ଆଠଗଡ଼: ବାହା ହେବାକୁ ଯାଉଥିଲେ, ହେଲେ ଅଧା ବାଟରେ ବରଯାତ୍ରୀ ଗାଡ଼ି ଅଟକାଇ ବରକୁ ଉଠାଇ ନେଇଗଲେ। ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ।
ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଯୁବକ ଜଣକ ଅଭିଯୁକ୍ତ ଥିବାରୁ ପୁଲିସ୍ ତାଙ୍କୁ(ବର) ଉଠାଇ ନେଇଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଯୁବକ ଜଣକ ଫେରାର ଥିଲା। ଏହି ମାମଲାରେ ପୁଲିସ୍ ତାଙ୍କୁ ବହୁତ ଦିନ ଧରି ଖୋଜୁଥିଲା। ଆଜି ଲୁଚିଛପି ବାହା ହେବାକୁ ଯାଉଥିବା ବେଳେ ପୁଲିସ୍ ହାତରେ ଧରା ପଡି ଯାଇଥିଲେ ଅଭିଯୁକ୍ତ ଯୁବକ ଜଣକ।