ଦଶରଥପୁର ବ୍ଲକରେ ଚଳିତ ମାଟ୍ରିକ ପରୀକ୍ଷାରେ ” ଏ୧” ହୋଇଥିବା ୬ କୃତି ଛାତ୍ରଛାତ୍ରୀ ସଂସ୍କୃତ ଏବଂ ଗଣିତରେ ଶହେରୁ ଶହେ ମାର୍କ ରଖିଛନ୍ତି
ଦଶରଥପୁର : ଦଶରଥପୁର ବ୍ଲକରେ ଚଳିତ ମାଟ୍ରିକ ପରୀକ୍ଷାରେ ଖୁବ ଭଲ ଫଳାଫଲ ଆସିଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ୫ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଚଳିତ ପରୀକ୍ଷା ଫଳାଫଳରେ ଦଶରଥପୁର ବ୍ଲକ ବିହାରୀ ପଂଚାୟତ ସାଉଣ୍ଡି ଗ୍ରାମର ଦିଲ୍ଲିପ କୁମାର ପଣ୍ଡା ଏବଂ ସ୍ନେହଲତା ପଣ୍ଡାଙ୍କ ଝିଅ ମୁଦ୍ରାକ୍ଷୀ ପଣ୍ଡା ଜିଲ୍ଲାର ସର୍ବଚ୍ଚୋ ମାର୍କ ରଖି ଯାଜପୁର ଜିଲ୍ଲାର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମୋଟ ୬୦୦ ମାର୍କରୁ ୫୭୯ ମାର୍କ ରଖିଛନ୍ତି ୯୬ ପ୍ରତିଶତରୁ ଅଧିକ । ଯାହାକି ଖାଲି ଦଶରଥପୁରର ଗର୍ବ ନୁହେଁ ପୁରା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସଂସ୍କୃତ ଏବଂ ଗଣିତରେ ୧୦୦ ମାର୍କରୁ ୧୦୦ ମାର୍କ ରଖିଥିବାବେଳେ ସାହିତ୍ୟରେ ୯୬, ଇଂରାଜୀରେ ୯୨, ସାଧାରଣ ବିଜ୍ଞାନରେ ୯୭ ଏବଂ ସାମାଜିକ ବିଜ୍ଞାନରେ ୯୪ ମାର୍କ ରଖିଛନ୍ତି । ସେ ଯାଜପୁର ଟାଉନସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢୁଥିବାବେଳେ ଦୈନିକ ୧୨/୧୪ ଘଣ୍ଟା ପରିଶ୍ରମ କରୁଥିଲେ ।
ତାଙ୍କର ଏହି କତିତ୍ୱ ପାଇଁ ବାପା,ମା, ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଭବିଶ୍ୟତରେ ଜଣେ ଡାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଜିଲ୍ଲାର ସର୍ବାଧିକ ମାର୍କ ରଖିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଥିବା ଦେଖିବାକୁ ମିଳିଛି । ସେହିପରି ଅସନପୁର ପଂଚାୟତ କେରୁଣା ଗ୍ରାମର ଆଲୋକ କୁମାର ବିଶ୍ୱାଳ ଏବଂ ବନଲତା ବିଶ୍ୱାଳଙ୍କ ପୁଅ ଅନୁରାଗ ବିଶ୍ୱାଳ ୫୫୭ ମାର୍କ ରଖିଛନ୍ତି । ସେ ମଂଗଳପୁରସ୍ଥ ମହତାବ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ । ସେ ଆଇଆଇଟି ପଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଗଣିତ ଏବଂ ସଂସ୍କୃତରେ ୧୦୦ ମାର୍କ ଲେଖାଏଁ ମାର୍କ ରଖିଛନ୍ତି । ଥାଳକୁଡି ପଂଚାୟତ ଧନିପୁର ଗ୍ରାମର ସୁରେନ୍ଦ୍ର କୁମାର ବେହେରା ଏବଂ ସାରଥି ବେହେରାଙ୍କ ପୁଅ ଅନିଲ କୁମାର ବେହେରା ୫୪୦ ମାର୍କ ରଖିଛନ୍ତି ।
ସେ ମଂଗଳପୁରସ୍ଥ ମହତାବ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବାବେଳେ ଡାକ୍ତର ହେବାକୁ ଉଚ୍ଛା ରଖିଛନ୍ତି । ସେ ସଂସ୍କୃତରେ ୧୦୦ ମାର୍କ ଏବଂ ଗଣିତରେ ୯୯ ମାର୍କ ରଖିଛନ୍ତି । ଅସନପୁର ପଂଚାୟତ ଅସନପୁର ଗ୍ରାମର ଧନେଶ୍ୱର ବେହେରା ଏବଂ ଗୀତାଞ୍ଜଳୀ ବେହେରାଙ୍କ ଝିଅ ଦେବସ୍ମୀତା ବେହେରା ୫୪୪ ମାର୍କ ରଖିଛନ୍ତି । ସେ କଣ୍ଟାବଣିଆ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବାବେଳେ ଭବିଶ୍ୟତରେ ସେ ଡାକ୍ତର ହେବାକୁ ଚାହୁଁଛନ୍ତି । ସେ ଗଣିତରେ ୯୯ ମାର୍କ ରଖିଛନ୍ତି । କନିକାପଡା ପଂଚାୟତ ଦାମୋଦରପୁର ଗ୍ରାମର ଶରତ ଚନ୍ଦ୍ର ମିଶ୍ର ଏବଂ ସସ୍ମୀତା ମିଶ୍ରଙ୍କ ଝିଅ ସଞ୍ଜନା ମିଶ୍ର ୫୪୫ କାର୍ମ ରଖିଛନ୍ତି । ସେ ଦାମୋଦରପୁରସ୍ଥ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ପାଠପଢୁଥିବାବେଳେ ପ୍ରଶାସନିକ ଅଧିକାରୀ(ଆଇଏଏସ) ହେବାକୁ ଉଚ୍ଛା ପ୍ରକାଶ କରିଛନ୍ତି । ସେ ଗଣିତରେ ୧୦୦ ଏବଂ ସାଧାରଣ ବିଜ୍ଞାନରେ ୯୯ ରଖିଛନ୍ତି । ଦଶରଥପୁର ପଂଚାୟତ କାଟିଆ ପ୍ରକଟପୁର ଗ୍ରାମର ଶୁଶାନ୍ତ ପଲାଇ ଏବଂ ସ୍ମିତାଞ୍ଜଳୀ ବାରିକଙ୍କ ପୁଅ ଆଶିଷ ପଲାଇ ୫୪୦ ମାର୍କ ରଖିଛନ୍ତି । ସେ କାଟିଆସ୍ଥ କୃର୍ଷ୍ଣ ପ୍ରଧାନ ଉଚ୍ଚ ବିଦ୍ୟାଳୟରେ ପାଠପଢୁଥିବାବେଳେ ଭବିଶ୍ୟତରେ ଡାକ୍ତର ହେବାକୁ ଲକ୍ଷ ରଖିଛନ୍ତି ।