Odisha news

ବରଯାତ୍ରୀ ଗାଡ଼ି ଅଟକାଇ ବରକୁ ଉଠାଇ ନେଲେ

0

ଆଠଗଡ଼: ବାହା ହେବାକୁ ଯାଉଥିଲେ, ହେଲେ ଅଧା ବାଟରେ ବରଯାତ୍ରୀ ଗାଡ଼ି ଅଟକାଇ ବରକୁ ଉଠାଇ ନେଇଗଲେ। ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ।

ସୂଚନା ଅନୁସାରେ, ଆଠଗଡ ସମସରପୁର ଗାଁର ଜଣେ ଯୁବତୀଙ୍କ ସହ ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ଆଜି ଆଠଗଡ଼ର ବୀରକିଶୋରପୁର ଶିବ ମନ୍ଦିରରେ ବାହାଘର ହେବାର ଥିଲା। ଏଥିପାଇଁ ବର, ବରଯାତ୍ରୀଙ୍କୁ ଧରି ବିବାହ ସ୍ଥଳ ଅଭିମୁଖେ ବାହାରିଥିଲେ। ହେଲେ ଆଠଗଡ ଥାନା ଅନ୍ତର୍ଗତ ସାପୁଆ ବ୍ରିଜ୍ ନିକଟରେ ବରଯାତ୍ରୀ ଗାଡ଼ି ଅଟକାଇ  ବାଙ୍କୀ ପୁଲିସ୍‌ ବରକୁ ଉଠାଇ ନେଇଥିଲେ। ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ।

ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଯୁବକ ଜଣକ ଅଭିଯୁକ୍ତ ଥିବାରୁ ପୁଲିସ୍‌ ତାଙ୍କୁ(ବର) ଉଠାଇ ନେଇଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଯୁବକ ଜଣକ ଫେରାର ଥିଲା। ଏହି ମାମଲାରେ ପୁଲିସ୍‌ ତାଙ୍କୁ ବହୁତ ଦିନ ଧରି ଖୋଜୁଥିଲା। ଆଜି ଲୁଚିଛପି ବାହା ହେବାକୁ ଯାଉଥିବା ବେଳେ ପୁଲିସ୍‌ ହାତରେ ଧରା ପଡି ଯାଇଥିଲେ ଅଭିଯୁକ୍ତ ଯୁବକ ଜଣକ।

Leave A Reply

Your email address will not be published.