେବେ ଇଣ୍ଡୋନେସିଆରେ ଲୋକେ କରୋନାରେ ସଂକ୍ରମିତ ହେବା ପରେ ବି ସେଠାରେ ବାଦୁଡ଼ି ମାଂସ ବିକ୍ରି ବନ୍ଦ ହୋଇନି, ଲୋକେ ଖାଉଛନ୍ତି । ଏଠାରେ ଥିବା ଏକ ପାରମ୍ପପରିକ ଟୋମୋହନ୍ ଏକ୍ସଟ୍ରିମ୍ ନାମକ ମାଂସ ବଜାରରେ ଶାଗ ପନିପରିବା ସହ ବାଦୁଡ଼ି ମାଂସ ମଧ୍ୟ ବିକ୍ରି ହେଉଛି । ବାଦୁଡ଼ି ବ୍ୟତୀତ, ସାପ, ମୂଷା,ଝିଟିପିଟି ବ୍ରିକି କରାଯାଏ । ଏବେ କରୋନାଭାଇରସ୍ ଟାସ୍କ ଫୋର୍ସ ଜଙ୍ଗଲୀ ପଶୁ ତଥା ବାଦୁଡ଼ି ମାଂସ ଉପରେ ରୋକ ଲଗାଇବ ।