Odisha news

ଦଶରଥପୁର ବ୍ଲକରେ ଚଳିତ ମାଟ୍ରିକ ପରୀକ୍ଷାରେ ” ଏ୧” ହୋଇଥିବା ୬ କୃତି ଛାତ୍ରଛାତ୍ରୀ ସଂସ୍କୃତ ଏବଂ ଗଣିତରେ ଶହେରୁ ଶହେ ମାର୍କ ରଖିଛନ୍ତି

0

ଦଶରଥପୁର  : ଦଶରଥପୁର ବ୍ଲକରେ ଚଳିତ ମାଟ୍ରିକ ପରୀକ୍ଷାରେ  ଖୁବ ଭଲ  ଫଳାଫଲ ଆସିଥିବା ସୂଚନା ମିଳିଛି  । ମିଳିଥିବା  ସୂଚନାନୁଯାୟୀ ୫ଜଣ  ୯୦  ପ୍ରତିଶତରୁ  ଅଧିକ ମାର୍କ ରଖିଛନ୍ତି । ଚଳିତ ପରୀକ୍ଷା ଫଳାଫଳରେ ଦଶରଥପୁର ବ୍ଲକ  ବିହାରୀ ପଂଚାୟତ ସାଉଣ୍ଡି ଗ୍ରାମର ଦିଲ୍ଲିପ କୁମାର ପଣ୍ଡା ଏବଂ ସ୍ନେହଲତା ପଣ୍ଡାଙ୍କ ଝିଅ ମୁଦ୍ରାକ୍ଷୀ ପଣ୍ଡା ଜିଲ୍ଲାର ସର୍ବଚ୍ଚୋ ମାର୍କ ରଖି ଯାଜପୁର ଜିଲ୍ଲାର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମୋଟ ୬୦୦ ମାର୍କରୁ ୫୭୯ ମାର୍କ ରଖିଛନ୍ତି ୯୬ ପ୍ରତିଶତରୁ ଅଧିକ  ।   ଯାହାକି  ଖାଲି ଦଶରଥପୁରର ଗର୍ବ   ନୁହେଁ ପୁରା ଜିଲ୍ଲା ପାଇଁ ଗର୍ବ ଓ  ଗୌରବ ଆଣିଛନ୍ତି । ସଂସ୍କୃତ ଏବଂ ଗଣିତରେ ୧୦୦ ମାର୍କରୁ ୧୦୦ ମାର୍କ ରଖିଥିବାବେଳେ ସାହିତ୍ୟରେ ୯୬, ଇଂରାଜୀରେ ୯୨, ସାଧାରଣ ବିଜ୍ଞାନରେ ୯୭ ଏବଂ  ସାମାଜିକ ବିଜ୍ଞାନରେ ୯୪ ମାର୍କ  ରଖିଛନ୍ତି  । ସେ ଯାଜପୁର  ଟାଉନସ୍ଥ  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢୁଥିବାବେଳେ ଦୈନିକ ୧୨/୧୪ ଘଣ୍ଟା ପରିଶ୍ରମ  କରୁଥିଲେ ।

ତାଙ୍କର ଏହି କତିତ୍ୱ ପାଇଁ ବାପା,ମା, ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀ ମାନଙ୍କୁ କୃତଜ୍ଞତା  ଜଣାଇଛନ୍ତି ।  ସେ  ଭବିଶ୍ୟତରେ  ଜଣେ  ଡାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଜିଲ୍ଲାର ସର୍ବାଧିକ ମାର୍କ ରଖିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଥିବା ଦେଖିବାକୁ ମିଳିଛି ।  ସେହିପରି ଅସନପୁର ପଂଚାୟତ କେରୁଣା ଗ୍ରାମର ଆଲୋକ କୁମାର ବିଶ୍ୱାଳ ଏବଂ ବନଲତା ବିଶ୍ୱାଳଙ୍କ  ପୁଅ ଅନୁରାଗ ବିଶ୍ୱାଳ ୫୫୭ ମାର୍କ ରଖିଛନ୍ତି । ସେ ମଂଗଳପୁରସ୍ଥ  ମହତାବ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ । ସେ ଆଇଆଇଟି ପଢିବାକୁ ଇଚ୍ଛା ପ୍ରକାଶ  କରିଛନ୍ତି  । ଗଣିତ ଏବଂ ସଂସ୍କୃତରେ  ୧୦୦ ମାର୍କ ଲେଖାଏଁ ମାର୍କ ରଖିଛନ୍ତି । ଥାଳକୁଡି ପଂଚାୟତ ଧନିପୁର  ଗ୍ରାମର  ସୁରେନ୍ଦ୍ର  କୁମାର ବେହେରା ଏବଂ ସାରଥି ବେହେରାଙ୍କ ପୁଅ ଅନିଲ କୁମାର ବେହେରା ୫୪୦  ମାର୍କ ରଖିଛନ୍ତି ।

ସେ ମଂଗଳପୁରସ୍ଥ ମହତାବ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବାବେଳେ ଡାକ୍ତର ହେବାକୁ ଉଚ୍ଛା ରଖିଛନ୍ତି । ସେ  ସଂସ୍କୃତରେ ୧୦୦ ମାର୍କ  ଏବଂ ଗଣିତରେ  ୯୯  ମାର୍କ ରଖିଛନ୍ତି । ଅସନପୁର ପଂଚାୟତ ଅସନପୁର ଗ୍ରାମର ଧନେଶ୍ୱର ବେହେରା ଏବଂ ଗୀତାଞ୍ଜଳୀ ବେହେରାଙ୍କ ଝିଅ ଦେବସ୍ମୀତା ବେହେରା ୫୪୪ ମାର୍କ ରଖିଛନ୍ତି । ସେ କଣ୍ଟାବଣିଆ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବାବେଳେ ଭବିଶ୍ୟତରେ ସେ  ଡାକ୍ତର ହେବାକୁ ଚାହୁଁଛନ୍ତି । ସେ ଗଣିତରେ  ୯୯ ମାର୍କ  ରଖିଛନ୍ତି । କନିକାପଡା ପଂଚାୟତ ଦାମୋଦରପୁର ଗ୍ରାମର ଶରତ ଚନ୍ଦ୍ର ମିଶ୍ର ଏବଂ ସସ୍ମୀତା ମିଶ୍ରଙ୍କ ଝିଅ ସଞ୍ଜନା ମିଶ୍ର ୫୪୫ କାର୍ମ ରଖିଛନ୍ତି । ସେ ଦାମୋଦରପୁରସ୍ଥ ରଘୁନାଥ ଉଚ୍ଚ ବିଦ୍ୟାଳୟରେ  ପାଠପଢୁଥିବାବେଳେ ପ୍ରଶାସନିକ ଅଧିକାରୀ(ଆଇଏଏସ) ହେବାକୁ ଉଚ୍ଛା  ପ୍ରକାଶ କରିଛନ୍ତି ।  ସେ  ଗଣିତରେ ୧୦୦ ଏବଂ ସାଧାରଣ  ବିଜ୍ଞାନରେ ୯୯ ରଖିଛନ୍ତି  । ଦଶରଥପୁର ପଂଚାୟତ  କାଟିଆ  ପ୍ରକଟପୁର ଗ୍ରାମର   ଶୁଶାନ୍ତ ପଲାଇ ଏବଂ  ସ୍ମିତାଞ୍ଜଳୀ  ବାରିକଙ୍କ ପୁଅ ଆଶିଷ   ପଲାଇ ୫୪୦ ମାର୍କ ରଖିଛନ୍ତି  ।  ସେ  କାଟିଆସ୍ଥ କୃର୍ଷ୍ଣ ପ୍ରଧାନ ଉଚ୍ଚ  ବିଦ୍ୟାଳୟରେ ପାଠପଢୁଥିବାବେଳେ   ଭବିଶ୍ୟତରେ  ଡାକ୍ତର ହେବାକୁ  ଲକ୍ଷ  ରଖିଛନ୍ତି  ।

Leave A Reply