ଆଜି ହେଉଛି ଜ୍ୟେଷ୍ଠ ଅମାବାସ୍ୟା, ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ : ୩୦ବର୍ଷ ପରେ ଘଟୁଛି ବିରଳ ସଂଯୋଗ, ନିଜ ପରିବାର ତଥା ସ୍ୱାମୀଙ୍କ ମଙ୍ଗଳ ମନାସୀ କରନ୍ତୁ ଏହି ଉପାୟ
ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନଟିକୁ ସାବିତ୍ରୀ ଅମାବାସ୍ୟା ଭାବରେ ପାଳନ କରାଯାଇ ଥାଏ l ଏହିଦିନ ମହିଳା ମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ମନାସୀ ଥାଆନ୍ତି l ଚଳିତ ବର୍ଷ ଏହି ଦିନଟି ମଇ ମାସ ୧୯ ତାରିଖ ଶୁକ୍ରବାର ଦିନ ପାଳିତ ହେବ l ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ଦେବୀ ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନ ଙ୍କ ଜୀବନ କୁ ଯମରାଜା ଙ୍କ ନିକଟରୁ ଛଡାଇ ଆଣିଥିଲେ l ତେଣୁ ଏହିଦିନ ପ୍ରାୟ ସମସ୍ତ ହିନ୍ଦୁ ନାରୀ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଓ ମଙ୍ଗଳ ମନାସୀ ବ୍ରତ ପାଳନ କରି ଥାଆନ୍ତି l
୩୦ବର୍ଷ ପରେ ଘଟୁଛି ବିରଳ ସଂଯୋଗ –
ଜ୍ୟେଷ୍ଠ ଅମାବାସ୍ୟା ମଇ ୧୮ ତାରିଖ ସନ୍ଧ୍ୟା ୭ଟା ୩୭ ମିନିଟ ରେ ଆରମ୍ଭ ହୋଇ ୧୯ ମଇ ସନ୍ଧ୍ୟା ୬ଟା ୧୭ ମିନିଟ ରେ ସମାପ୍ତ ହେଉଛି l କିନ୍ତୁ ସମସ୍ତ ହିନ୍ଦୁ ନାରୀ ଏହି ବ୍ରତ ୧୯ ତାରିଖ ଦିନ ପାଳନ କରିବେ l ଚଳିତ ବର୍ଷ ସାବିତ୍ରୀ ବ୍ରତ ରେ ଶଶ ଯୋଗ, ଗଜେ କେଶରୀ ଯୋଗ ଓ ଶୋଭନ ଯୋଗ ର ସଂଯୋଗ ଘଟୁଛି l ଏହିଦିନ ଶନି ଜୟନ୍ତୀ ମଧ୍ୟ ଅଟେ l ଶାସ୍ତ୍ର ବିତ ମାନଙ୍କ ମତରେ ଆଜିର ଦିନଟି ୩୦ ବର୍ଷ ପରେ ଶୁଭ ସଂଯୋଗ ଘଟୁଥିବା କାରଣରୁ ଖୁବ ଶୁଭ ପ୍ରଦ ଅଟେ l
* ଆଜିର ଦିନଟି ସାବିତ୍ରୀ ଅମାବାସ୍ୟା ସହିତ ଶନି ଦେବଙ୍କ ଜୟନ୍ତୀ ହୋଇଥିବା କାରଣରୁ ବରଗଛ ଓ ପିପିଳ ଗଛକୁ ପୂଜା କରିବା ଖୁବ ଶୁଭ ହୋଇଥାଏ l ତେଣୁ ଯଦି କୌଣସି ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି ତେବେ ଆଜିର ଦିନରେ ଏହି ୨ଟି ବୃକ୍ଷ ର ମୂଳରେ ଦୁଗ୍ଧ ଓ ରାଶି ଅର୍ପଣ କରନ୍ତୁ , ଏହାଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହେବ ଓ ଆର୍ଥିକ ଅସୁବିଧା ଦୂର ହେବ l
* ଆଜିର ଦିନରେ ସାବିତ୍ରୀ ଅମାବାସ୍ୟା ହୋଇଥିବା କାରଣରୁ ନାରୀ ମାନେ ବରଗଛ କୁ ୧୦୮ ଥର ପରିକ୍ରମା କରନ୍ତୁ ଏହାଛଡା ବରଗଛ ରେ ନାଲି ଓ ହଳଦିଆ ସୁତା ଗୁଡାଇବା ଦ୍ୱାରା ସ୍ୱାମୀ ମାନଙ୍କ ଜୀବନ ସୁଖମୟ ହୋଇଥାଏ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l
* ଜ୍ୟେଷ୍ଠ ଅମାବାସ୍ୟା ଦିନ କୌଣସି ବ୍ୟକ୍ତିକୁ ଅନ୍ନ ଦାନ କରିବା ଖୁବ ଶୁଭ ହୋଇଥାଏ l ଆଜିର ଦିନରେ ଆପଣ ଯଦି ବରଗଛ କୁ କୌଣସି ମିଠା ଜିନିଷ ଅର୍ପଣ କରିବେ ତେବେ ଦୀର୍ଘାୟୁ ହେବ ସହିତ ଧନସମୃଧି ର ଯୋଗ ରହିଛି l
* ସାବିତ୍ରୀ ଅମାବାସ୍ୟା ଦିନ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଖୁବ ଶୁଭ ଅଟେ l ଏପରି କରିବା ଦ୍ୱାରା ଶନି ଦୋଷ ରୁ ମଧ୍ୟ ମୁକ୍ତି ମିଳିଥାଏ ଓ ଜୀବନ ରେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l
* ଯେଉଁ ମହିଳା ମାନେ ଚଳିତ ବର୍ଷ ପ୍ରଥମ କିମ୍ବା ନୂଆ କରି ସାବିତ୍ରୀ ଅମାବାସ୍ୟା ପାଳନ କରୁଛନ୍ତି , ସେମାନଙ୍କ ପାଇଁ ଆଜିର ଦିନଟି ଖୁବ ଶୁଭ ଅଟେ l ସେମାନେ ଆଜିର ଦିନରେ ଘରର ସୁଖ ସମୃଦ୍ଧି ପାଇଁ ଦୁର୍ଗା ଙ୍କୁ ଦର୍ଶନ କରିବା ଖୁବ ଶୁଭ ଅଟେ l
* କୁହାଯାଏ ଯେ ଯଦି କୌଣସି ସଧବା ନାରୀ ଆଜିର ଦିନରେ ଘରେ ହୋମ କରାଇଥାଏ ତେବେ ତାର ଜୀବନ ରୁ ଦୁଃଖଦୁର୍ଦଶା ଦୂର ହୋଇଥାଏ ଓ ସନ୍ତାନ ମାନଙ୍କର ଜୀବନ ସୁଖମୟ ହୋଇଥାଏ l ଆଜିର ଦିନରେ ଜଳ ଦାନ କରିବା ମଧ୍ୟ ଖୁବ ଶୁଭ ଅଟେ l