Odisha news

ଦଶରଥପୁରରେ ପୁଣି ୨୯ ଆକ୍ରାନ୍ତଚିହ୍ନଟ : ଦଶରଥପୁରରେ ମୋଟ ୨୮୭ ଆକ୍ରାନ୍ତ, ସୁସ୍ଥ ହେଲେଣି ୨୨୫

0

ଦଶରଥପୁର : ଦଶରଥପୁର ବ୍ଲକରେ କରୋନାରେ ଏଯାବତ ୨୮୭ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।  ଯାହାକି ଜିଲ୍ଲାରେ ଅନ୍ୟ ବ୍ଲକ ତୁଳନାରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ୨୫୮ ରହିଥିବାବେଳେ  ଆଜି ବ୍ଲକ ଅଂଚଳରେ ୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଅନ୍ୟପକ୍ଷରେ ଏହିବ୍ଲକରେ ୨୨୫ରୁ ଅଧିକ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆକ୍ରାନ୍ତମାନେ ହେଉଛନ୍ତି  ଥାଲକୁଡି କଲ୍ୟାଣ ମଣ୍ଡପ ସଂଘରୋଧ କେନ୍ଦ୍ରରୁ   ୧୪, ସାଧୁଗୌଡେଶ୍ୱର ମହାବିଦ୍ୟାଳୟରୁ  ୫, କସ୍ତୁରବା ବାଳିକାଶ୍ରମରୁ ୩, ଥାଲକୁଡି ବାଳିକା ଉଚ୍ଚବିଦ୍ୟାଳୟରେ ୧, ଗାନ୍ଧିଜି  ଉଚ୍ଚ ବିଦ୍ୟାଳୟରେ ୧, କଣ୍ଟିପଡିଆ ବିଦ୍ୟାଳୟରୁ ୧, କେସି ଜେନା ବିଦ୍ୟାଳୟରେ ୧, ନାରଣପୁର  ବିଦ୍ୟାଳୟରେ  ୧, ବିରଜାପୁର   ପଂଚାୟତ କାର୍ଯ୍ୟଳୟ  ସଂଘରୋଧ କେନ୍ଦ୍ରରେ ୧  କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତମାନେ ତେଲେଙ୍ଗାନା, କଲିକତା,  ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲି, ସିକିମରୁ  ଫେରିଥିବା ମଂଗଳପୁର ଗୋଷ୍ଠି  ସ୍ୱାସ୍ଥ୍ୟ କେନ୍ଦ୍ର   ଅଧିକାରୀ ଡ଼ ଉମାକାନ୍ତ ମଲ୍ଲିକ   ସୂଚନାଦେଇଛନ୍ତି ।

 

 

 

 

 

 

 

 

 

Leave A Reply