Odisha news

ହସ୍ପିଟାଲସରକାରୀ ରେ ପ୍ରସୂତୀଙ୍କୁ ଅର୍ଥ ଦାବି ଚିକିତ୍ସାରେ ଅଣଦେଖା କାରଣରୁ ନବଜାତ ଶିଶୁର ମୃତୁ୍ୟ ଅଭିଯୋଗରେ ରାସ୍ତାରୋକ

0

ନୟାଗଡ଼,: ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଜଣେ ପ୍ରସୂତୀ ମହିଳାଙ୍କୁ ୫ ହଜାର ଟଙ୍କା ଦାବି କରାଯିବା ଓ ତାହା ଦେଇ ନ ପାରିବାରୁ ନବଜାତ ଶିଶୁ ସେବା ଓ ଚିକିତ୍ସାରେ ଅଣଦେଖାରୁ ଶିଶୁଟିର ମୃତୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ବୁଧବାର ସନ୍ଧ୍ୟାରେ ମୃତୁ୍ୟ ଶିଶୁକୁ ଧରି ପରିବାର ଲୋକେ ଜିଲ୍ଲା ହସ୍ପିଟାଲ ସମ୍ମୁଖ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।

ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ମାଳିସର ଗାଁ ଚନ୍ଦ୍ରମଣୀ ପ୍ରଧାନଙ୍କ ପତ୍ନୀ ଦୁଇ ଦିନ ତଳେ ଜିଲ୍ଲା ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପ୍ରସୂତୀ ମହିଳା ଗୋଟିଏ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ହସ୍ପିଟାଲରେ ଉଭୟ ମା ଓ ଶିଶୁ ଚିକିତ୍ସାଧିନ ରହିଥିଲେ । ଏଥିରେ ପ୍ରସୂତୀ ମହିଳା ଙ୍କୁ ହସ୍ପିଟାଲର କେତେକ କର୍ମଚାରୀ ୫ହଜାର ଟଙ୍କା ଦାବି କରିଥିଲେ । ତାହା ଦେଇ ନ ପାରିବାରୁ ନବଜାତ ଶିଶୁ ପୁତ୍ରକୁ ଚିକିତ୍ସା କ୍ଷେତ୍ରରେ ଅଣଦେଖା କରାଯାଇଥିଲା । ଫଳରେ ଶିଶୁଟିର ମୃତୁ୍ୟ ହୋଇଥିବା ମୃତକର ମା ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗରୁ ଜଣାଯାଇଛି ଗତ ମଙ୍ଗଳବାର ଦିନ ଶିଶୁକୁ ଏକ ଟିକା ପ୍ରଦାନ କରାଯାଇଥିଲା । ପରେ ଶିଶୁର ସ୍ୱାସ୍ଥ୍ୟରେ ଅବନତି ଘଟିଥିଲେ ମଧ୍ୟ ତାକୁ କୌଣସି ଚିକିତ୍ସା ପ୍ରଦାନ କରାଯାଇ ନ ଥିଲା । ବୁଧବାର ଅପରାହ୍ନ ରେ ଶିଶୁ ଅବସ୍ଥା ଗୁରୁତର ହେବାରୁ ପିତା ମାତା ଶିଶୁସନ୍ତାକୁ ଶିଶୁ ରୋଗୀ ୱାର୍ଡରୁ ଜଣେ ଡାକ୍ତଙ୍କ ବାସଭବନକୁ ଦେଖାଇବାକୁ ନେଯାଇଥିଲେ । କିନ୍ତୁ ସେତ ବେଳକୁ ଶିଶୁର ମୃତୁ୍ୟ ହୋଇ ସାରିଥିବା ଜଣାପଡ଼ିଥିଲା । ପ୍ରତିବାଦରେ ପରିବାର ଲୋକେ ହସ୍ପିଟାଲ ସମ୍ମୁଖ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ରାତି ପ୍ରାୟ ସାଢ଼େ ୯ଟା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା ।

Leave A Reply