Odisha news

ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରୁ ୫ କର୍ମଚାରୀ କରୋନା ପଜେଟିଭଚିହ୍ନଟ : କାର୍ଯ୍ୟାଳୟ ୭ ଦିନ ପାଇଁ ସିଲ

0

ଧର୍ମଶାଳା : ଧର୍ମଶାଳା ବ୍ଲକ ଅଂଚଳରୁ ଆଜି ୭ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ବ୍ଲକ କାର୍ଯ୍ୟାଳୟରୁ ୫ ଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଫଳରେ ଆଜି ବ୍ଲକ କାର୍ଯ୍ୟାଳୟକୁ ୭ ଦିନ ପାଇଁ ସିଲ କରି ଦିଆଯାଇଛି । ଆଜି ବ୍ଲକର ୩ ଜଣ କନିଷ୍ଠ ଯନ୍ତ୍ରୀଙ୍କ ସମେତ ୨ ଜଣ କରୋନା ପଜେଟିଭ  ଚିହ୍ନଟ ହେବା ପରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁଧିର କୁମାର ସାହୁ ଓ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ବ୍ଲକ କାର୍ଯ୍ୟାଳୟରେ ପହଁଚି ସେମାନାଙ୍କ ଟ୍ରାଭେଲ ହିଷ୍ଟି୍ରି ପଚାରି ବୁଝିଥିଲେ ।

ପରେ ସେମାନଙ୍କୁ କୋଭିଡ କେୟାର ହସପିଟାଲକୁ ସ୍ଥାନାନ୍ତର କରାଯାଇ ବ୍ଲକ କାର୍ଯ୍ୟାଳୟକୁ ସିଲ କରାଯାଇଥିଲା । ବ୍ଲକ କାର୍ଯ୍ୟାଳୟ ସିଲ କରାଯାଇଥିବା ହେତୁ ଆସନ୍ତା ୭ ଦିନ ଯାଏଁ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ବିଡିଓ ସ୍ମିତା ରଥ ସୂଚନା ଦେଇଛନ୍ତି । ସେହିପରି ଏହି ବ୍ଲକର ଚୋରମୁହାଁ ପଂଚାୟତରେ ଜଣେ ଲୋକାଲ ପଜେଟିଭ ବାହାରିଥିବା ବେଳେ ରେଖିଦେଇପୁର ପଂଚାୟତରେ ହାଇଦ୍ରବାଦରୁ ଆସି  ସରକାରୀ ସଂଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ପଜେଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ ଏହା ପୁର୍ବରୁ ବ୍ଲକ କାର୍ଯ୍ୟାଳୟର ୨ ଜଣ କନିଷ୍ଠ ଯନ୍ତ୍ରୀ ଓ ଜଣେ ପିଇଓଙ୍କୁ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ ।  ସେମାନେ କୋଭିଡ କେୟାର ହସପିଟଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଛନ୍ତି

Leave A Reply