ଉତ୍ତର ପ୍ରଦେଶ ର ରାଜଧାନୀ ଲକ୍ଷ୍ନୌ ର ଆମ୍ବ ସାରା ଉତ୍ତର ଭାରତରେ ପ୍ରସିଦ୍ଧ । କିନ୍ତୁ ଆମେ ଆଜି ଆପଣଙ୍କୁ ଏଭଳି ଗୋଟିଏ ଆମ୍ବ ଗଛ ବିଷୟରେ କହୁଛୁ ଯାହାକି ଏହି ସହର ରେ ଅବସ୍ଥିତ, ଯାହା ବିଷୟରେ ଆପଣ ଜାଣି ନଥିବେ । ନବାବ ଙ୍କ ସହର ଲକ୍ଷ୍ନୌ ର କିଛି କିଲୋମିଟର ଦୂରରେ ମଲିହା ବାଦ ରେ ଦୁନିଆର ଗୋଟିଏ ଏଭଳି ଆମ୍ବ ଗଛ ରହିଛି ଯେଉଁଥିରେ କି ୩୦୦ କିସମ ର ଆମ୍ବ ଫଳୁଛି । ଯେଉଁ ମାନଙ୍କର ଆକାର, ରଙ୍ଗ ରୂପ ଗୋଟିଏ ଠାରୁ ଆଉ ଗୋଟିଏ ଅଲଗା ।
ଏହି ଗଛଟି ର ଜନ୍ମଦାତା ହେଉଛନ୍ତି ମାଲିହା ବାଦ ରେ ରହୁଥିବା ହାଜି କଲିମ୍ ଉଲ୍ହା ଖାନ୍, ଯାହାଙ୍କ ବୟସ ୮୩ ବର୍ଷ ଅଟେ । ୨୦୦୮ ରେ ତାଙ୍କୁ ତାଙ୍କର ଏହି ଅଦ୍ଭୁତ କାର୍ଯ୍ୟ ପାଇଁ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରିଥିଲେ ।
ଦୁନିଆ ପାଇଁ ମାଙ୍ଗୋ ମ୍ୟାନ୍ -:
୧୭ ବର୍ଷ ବୟସ ରୁ ହାଜୀ କଳିମ୍ ସାହେବ୍ ଗୋଟିଏ ନୂଆ କିସମ ର ଗଛ ପାଇଁ ଚେଷ୍ଟା କରି ଚାଲିଲେ । ଯେଉଁଥିରେ ପ୍ରାୟ ଅଲଗା ଅଲଗା କିସମ ର ଆମ୍ବ ଫଳାଇବା ଅଭିଯାନ ରହିଥିଲା । ଆମ୍ବ ଗଛକୁ ନେଇ ହାଯୀ କଲିମ ଙ୍କ ର ଏହି କାର୍ଯ୍ୟ ପାଇଁ ତାଙ୍କୁ ସାରା ଦୁନିଆ ରେ ମ୍ୟାଙ୍ଗୋ ମ୍ୟାନ ବୋଲି କୁହାଯାଇ ଥିଲା । ବିଶେଷ ଭାବରେ ଏହି ଗଛରେ ଫଳୁଥିବା ଆମ୍ବ କୁ ବିକ୍ରି କରାଯାଇ ନଥାଏ ବରଂ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ । ଆମ୍ବ ସିଜନ୍ ରେ ଏହି ଗଛ ରେ ଆମ୍ବ ର ସମ୍ଭାର ଦେଖିବାକୁ ମିଳିଥାଏ । ଯାହା ପ୍ରାୟ ଜୁଲାଇ ମାସ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ ।
ହାଯି କଲୀମ ଙ୍କ ସୂଚନା ଅନୁସାରେ ଏହି ଆମ୍ବ ଗଛ ଗୋଟିଏ ମହା ବିଦ୍ୟାଳୟ ସଦୃଶ ଯାହାକୁ ନେଇ ରିସର୍ଚ୍ଚ କରାଯାଇ ପାରିବ । ଯଦି ଏହି ଗଛ ଉପରେ ରିସର୍ଚ୍ଚ କରାଯିବ ତେବେ ଏଥିରେ କ୍ୟାନ୍ସର ଓ ଏଡ଼ସ ଭଳି ରୋଗର ଉପଚାର ମଧ୍ୟ ହୋଇ ପାରିବ । ଆଶ୍ଚର୍ଯ୍ୟ ର କଥା ହେଲା ଯେ ସାରା ବିଶ୍ୱରେ ମ୍ୟଙ୍ଗୋ ମ୍ୟାନ ଭାବରେ ଜଣାଶୁଣା ଏହି ବ୍ୟକ୍ତି ଜଣଙ୍କ ମାତ୍ର ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି , ଆଜି ମଧ୍ୟ ବଡ ବଡ ବୈଜ୍ଞାନିକ ତାଙ୍କର ଉପଦେଶ ନେଇ ଥାଆନ୍ତି ।